Close Menu
The Samikhsya OdiaThe Samikhsya Odia
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The Samikhsya OdiaThe Samikhsya Odia
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The Samikhsya OdiaThe Samikhsya Odia
    Home»ଆଜିର ଖବର»‘ବିଜୁ ହଲ’ କୁ ଉଦଘାଟନ କରି ଚର୍ଚ୍ଚାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
    ଆଜିର ଖବର

    ‘ବିଜୁ ହଲ’ କୁ ଉଦଘାଟନ କରି ଚର୍ଚ୍ଚାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

    May 31, 2025No Comments1 Min Read
    Share Facebook Twitter LinkedIn Email WhatsApp Copy Link
    ବିଜୁ ହଲ
    'ବିଜୁ ହଲ' କୁ ଉଦଘାଟନ କରି ଚର୍ଚ୍ଚାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

    TheSamikhsya Desk: ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏକ ପ୍ରେକ୍ଷାଳୟକୁ ଉଦଘାଟନ କରି ଚର୍ଚ୍ଚାରେ ଅଛନ୍ତି ବିଜେଡି ସାଂସଦ ଅପରାଜିତା ଷଡଙ୍ଗୀ। ସେ ବର୍ତ୍ତମାନ ସଂସଦୀୟ ପ୍ରତିନିଧି ଦଳରେ ବିଦେଶ ଗସ୍ତରେ ଥିବା ବେଳେ ଜାକର୍ତ୍ତାରେ ସେ ଏହି ହଲ କୁ ଉଦଘାଟନ କରିଛନ୍ତି। ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସରେ ଏହି ହଲ ନିର୍ମାଣ କରାଯାଇଛି। ଏହି ଉତ୍ସବରେ ସେଠାରେ ଥିବା ପ୍ରବାସୀ ଓଡିଆମାନେ ସାମିଲ ହୋଇଥିଲେ।

    ଏ ନେଇ ଭାରତୀୟ ଦୂତାବାସ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ବହୁଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ଇଣ୍ଡୋନେସିଆ ଗସ୍ତ ସମୟରେ, ଓଡ଼ିଶାର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡ଼ିଆ ସମାଜର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ।

    ସେ ଦୂତାବାସର ‘ବିଜୁ ହଲ୍’ ମଧ୍ୟ ଉଦଘାଟନ କରିଥିଲେ ଏବଂ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ବିମାନଚାଳକ ସ୍ୱର୍ଗତ ଓଡ଼ିଆ ନେତା ଶ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ, ଯେଉଁଥିପାଇଁ ସେ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବିନ୍ତାଙ୍ଗ ଜସା ଉତାମା’ ଏବଂ ଇଣ୍ଡୋନେସିଆର ସମ୍ମାନଜନକ ନାଗରିକତା ‘ଭୂମି ପୁତ୍ର’ ପାଇଥିଲେ। ଏହା ଦୂତାବାସ ତରଫରୁ ସୂଚନା ଦିଆଯାଇଛି।

    ତେବେ ଅପରାଜିତାଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।

    Aparajita Sarangi ଅପରାଜିତା ଷଡଙ୍ଗୀ ଇଣ୍ଡୋନେସିଆ ବିଜୁ ପଟ୍ଟନାୟକ ବିଜୁ ହଲ
    Share. Facebook Twitter LinkedIn Email WhatsApp Copy Link

    Related Posts

    ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

    July 17, 2025

    ଛାତ୍ରୀ ମୃତ୍ୟୁ ଘଟଣାରେ ଦୋଷୀମାନଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ଵର ସାଂସଦ ଅପରାଜିତା

    July 17, 2025

    ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

    July 17, 2025

    ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)

    July 17, 2025
    Latest News

    ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

    July 17, 2025

    ଛାତ୍ରୀ ମୃତ୍ୟୁ ଘଟଣାରେ ଦୋଷୀମାନଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ଵର ସାଂସଦ ଅପରାଜିତା

    July 17, 2025

    ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

    July 17, 2025

    ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)

    July 17, 2025

    ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନାନନ୍ଦ: ବିଶ୍ୱ ନମ୍ବର-୧ ଚେସ ଖେଳାଳିଙ୍କୁ ପରାସ୍ତ କରି ରଚିଲେ ଇତିହାସ

    July 17, 2025
    Load More
    The Samikhsya Odia
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2025 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.