Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’
ଆଜିର ଖବର

ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’

June 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକ ପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି। ଦର୍ଶକମାନେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଏହି ଚ୍ୟାନେଲ ଅନେକ ଧାରାବାହିକ ଓ ରିୟଲିଟି ସୋ ଓ ରୁଚିପୂର୍ଣ୍ଣ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି। ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ କେବଳ ଜୀ ସାର୍ଥକରେ ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’।

ସମୟ ବେଳେ ବେଳେ କେମିତି କାହା ସାଙ୍ଗରେ ଖେଳେ ତାହାର ଉଦାହରଣ ହୋଇଛି ଏହି ଫିଲ୍ମ। ରାଜ୍, ଜଣେ ଧନୀ କିନ୍ତୁ ଭାବପ୍ରବଣ ଭାବରେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ ବ୍ୟକ୍ତି ଏବଂ ଦାସ ହେଉଛନ୍ତି ଜଣେ ଋଣଗ୍ରସ୍ତ ବୀମା ଏଜେଣ୍ଟ, ସଂଯୋଗବଶତଃ ଏକ ହିଲ୍ ଷ୍ଟେସନ୍ ଉପରେ ଭେଟନ୍ତି, ଜୀବନ ସଂଘର୍ଷରେ ନିଜକୁ ପଛରେ ପାଇ ଉଭୟେ ସେଇ ପାହାଡ଼ ଉପରୁ ଡେଇଁ ନିଜ ଜୀବନକୁ ଶେଷ କରିବାକୁ ଯୋଜନା କରିଛନ୍ତି। ତେବେ ଏଇଠି ଆରମ୍ଭ ହୁଏ ପ୍ରକୃତ କାହାଣୀ। ଦୁହିଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ପରେ ଦୁଇ ଜଣ ନିଜ ନିଜ ଯୋଜନାରେ ପରିବର୍ତ୍ତନ କରନ୍ତି ତେବେ କାହିଁକି ଦୁଇଜଣ ଏପରି ଚରମ ନିଷ୍ପତ୍ତି ନେଉଥିଲେ? କେମିତି ଦୁଇଜଣଙ୍କର ମନ ପରିବର୍ତ୍ତନ ହେଲା? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଚଳଚ୍ଚିତ୍ରର ଶେଷରେ।

ବିଜୟ କାଣ୍ଡୋଇଙ୍କ ପ୍ରଯୋଜନା ଓ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜ୍ଵାଇଁ ପୁଅର ଜୀବନ ବୀମା’ ଆସନ୍ତା ଜୁନ ମାସ ୮ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ସନ୍ଦୀପ ଓ ନାୟିକା ଭାବରେ ମିତାଲି ବ୍ୟତୀତ କେକେ ଓ ରବି ମିଶ୍ର ନଜର ଆସିବେ। ଚଳଚ୍ଚିତ୍ରରେ ସଂଗୀତ ଦେଇଛନ୍ତି ଗୁଡଲି ରଥ ଓ ତାରିକ ଅଜିଜ୍, ଲିପ୍ସା ମହାପାତ୍ର,ଅସୀମା ପଣ୍ଡା,ହ୍ୟୁମାନ୍ ସାଗରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ।

ହସ, କାନ୍ଦ ଓ ସସପେନ୍ସ ଭରା ଏହି ଚଳଚ୍ଚିତ୍ରକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ଏହି କାହାଣୀ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026
Latest News

ଆସନ୍ତା ୨୦ରୁ ୨୬ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ

January 7, 2026

ଆଇଆଇଟି ଭୁବନେଶ୍ୱରରେ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

January 7, 2026

ଆସନ୍ତା ୧୦ ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬

January 7, 2026

ଆଜି ଜାନୁୟାରୀ ୭ ତାରିଖ ବୁଧବାର: ୪ ଟି ରାଶି ପ୍ରତି ରହିଛି ଭଗବାନଙ୍କ ଆଶୀର୍ବାଦ

January 7, 2026

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.