Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା ପାଇଁ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା ପାଇଁ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

May 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟି ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ଏ ସମ୍ପର୍କୀତ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୦୯-୧୦ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ବଲପୁରରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ (ଟିଏମସି) ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦାଖଲ କରାଯାଇଥିଲା ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ (ଏନଏଚଏମ) ର କାର୍ଯ୍ୟକାରୀ କମିଟି ଦ୍ୱାରା ଏହାକୁ ନୀତିଗତ ଭାବରେ ଅନୁମୋଦନ କରାଯାଇଥିଲା। ତଥାପି, ବିଶ୍ୱସ୍ତରୀୟ ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ ଜଣେ ଘରୋଇ ଉଦ୍ୟୋଗୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପ୍ରକଳ୍ପଟି ଆଗକୁ ବଢ଼ିପାରିଲା ନାହିଁ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ଆନୁଷଙ୍ଗିକ ଭିତ୍ତିଭୂମି ସହ ସମ୍ବଲପୁରର ନୀଳଡୁଙ୍ଗୁରିରେ ଏକ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠାକୁ ପୁନଃବିଚାର ଏବଂ ସମର୍ଥନ କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଉକ୍ତ ସ୍ଥାନଟି ଭୌଗୋଳିକ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଜିଲ୍ଲାକୁ ନେଇ ଏକ କେନ୍ଦ୍ରୀୟ ବଜାରର ପେଣ୍ଠସ୍ଥଳୀ ହେବା ପାଇଁ ଉପଯୁକ୍ତ। ଏହି ଜିଲ୍ଲାଗୁଡ଼ିକ ମିଳିତ ଭାବେ ବାର୍ଷିକ ୩୫ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଫଳ ଏବଂ ପନିପରିବା ଉତ୍ପାଦନ କରନ୍ତି ଏବଂ ଅନେକ ସମ୍ଭାବନା ଅଛି, ଯାହା ବଜାରର ଆବଶ୍ୟକତା ଠାରୁ ୫୦ ପ୍ରତିଶତ ଅଧିକ। ବର୍ତ୍ତମାନ ଏହି ଅଞ୍ଚଳର ଚାଷୀମାନେ ଆନୁଷ୍ଠାନିକ ବଜାର ଭିତ୍ତିଭୂମିର ଅଭାବ ଯୋଗୁଁ ବଡ ବଡ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ସୁବ୍ୟବସ୍ଥିତ ବଜାର ଅଭାବରୁ ଲୋକମାନେ ପନିପରିବା ଚାଷ ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଜମିର ବ୍ୟବହାର କରିପାରୁ ନାହାଁନ୍ତି। ଉଦାହରଣସ୍ୱରୂପ, ଏଠାରେ ବାଇଗଣ, ବନ୍ଧାକୋବି ଓ ଫୁଲକୋବି ଏବଂ ଅଦା ଭଳି ଚାଷ ବିପୁଳ ପରିମାଣରେ କରାଯାଉଛି। ତେବେ ଏଠାରେ ଆଳୁ ଏବଂ ପିଆଜ ମୁଖ୍ୟତଃ ଅଭାବ ଦେଖାଯାଉଥିବାରୁ ଅନ୍ୟ ଅନ୍ୟ ରାଜ୍ୟରୁ ଏହି ଅଞ୍ଚଳକୁ ବାର୍ଷିକ ପ୍ରାୟ ୫୦,୦୦୦ ମେଟ୍ରିକ୍ ଟନ୍ ଆଳୁ ଆମଦାନୀ କରାଯାଇଥାଏ। ଏହି ମର୍ମରେ ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କେବଳ ଏହି ଯୋଗାଣ ଶୃଙ୍ଖଳକୁ କେବଳ ସୁଗମ କରିବ ନାହିଁ ବରଂ ବ୍ୟବସାୟ ଓ ବିତରଣ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିବ।

ସମ୍ବଲପୁର ଏକ ବିକଶିତ ସହର ହୋଇଥିବାରୁ ଏଠାକୁ ରାସ୍ତା ଏବଂ ରେଳ ଯୋଗାଯୋଗର ଭଲ ବ୍ୟବସ୍ଥା ରହିଛି। ସମ୍ବଲପୁରର ଆଖପାଖରେ ଭୁବନେଶ୍ୱର, କଟକ, ରାୟପୁର, ରାଞ୍ଚି ଏବଂ ବିଳାସପୁର ଭଳି ପ୍ରମୁଖ ବଜାର ଦଣ୍ଡାୟମାନ। ଏହାସହ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, କୋଲକାତା ଏବଂ ହାଇଦ୍ରାବାଦ ସମେତ ଦୂରବର୍ତ୍ତୀ ମେଟ୍ରୋ ବଜାରଗୁଡ଼ିକୁ ମଧ୍ୟ ସମ୍ବଲପୁରରୁ ରେଳ ଏବଂ ସଡ଼କ ଯୋଗାଯୋଗର ଭଲ ବ୍ୟବସ୍ଥା ରହିଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିବା ନିମନ୍ତେ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି। ସମ୍ବଲପୁରର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ଦ୍ୱାରା ଉଦ୍ୟାନ କୃଷିକୁ ବଡ ଗତି ମିଳିବ। ଚାଷୀଙ୍କ ଆୟ ବଢିବା ସହ ଫସଲ କ୍ଷୟକ୍ଷତି ହ୍ରାସର ହେବ ତଥା ସ୍ଥାନୀୟ  ଅଞ୍ଚଳ ପାଇଁ ଏକ ଆଧୁନିକ ବଜାର ପ୍ରଦାନ କରିବାରେ ଏକ ଗେମ ଚେଞ୍ଜର ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କୃଷି ଭିତ୍ତିଭୂମି ପାଣ୍ଠି ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ ଧକ୍କାରେ ମହିଳା ମୃତ

April 20, 2026

ପୋଲିସ୍ ହେପାଜତରେ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026
Latest News

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

ପୋଲିସ୍ ହେପାଜତରେ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.