ଚର୍ଚ୍ଚାରେ ସୁଜିତ ଓ ସୁସ୍ମିତାଙ୍କ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’

Published: Dec 8, 2021, 9:21 am IST

ଭୁବନେଶ୍ବର: ଓଡ଼ିଶାରେ କୋରୋନା ସ୍ଥିତି ପରେ, ଧିରେ ଧିରେ ମ୍ୟୁଜିକ୍ ଭିଡିଓକୁ ଗୁରୁତ୍ବ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ଅଭିନେତା ସୁଜିତ୍ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ବ୍ୟୟ ବହୁଳ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଜିତ୍ ପାଇକରାୟ ଓ କଟକ ୱେଡ୍ସ ସମ୍ବଲପୁରର ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ପ୍ରଥମ ଆଧୁନିକ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’ ସୁଦୂର ଲେହ-ଲଦାଖରେ ସୁଟିଂ କରାଯାଇଛି।

ଜିତ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟ ବହୁଳ ମ୍ୟୁଜିକ ଭିଡିଓ ନଭେମ୍ବର ୨୮ରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇପାରିଛି। ପ୍ରଭାତ ମାର୍ଥା ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି। ଆଗରୁ ଗୁପଚୁପ୍ ଓ ତାଣ୍ଡବ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ପୃଥ୍ବୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ। ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ସ୍ବୟଂ ପ୍ରକାଶ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତୀ। କ୍ୟାମେରା ପରିଚାଳନା ଅକ୍ଷୟ କୁମାର ନାୟକ କରିଥିବା ବେଳେ ସଂପାଦନା କରିଛନ୍ତି ମାନସ ସାହୁ। ଗୀତ ରଚନାରେ ରାକେଶ ଦାସ ଥିବା ବେଳେ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।

Related posts