
ଭୁବନେଶ୍ୱର: ଓଡିଶୀ ନୃତ୍ୟ, ସଂଗୀତ ଓ଼ ମଞ୍ଚ ନାଟକ କୁ ଦୀର୍ଘ 33 ବର୍ଷ ଧରି ବିଶ୍ଵସ୍ତରରେ ପ୍ରଭାବି କରିବା ସହିତ ହଜାର ହଜାର କଳାକାର ସୃଷ୍ଟି କରି ଚାଲିଥିବା ବହୁ ପୁରାତନ ଅନୁଷ୍ଠାନ ହେଉଛି ନୃତ୍ୟାଞ୍ଜଳି। ଜଗତର ନାଥ ଜଗନ୍ନାଥଙ୍କ ଅତି ପ୍ରିୟ ମlହାରୀ ନୃତ୍ୟ ର ପାରିବର୍ଦ୍ଧିତ ସଂସ୍କରଣ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 33 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟlଞ୍ଜଳି” ଅନୁଷ୍ଠାନର 33ତମ ମହୋତ୍ସବ ଓ ସମ୍ମାନ ପ୍ରଦାନ ପର୍ବର ଆଜି ପ୍ରଥମ ବା ଉଦ୍ଘାଟନୀ ଦିବସ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି।
ସମାରୋହର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ଓ ଅପରାହ୍ନ ପର୍ଯ୍ୟାୟରେ 200 ରୁ ଉର୍ଦ୍ଧ ନବୀନ ଓ ପ୍ରବୀଣ ଓଡିଶୀ ନୃତ୍ୟଶିଳ୍ପୀ ଏକକ, ଦ୍ୱେତ ଓ଼ ଦଳଗତ ପରିବେଷଣରେ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟା ଅଧିବେଶନ ବା ସମ୍ମାନ ପ୍ରଦାନ ଓ଼ ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନନୀୟl ବାଚସ୍ପତି ସୁରମା ପାଢ଼ୀ, ଏକାମ୍ର ମାନ୍ୟବର ବିଧାୟକ ବାବୁ ସିଂ, ପ୍ରସିଦ୍ଧ ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର, ନ୍ୟୁଜ 7 ର ସମ୍ପାଦକ ଦେବ ନାରାୟଣ ସେଠୀ, ଶିକ୍ଷାବିତ ତଥା ସମାଜସେବୀ ଡ଼ଃ ପୂର୍ଣଚନ୍ଦ୍ର ମଲ୍କିକ, ନୃତ୍ୟlଞ୍ଜଳିର ସଭାପତି ଗୁରୁ ଯୁକ୍ତ ସୁକାନ୍ତ କୁମାର କୁଣ୍ଡୁ, ସମ୍ପାଦକ ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ, ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ଏହି ଅବସରରେ କଳା ପ୍ରତି ଜୀବନ ବ୍ୟାପି ସାଧନା ଓ଼ ସମର୍ପଣ ପାଇଁ ପ୍ରସିଦ୍ଧ ନୃତ୍ୟଗୁରୁ ମିନାକ୍ଷୀ ବେହେରା ଙ୍କୁ ନୃତ୍ୟାଞ୍ଜଳି ନୃତ୍ୟ ସମ୍ମାନ 2025 ଓ଼ ଗୁରୁ କେଶବ ଚରଣ ରାଉତ ଙ୍କୁ ନୃତ୍ୟାଞ୍ଜଳି ସଂଗୀତା ସମ୍ମାନ 2025 ରେ ଅତିଥି ମାନେ ସମ୍ମାନିତ କରିଥିଲେ। ପୂର୍ବାହ୍ନ ଅଧିବେଶନରେ ପଦ୍ମା ହସ୍ପିଟାଲର ଏମଡି ଡ଼ଃ,ବିଶ୍ୱନାଥ ପଟନାୟକ, ଇନ୍ଦ୍ରକଳା ସଂଗୀତ ବିଶ୍ୱବିଦ୍ୟାଳୟ ଛତିଶଗଡ ର ଓଡିଶୀ ନୃତ୍ୟର ପ୍ରାଧ୍ୟାପକ ସୁଶାନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ଜେନା, ସିନିଅର ଆଡ଼ଭୋକେଟ ଦେବାଶିଷ ମିଶ୍ର ଆଦି ଅତିଥି ରୂପେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।
ସନ୍ଧ୍ୟା ଅଧିବେଶନ ର ଓଡିଶୀ ନୃତ୍ୟ ପରିବେଶଣ ରେ ନୃତ୍ୟାଞ୍ଜଳି ର ଶୁଭଶ୍ରୀ ମହାପାତ୍ର, ଗାୟତ୍ରୀ ଖୁଣ୍ଟିଆଙ୍କ ମହାରୀ, ବିଦୀଶା ବସୁ ମଲ୍ଲିକଙ୍କ ଓଡିଶୀ, ଭାବନା ଭଗବତୀ ଓ଼ ଆଦ୍ୟାଶl ପାତ୍ରଙ୍କ ଏକକ ଅଭିନୟ, ଗୁରୁ ସସ୍ମିତା ପଣ୍ଡାଙ୍କ ନିର୍ଦେଶନାରେ ବିରଜା କଳା ଏକାଡେମୀର ପିଲାଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ବିମୋହିତ କରିଥିଲା।
ଅଧିବେଶନର ବିଭିନ୍ନ ପର୍ଯ୍ୟାୟରେ ନୃତ୍ୟାଞ୍ଜଳି, ଭାରତୀ ନୃତ୍ୟ ମନ୍ଦିର, ନୃତ୍ୟlୟନ ପ୍ରସିଦ୍ଧ ନୃତ୍ୟ ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ, ଭରତ ଗିରି, ମିତା ଦାସ, ଡ଼ଃ ସୋନାଲି ସାବତ, ଗାୟତ୍ରୀ ରଣବୀରଙ୍କ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।