ରାଜ୍ୟ କ୍ୟାବିନେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫କୁ ମଞ୍ଜୁରି

Published: May 29, 2025, 11:36 am IST
Cabinet

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ଗତକାଲି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫କୁ ମଞ୍ଜୁରି ମିଳିଛି। ଏଆଇ ସହାୟତାରେ ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ ଆଧାରିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ହେବ। ଓଡ଼ିଶା ଏଆଇ ମିଶନରେ ଦୁଇ ସ୍ତରୀୟ ପରିଚାଳନା ବ୍ୟବସ୍ଥା ରହିବ। ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦିରେ ୧୭୧ କୋଟି ଟଙ୍କା ବ୍ୟୟରେ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣରେ ଏକ ନିଜସ୍ବ ଜେଟି ସ୍ଥାପନ ପାଇଁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ ସହ ରିହାତି ଚୁକ୍ତିନାମାକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା ନିଯୁକ୍ତି ନିୟମାବଳୀ ୨୦୨୫କୁ ଅନୁମୋଦନ ମିଳିଛି। ଏହି ସେବାରେ ଅଧିକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି।

Related posts