ଦିବ୍ୟାଙ୍ଗଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ: ମହିଳା ଗିରଫ

Published: May 31, 2025, 4:58 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁର ଥାନା ଅର୍ନ୍ତଗତ ସୁବାସ ନଗର ପ୍ରଥମ ଗଳିରେ ରହୁଥିବା ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କୁ ଗତ ୨୮ ତାରିଖ ରାତିରେ ଦୁଇ ଯୁବକ ଆସି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିଲେ। ଠିକ୍ ସେତିକିବେଳେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ଗୁରୁତର ହରିହରଙ୍କ ଝିଅ ମଧୁସ୍ମିତା ସାହୁ ଥାନାରେ ଏତଲା ଦାଏର କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଗୁରୁତର ସହ ତଦନ୍ତ କରି ଜାଣିବାକୁ ପାଇଲେ ଯେ ତଳ ଘରେ ଭଡ଼ାରେ ରହୁଥିବା ସୋରଡ଼ା ଅମ୍ରୁତୁଲୁ ଅଞ୍ଚଳର ଜନୈକା ମହିଳା ସୁଦେଷ୍ଣା ଯେନା ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ବଳିଷ୍ଠ ପ୍ରମାଣକୁ ଆଧାର କରି ପୋଲିସ ଉକ୍ତ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts