Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ “ସେବା ପ୍ରସାର” କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଆଜିର ଖବର

ରାଜ୍ୟ ସରକାରଙ୍କ “ସେବା ପ୍ରସାର” କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

May 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସେବା ପ୍ରସାର କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶାରେ ନୂତନ ସରକାର ଗଠନ ହେଲା ପରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାସହ କେନ୍ଦ୍ରସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରାଯାଇ ଓଡ଼ିଶାକୁ ସଶକ୍ତ, ସ୍ୱାବଲମ୍ବୀ, ଅଗ୍ରଣୀ ଏବଂ ବିକଶିତ ରାଜ୍ୟରେ ପରିଗଣିତ କରିବା ପାଇଁ ଦୃତ ବିକାଶର କାର୍ଯ୍ୟଧାରା ଜାରିରହିଛି। ରାଜ୍ୟର ଭୌଗଳିକ ପରିସ୍ଥିତି, ଜଳ, ଖଣିଜ ସଂପଦ, ବୃଷ୍ଟିପାତ ଅନୁଧ୍ୟାନ କରାଯାଇ ତୃଣମୂଳ ସ୍ତରରୁ ଜିଲ୍ଲା ଏବଂ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ମହିଳା ସଶକ୍ତି କରଣ, ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ଉଦ୍ୟାନକୃଷି, ମିଶନ ଶକ୍ତି, ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଯୋଜନା, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅମୃତ ସରୋବର,ପ୍ରଧାନମନ୍ତ୍ରୀ ବାୟୋବନ୍ଦନା, ସୁଭଦ୍ରା ଆଦି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଇ ପ୍ରତି ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରାଇ ସେମାନଙ୍କର ଜୀବନଜୀବିକା ଶୈଳୀରେ ଦୃତ ବିକାଶର ଦୃଷ୍ଟାନ୍ତ ସୃଷ୍ଟି କରାଯାଉଛି।

ତେବେବି ଯୋଜନାର ସୁଫଳକୁ ସର୍ବନିମ୍ନ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବାକୁ ନୂତନ ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ଐତିହ୍ୟ ଓ ପରମ୍ପରା, ସଂସ୍କୃତି, ଓଡ଼ିଆର ଅସ୍ମିତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଗ୍ରଣୀ ଦୃତ ବିକାଶ ମୂଳକ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଓ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆଗାମୀ ୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ।

ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନୟନ ତଦାରଖ ଦାୟିତ୍ବରେ ଥିବା ପ୍ରଭାରୀ ମନ୍ତ୍ରୀ, ସାଂସଦ, ବିଧାୟକ ବୃନ୍ଦ, ଜନ ପ୍ରତିନିଧି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଉତ୍ଥାପନ କରି ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ହାବେଲି ପଡ଼ିଆରେ ଆୟୋଜନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି।

ସେହିପରି ଏହି ଉତ୍ସବରେ ପ୍ରତ୍ୟେକ ବିଭାଗର ଷ୍ଟଲ୍ ଆୟୋଜନ କରିବା ଓ ଜନ ସାଧାରଣଙ୍କୁ ଯୋଜନା ସମ୍ବନ୍ଧରେ ଅବଗତ କରାଇବା, ସଫଳ ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା ଦେବା, ପ୍ରତ୍ୟେକ ବ୍ଲକରେ ଏଲିଡି ଭ୍ୟାନ ବୁଲାଇ ଜନମଙ୍ଗଳ ଯୋଜନା ଓ ବିକାଶର ବାର୍ତ୍ତା ପ୍ରଚାର କରିବା, ରଜମଉତ୍ସବ ପାଳନ କରିବା, ପଲ୍ଲିଶ୍ରୀ ମେଳା ଆୟୋଜନ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଜନସାଧାରଣ ମାନଙ୍କୁ ଶିକ୍ଷା, ସୂଚନା ଓ ଦୃତ ବିକାଶର ବାର୍ତ୍ତା ପ୍ରଚାର ପ୍ରସାର କରାଇ ସେମାନଙ୍କୁ ବିକଶିତ ଓଡ଼ିଶା ର ବିକାଶ ସ୍ରୋତରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସମସ୍ତ ଅଧିକାରୀମାନେ ନିଜ ନିଜ ବିଭାଗୀୟ ସଫଳତା ଓ ସେବା ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଆସନ୍ତା ମଙ୍ଗଳବାର ସୁଦ୍ଧା ଜିଲ୍ଲାପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଯୋଗଦେଇଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026
Latest News

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026

ରିଲାଏନ୍ସ ଫାଉଣ୍ଡେସନର ‘ୱାଟର ଫର ଲାଇଫ’ ଅଭିଯାନକୁ ମିଳୁଛି ବ୍ୟାପକ ଜନସହଯୋଗ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.