Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବିତ୍ରୀ ରେ ରିଲିଜ ହେଲା “କହରେ କାଳିଆ ସୁନା”
ଆଜିର ଖବର

ସାବିତ୍ରୀ ରେ ରିଲିଜ ହେଲା “କହରେ କାଳିଆ ସୁନା”

May 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶା ମ୍ୟୁଜିକ୍ ବ୍ୟାନର ସବୁବେଳେ ନୂଆ ପରିକଳ୍ପନା ସହ ନୂଆ ନୂଆ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଥାଏ। ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆମ ଭାରତୀୟ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ମ୍ୟୁଜିକ୍ ଦ୍ବାରା ରିଲିଜ ହୋଇଛି “କହ ରେ କାଳିଆ ସୁନା”। ଏହି ମ୍ୟୁଜିକ୍ ଭିଡିଓ ଟିର ସିଡି ଉନ୍ମୋଚନ କରାଯାଇଥିଲା ଏହି ରିଲିଜ ସମୟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅର୍ଗସ୍ ଟିଭିର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ସାମାଜିକ କର୍ମୀ ଅର୍ଥାତ୍ କିନ୍ନର ସମାଜ ମୁଖ୍ୟ ମୀରା ପରିଡ଼ା।

ସ୍ୱାମୀ ଖୁସିରେ ଖୁସି ଆଉ ସ୍ୱାମୀ ଦୁଃଖରେ ଦୁଃଖି ହୋଇ ପାଦରେ ପାଦ ମିଶାଇ ସଂସାର ବାଟ ଚାଲିଥାଏ ସ୍ତ୍ରୀ। ସେଇଥିପାଇଁ ତ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି। ସ୍ତ୍ରୀ ଟିଏ ସବୁବେଳେ ଚାହେଁ ତା ଶଙ୍ଖା ସିନ୍ଦୂର ବଜର ହେଉ, ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ। ଏହି କାମନା କରି ସେ ରଖେ ସାବିତ୍ରୀ ବ୍ରତ। ଆଉ ସେଭଳି ଏକ ପବିତ୍ର ଦିନ ଅର୍ଥାତ୍ ସାବିତ୍ରୀ ଅମାବାସ୍ୟା ରେ ଯେତେବେଳେ ଜଣେ ସ୍ତ୍ରୀ ପାଖରେ ତା ସ୍ବାମୀ ନଥାଏ ସେତେବେଳେ ସେ ଜଗତ ର ନାଥ ଜଗନ୍ନାଥ ଙ୍କ ପାଖରେ ଲୁହ ଗଡ଼ାଇ ନିଜ ମନର ବ୍ୟଥା କୁ ବଖାଣିବା ଛଡ଼ା ଆଉ କିଛି ବାଟ ନଥାଏ। ସେଭଳି ଏକ କାହାଣୀ କୁ ନେଇ ଏହି ଭଜନ ଟି ଗତିଶୀଳ ହୋଇଥିବା ବେଳେ ଏହି ଭଜନରେ ଅଭିନୟ କରିଛନ୍ତି ସାମ୍ବାଦିକା କବିତା ସ୍ୱାଇଁ ଓ ଅଭିନେତା ଦୀପକ ସାହୁ। ବାବୁ ବାବୁ ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ରାଘବ ସ୍ୱାଇଁ। ମ୍ୟୁଜିଜ୍ ରେ ରହିଛନ୍ତି ଜୟଦେବ ମିଶ୍ର, ଗୀତ ରଚନା କରିଛନ୍ତି ସ୍ୱର୍ଣ୍ଣପ୍ରଭା ନାୟକ , କଣ୍ଠଦାନ କରିଛନ୍ତି ତୃପ୍ତି ମୟୀ ଦାସ l ଡିଓପି ବିଜୁ ରହିଥିବା ବେଳେ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମଣ୍ଟୁ।

ଓଡ଼ିଶା ମ୍ୟୁଜିକ୍ ବ୍ୟାନର କହରେ କାଳିଆ ସୁନା ପବିତ୍ର ସାବିତ୍ରୀ ଅମାବାସ୍ୟା ମ୍ୟୁଜିକ୍ ଭିଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025

ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

August 17, 2025
Latest News

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025

ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

August 17, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅସ୍ଥାୟୀ ରୂପେ ବାତିଲ ହେଲା ଏହି ଟ୍ରେନ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.