Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରକ୍ତ କର୍କଟକୁ ଅଧିକ ମାତ୍ରାରେ ପରାସ୍ତ କରୁଛନ୍ତି ଶିଶୁ: ପ୍ରଫେସର ସାମଲ
ଆଜିର ଖବର

ରକ୍ତ କର୍କଟକୁ ଅଧିକ ମାତ୍ରାରେ ପରାସ୍ତ କରୁଛନ୍ତି ଶିଶୁ: ପ୍ରଫେସର ସାମଲ

May 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶରେ ରକ୍ତ କର୍କଟ ରୋଗ ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ଅଧିକ ମାତ୍ରାରେ ଏଭଳି ଜଟିଳ ବ୍ୟାଧୀରେ ପୀଡ଼ିତ ହେଉଛନ୍ତି। ୧ ବର୍ଷରୁ ୧୦ବର୍ଷ ବୟସର ଶିଶୁ ରକ୍ତ କର୍କଟ ଅର୍ଥାତ୍ ଲ୍ୟୁକେମିଆରେ ପୀଡ଼ିତ ହେଉଛନ୍ତି। ତେବେ ଠିକ୍ ସମୟରେ ରୋଗର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ରକ୍ତ କର୍କଟକୁ ପରାସ୍ତ କରାଯାଇ ପାରୁଛି। ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଦୁଃରାଧ୍ୟ ବ୍ୟାଧିକୁ ପରାଜିତ କରିବାର ମାତ୍ରା ଢ଼େର ଅଧିକ। ଶିଶୁମାନଙ୍କ ମଧ୍ୟରେ ଲ୍ୟୁକେମିଆ ସଂଖ୍ୟା ଯଦିଓ ବୃଦ୍ଧି ପାଉଛି ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ରୁ ୯୦ ପ୍ରତିଶତ ଶିଶୁ ଏହି ଜଟିଳ ରୋଗକୁ ପରାଜିତ କରିପାରୁଛନ୍ତି ବୋଲି କହିଛନ୍ତି ବିଶିଷ୍ଟ ରକ୍ତକର୍କଟ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲଜି, ହେମାଟୋ-ଅଙ୍କୋଲଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ଏବଂ ସେଲ୍ୟୁଲାର ଥେରାପି ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ସାମଲ କହିଛନ୍ତି ଯେ ପ୍ରଦୂଷଣ, ବିକୀରଣ ଏବଂ ରାସାୟନିକ ସାରର ବ୍ୟବହାର ଯୋଗୁଁ ରକ୍ତ କର୍କଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ପ୍ରତ୍ୟେକ ବର୍ଷ ୮୦ ହଜାରରୁ ୧ ଲକ୍ଷ ଲୋକ ନୂତନ ଭାବେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ବର୍ଷକୁ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦ ହଜାର ବୋଲି ପ୍ରଫେସର ସାମଲ କହିଛନ୍ତି।

ଦୀର୍ଘ ଦିନ ଧରି ଜ୍ୱର ରହିବା, ଶରୀରରେ ହେମୋଗ୍ଲୋବିନ୍‌, ଟୋଟାଲ୍ ଲ୍ୟୁକୋସାଇଟ୍ କାଉଂଟ (ଟିଏଲ୍‌ସି), ପ୍ଲେଟେଲେଟ କମିଯିବା, କଳା ଦାଗ ସୃଷ୍ଟି ହେବା ଏବଂ ରକ୍ତସ୍ରାବ ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଶିଶୁମାନଙ୍କ କ୍ଷେତ୍ରରେ ୮ ରୁ ୧୦ ଦିନ ଜ୍ୱର ଲାଗି ରହିବା ସହ ଶରୀରରେ ପୀଡ଼ା ହେଲେ ରକ୍ତ ପରୀକ୍ଷା ଓ ଚିକିତ୍ସା କରାଇନେବା ଉଚିତ୍ ବୋଲି ପ୍ରଫେସର ସାମଲ କହିଛନ୍ତି।

ରକ୍ତ କର୍କଟର ଚିକିତ୍ସା ନିମନ୍ତେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ, ହାପ୍‌ଲୋ ଟ୍ରାନ୍ସପ୍ଲାଂଟ ଏବଂ ସିମରିକ୍ ଆଂଟିଜେନ୍ ରିସେପ୍ଟର ଟି ସେଲ (କାର ଟି) ଥେରାପି ଭଳି ଅତ୍ୟାଧୁନିକ ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ଥିବା ପ୍ରଫେସର ସାମଲ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ଭଳି ସମସ୍ୟାକୁ ଏଡ଼ାଇବା ଏବଂ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପଦ୍ଧତି ସହ ପ୍ରାଣାୟାମ୍ ଏବଂ ପ୍ରାକୃତିକ ଉପାୟ ଅବଲମ୍ବନ କରି ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଓ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ଗୋଟିଏ ଛାତ ତଳେ ରକ୍ତ କର୍କଟ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସେବା ଉପଲବ୍ଧ ବୋଲି କହିଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା ନିମନ୍ତେ କ୍ଲିନିକାଲ୍ ହେମାଟୋଲଜି ବିଭାଗ ସହିତ ବ୍ଲଡ ସେଂଟର ଆଣ୍ଡ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ପାଥୋଲଜି, ବାୟୋକେମିଷ୍ଟ୍ରୀ, କ୍ରିଟିକାଲ୍ କେୟାର ବିଭାଗ ଏବଂ ଲ୍ୟାବ ହେମାଟୋଲଜି, ଜେନେଟିକ୍‌ସ ଆଣ୍ଡ ମଲିକ୍ୟୁଲାର ଲ୍ୟାବ, ବୋନ ମ୍ୟାରୋ ଟ୍ରାନ୍ସପ୍ଲାଂଟ ୟୁନିଟ, ନର୍ସିଂ ବିଭାଗ, ଇନ୍‌ଫେକ୍ସନ୍ କଂଟ୍ରୋଲ ୟୁନିଟ ମିଳିତ ଭାବେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି। ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ ଯେଉଁଠାରେ କି ଗୋଟିଏ ଛାତ ତଳେ ଏ ସମସ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

କାର୍ଯ୍ୟକ୍ରମରେ ନର୍ସିଂ ସୁପରିନ୍‌ଟେଣ୍ଡେଂଟ ମୀନତି ମିଶ୍ର ଏବଂ ଡିଜିଏମ୍ ପୁଷ୍ପାଞ୍ଜଳୀ ରାଉତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ରକ୍ତ କର୍କଟକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

ରକ୍ତ କର୍କଟ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.