Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓବ୍ଲାକରକ୍ କୁ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ ପାଇଁ ମିଳିଲା ସେବି ଅନୁମୋଦନ
ଆଜିର ଖବର

ଜିଓବ୍ଲାକରକ୍ କୁ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ ପାଇଁ ମିଳିଲା ସେବି ଅନୁମୋଦନ

May 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Isha Ambani

ମୁମ୍ବାଇ: ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ କରିବା ପାଇଁ ସେବି ଅନୁମୋଦନ ଲାଭ କରିଛି। ଏହି କମ୍ପାନୀ ଜିଓ ଫାଇନାନ୍ସ ସର୍ଭିସେସ୍ ଲିମିଟେଡ୍ (ଜେଏଫଏସଏଲ) ଏବଂ ବ୍ଲାକରକ୍ କମ୍ପାନୀର ଏକ ମିଳିତ ଉଦ୍ୟୋଗ। ଆଶା କରାଯାଉଛି ଯେ କମ୍ପାନୀଟି ଖୁବ୍ ଶୀଘ୍ର ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ବଜାରରେ ପ୍ରବେଶ କରିବ। ଜିଓବ୍ଲାକରକ୍ ଦ୍ୱାରା ସିଡ୍ ସ୍ୱାମୀନାଥନଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରାଯାଇଛି।

ଜେଏଫଏସଏଲର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଈଶା ଅମ୍ବାନୀ କହିଛନ୍ତି: “ବ୍ଲାକରକ୍‌ର ବିଶ୍ୱସ୍ତରୀୟ ନିବେଶ ବିଶେଷଜ୍ଞତା ରହିଛି ଏବଂ ଜିଓର ଡିଜିଟାଲ୍-ପ୍ରଥମ ନବସୃଜନ ଅଭିଜ୍ଞତା ରହିଛି, ଯାହା ବ୍ଲାକରକ୍ ସହିତ ଆମର ଏହି ସହଭାଗିତାକୁ ସଶକ୍ତ କରୁଛି। ଏକାଠି, ଆମେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିବେଶକୁ ସରଳ, ସୁଲଭ ଏବଂ ସମାବେଶୀ କରିବା ପାଇଁ ପ୍ରତିବଦ୍ଧ। ମୁଁ ନିଶ୍ଚିତ ଯେ ଜିଓବ୍ଲାକରକ ଆସେଟ୍ ମ୍ୟାନେଜମେଣ୍ଟ ଭାରତରେ ଆର୍ଥିକ ସଶକ୍ତିକରଣର ଭବିଷ୍ୟତକୁ ଆକାର ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।”

ବ୍ଲାକରକ୍ ଆନ୍ତର୍ଜାତୀୟ ମୁଖ୍ୟ ରାଚେଲ ଲର୍ଡ କହିଛନ୍ତି: “ଭାରତରେ ଆସେଟ୍ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନା ଆଜି ଏକ ଅନନ୍ୟ ମୋଡ଼ରେ ରହିଛି। ଜିଓବ୍ଲାକରକ୍ ନିବେଶକମାନଙ୍କୁ ସିଧାସଳଖ କମ୍ ମୂଲ୍ୟରେ ସଂସ୍ଥାଗତ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରି ଭାରତରେ ଅଧିକ ଲୋକଙ୍କୁ ପୁଞ୍ଜି ବଜାରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଆମର ସହଭାଗୀ ଜେଏଫଏସଏଲ ସହିତ ମିଶି, ଆମେ ଭାରତକୁ ସଞ୍ଚୟକାରୀଙ୍କ ଦେଶରୁ ନିବେଶକଙ୍କ ଦେଶ ଭାବରେ ପରିବର୍ତ୍ତିତ ହେବା ଦିଗରେ ଯୋଗଦାନ ପାଇଁ ପ୍ରସ୍ତୁତ ରହିଛୁ।”

ବ୍ଲାକରକ ଆନ୍ତର୍ଜାତୀୟ ଇଣ୍ଡେକ୍ସ ଇକ୍ୱିଟିର ପୂର୍ବତନ ମୁଖ୍ୟ ସିଡ୍ ସ୍ୱାମୀନାଥନଙ୍କୁ ଏବେ ଜିଓବ୍ଲାକରକ୍ ଦାୟିତ୍ୱ ମିଳିଛି। ସେ ଏବେ ଯାଏଁ ୧.୨୫ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ପରିଚାଳନା କରିଛନ୍ତି। ନିଜ ନୂତନ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ “ମୋତେ ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟର ନେତୃତ୍ୱ ନେବା ଏବଂ ନିବେଶକମାନଙ୍କ ନିବେଶ କ୍ଷମତା ବୃଦ୍ଧି କରି ଭାରତରେ ଆସେଟ୍ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନାକୁ ନୂଆ ରୂପ ଦେବାର ସମ୍ମାନ ମିଳିଛି। ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟର ଲକ୍ଷ୍ୟ ହେଉଛି ସାରା ଭାରତରେ ନିବେଶକମାନଙ୍କୁ ସଂସ୍ଥାଗତ ଗୁଣାତ୍ମକ ନିବେଶ ଉତ୍ପାଦ ପ୍ରଦାନ କରିବା।”

ମ୍ୟୁଚୁଆଲ୍ ଫଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026
Latest News

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.