Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଚର୍ଚ୍ଚାରେ ସୁଜିତ ଓ ସୁସ୍ମିତାଙ୍କ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’

ଭୁବନେଶ୍ବର: ଓଡ଼ିଶାରେ କୋରୋନା ସ୍ଥିତି ପରେ, ଧିରେ ଧିରେ ମ୍ୟୁଜିକ୍ ଭିଡିଓକୁ ଗୁରୁତ୍ବ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ଅଭିନେତା ସୁଜିତ୍ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ବ୍ୟୟ ବହୁଳ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଜିତ୍ ପାଇକରାୟ ଓ କଟକ ୱେଡ୍ସ ସମ୍ବଲପୁରର ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ପ୍ରଥମ ଆଧୁନିକ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’ ସୁଦୂର ଲେହ-ଲଦାଖରେ ସୁଟିଂ କରାଯାଇଛି।

ଜିତ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟ ବହୁଳ ମ୍ୟୁଜିକ ଭିଡିଓ ନଭେମ୍ବର ୨୮ରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇପାରିଛି। ପ୍ରଭାତ ମାର୍ଥା ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି। ଆଗରୁ ଗୁପଚୁପ୍ ଓ ତାଣ୍ଡବ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ପୃଥ୍ବୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ। ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ସ୍ବୟଂ ପ୍ରକାଶ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତୀ। କ୍ୟାମେରା ପରିଚାଳନା ଅକ୍ଷୟ କୁମାର ନାୟକ କରିଥିବା ବେଳେ ସଂପାଦନା କରିଛନ୍ତି ମାନସ ସାହୁ। ଗୀତ ରଚନାରେ ରାକେଶ ଦାସ ଥିବା ବେଳେ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।

Categories
ଆଜିର ଖବର ମନୋରଂଜନ

ନୂଆବର୍ଷ ଉପଲକ୍ଷେ ଉନ୍ମୋଚିତ ହେଲା ନୂଆ ମ୍ୟୁଜିକ୍ ଭିଡିଓ ‘ଫେରିଆ’

ଭୁବନେଶ୍ୱର: ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍। ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଆଜି ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର। ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି। ଗୀତ ଲେଖିବା ସହିତ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ କାଶ୍ୟପ। ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି।

ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ।