Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂକଳ୍ପରୁ ସମୃଦ୍ଧି:  ଭୂମିଉପରେ ଏକ ବିଜୟର କାହାଣୀ
ଆଜିର ଖବର

ସଂକଳ୍ପରୁ ସମୃଦ୍ଧି:  ଭୂମିଉପରେ ଏକ ବିଜୟର କାହାଣୀ

June 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ସୁଉଚ୍ଚ ହିମାଳୟ ଯେଉଁଠାରେ ମେଘର ବାଦଲ ପୃଥିବୀକୁ ଛୁଇଁଥାଏ ଓ ଏହାର ଉପତ୍ୟକା ଗୁଡ଼ିକ ସ୍ୱପ୍ନର ଜାଲ ବୁଣିଥାନ୍ତି, ସେହି ପରିବେଶରେ ଭାରତୀୟ ରେଳପଥର ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି। ଉଧମପୁର- ଶ୍ରୀନଗର ବାରମୂଳା ରେଳ ଲିଙ୍କର ଏହି ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଛି। ଏହି ପ୍ରକଳ୍ପର ପ୍ରକୃତ ଗୌରବ ହେଉଛି ଏହାର ସୁଡ଼ଙ୍ଗ। ଯାହା କେବଳ ରେଳ ପଥ ସୃଷ୍ଟି କରେ ନାହିଁ ବରଂ ପର୍ବତ ସହିତ ଭବିଷ୍ୟତର ଦିଗ ମଧ୍ୟ ସ୍ଥିର କରେ। ଏହି ୨୭୨ କିଲୋମିଟର ଲମ୍ବର ରେଳପଥରେ ପ୍ରାୟ ୧୧୯ କିଲୋମିଟର ଯାତ୍ରା ସୁଡ଼ଙ୍ଗ ମଧ୍ୟ ଦେଇ ଯାଇଥାଏ। ଏଠାରେ ୩୬ଟି ପ୍ରମୁଖ ସୁଡ଼ଙ୍ଗ ରହିଛି ଯେଉଁଗୁଡ଼ିକ ଏତେ ଲମ୍ବା ଓ ଜଟିଳ ଯେ ସେଗୁଡ଼ିକ ଇଞ୍ଜିନିୟରିଂ ଦୃଷ୍ଟିକୋଣରୁ ଚମତ୍‌କାରୀତାର ଏକ ଏକ ଉଦାହରଣ ପାଲଟିଛି।

୧ଟି ୫୦– ଭାରତର ସବୁଠାରୁ ଦୀର୍ଘ କାର୍ଯ୍ୟକ୍ଷମ ସୁଡ଼ଙ୍ଗ

ଲମ୍ବ–୧୨.୭୭ କିମି । ସ୍ଥାନ: ସୁମ୍ବଡ ଖଡ଼ି ସେକ୍ସନ ।

ଏହା ଦେଶର ସବୁଠାରୁ ଲମ୍ବା ପରିବହନ ସୁଡ଼ଙ୍ଗ ଯାହା କାଶ୍ମୀର ଉପତ୍ୟକାକୁ ଭାରତର ଅନ୍ୟାନ୍ୟ ଅଂଶ ସହ ସଂଯୋଗ କରୁଛି। ଏହା ଏକ ନୂତନ ଟନେଲିଂ ପଦ୍ଧତି ବ୍ୟବହାର କରି ନିର୍ମାଣ କରାଯାଇଛି। ଯେଉଁଥିରେ କ୍ୱାର୍ଟଜାଇଟ, ଗ୍ନିସ ଏବଂ ଫାଇଲାଇଟ ଭଳି କଠିନ ପଥର ଅତିକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ସୁଡ଼ଙ୍ଗ ସହିତ ଏକ ସମାନ୍ତରାଳ ଉଦ୍ଧାର ସୁଡ଼ଙ୍ଗ ମଧ୍ୟ ରହିଛି। ଯାହା ପ୍ରତି ୩୭୫ ମିଟରରେ କ୍ରସ ପ୍ୟାସେଜ ସହିତ ସଂଯୁକ୍ତ ରହିଛି । ଅସ୍ଥିର ପ୍ରସ୍ତର, ତୀବ୍ର ଜଳସ୍ରୋତ, ସିଅର ଜୋନ ଏବଂ ଜ୍ୱାଳାମୁଖୀ ସ୍ତର ସଂଯୁକ୍ତ ପଥର ଯୋଗୁଁ ଏହାର ଖନନ କାର୍ଯ୍ୟ ଅତ୍ୟନ୍ତ ବିପଦଜନକ ହୋଇଥିଲା। ଏହି ଅସୁବିଧାଗୁଡ଼ିକୁ ଦୂର କରିବା ଲାଗି ପ୍ରକଳ୍ପ ଟିମ ତିନୋଟି ଆଡାଇଟ ସୃଷ୍ଟି କରିଥିଲେ, ଯାହା ଖନନର ବିଭିନ୍ନ ଅଂଶରେ ଏକକାଳୀନ କାମ କରିବାକୁ ସୁବିଧା ପ୍ରଦାନ କରିଥିଲା, ଯାହା ଫଳରେ କାର୍ଯ୍ୟର ଧାରା ବୃଦ୍ଧି ପାଇଥିଲା। ଏହି ସୁଡ଼ଙ୍ଗର ନିର୍ମାଣ ଏକ ଇଞ୍ଜିନିୟରିଂ ଚମକ୍ରାରିତାକୁ ନବରୂପ ଦେଇଥିଲା।

୨– ଟି–୮୦–ପିର ପଞ୍ଜଲରେ ତିଆରି ହେଲା କାଶ୍ମୀରର  ରୋଡ଼

ଲମ୍ବ: ୧୧.୨ କିମି। ସ୍ଥାନ: ବନିହାଲ–କାଜିଗୁଣ୍ଡ

ପୀର ପଞ୍ଜାଲ ତଳେ ନିର୍ମିତ ଏହି ସୁଡ଼ଙ୍ଗ ବର୍ଷ ସାରା ଜାମ୍ମୁ ଓ କାଶ୍ମୀର ମଧ୍ୟରେ ସଂଯୋଗ ବଜାୟ ରଖିବାକୁ ସମର୍ଥ ହେବ। ଏହା ତୁଷାରପାତ ଓ ଉଚ୍ଚତାର ପ୍ରତିବନ୍ଧକ ଗୁଡ଼ିକୁ ଅତିକ୍ରମ କରି ଯାତାୟତ ଓ ବ୍ୟବସାୟ ବାଣିଜ୍ୟକୁ ତ୍ୱରାନ୍ୱିତ କରିବ। ଏହାକୁ ୟୁଏସବିଆରଏଲର ମେରୁଦଣ୍ଡ କୁହାଯାଇପାରେ।

୩. ଟି–୩୪

ଯୁଗ୍ମ ସୁଡ଼ଙ୍ଗର ଆଶ୍ଚର୍ଯ୍ୟ

ଲମ୍ବ: ୫.୦୯୯ କିମି। ସ୍ଥାନ: ପାଏ ଖଡ଼ରୁ ଅଞ୍ଜି ଖଡ

ଏହା ଏକ ଯୁଗ୍ମ ସୁଡ଼ଙ୍ଗ ଯାହା ଟ୍ରେନ ପରିଚାଳନା ଏବଂ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଦୁଇଟି ପୃଥକ ସୁଡ଼ଙ୍ଗ ରହିଛି। ଏହା ସିରବନ ଡୋଲମାଇଟ ପଥରରେ ନିର୍ମିତ। ଏହି ସୁଡ଼ଙ୍ଗଟି ଭାରତର ପ୍ରଥମ କେବୁଲ -ଷ୍ଟ୍ରେଡ ସେତୁ ସହିତ ସଂଯୋଗ କରଛି ଏବଂ ଏଥିରେ ୩୭୫ ମିଟରର କ୍ରସ ପାସେଜ ତିଆରି କରାଯାଇଛି।

୪. ଟି–୩୩– ତ୍ରିକୁଟର ଛାଇରେ ନିର୍ମିତ ଏକ ଦୁର୍ଗମ ପଥ

ଲମ୍ବ: ୫.୨ କିମି । ସ୍ଥାନ: କଟରା–ବନିହାଲ ବିଭାଗ।

ଏହି ସୁଡ଼ଙ୍ଗଟି ମୁଖ୍ୟ ସୀମା ଥ୍ରଷ୍ଟ ଭଳି ଜଟିଳ ଭୌଗଳିକ କ୍ଷେତ୍ର ଦେଇ ଗତି କରୁଥିବାରୁ ଏହା ଏକ ଚ୍ୟାଲେଜିଂ ଥିଲା। ପ୍ରବଳ ଜଳ ସ୍ରୋତ ଓ ପଥର ସ୍ଖଳନ ଯୋଗୁଁ ଆଇ ସିଷ୍ଟମ ଟନେଲିଂ ଗ୍ରହଣ କରାଯାଇଥିଲା। ଏହି ସୁଡ଼ଙ୍ଗ ଇଞ୍ଜିନିୟରିଂ କୌଶଳ ଦକ୍ଷତା ଓ ଧୈର୍ଯ୍ୟର ଏକ ଉଦାହରଣ।

୫. ଟି–୨୩– ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ ଉଦାହରଣ

ଲମ୍ବ: ୩.୧୫ କିମି । ସ୍ଥାନ: ଉଦାମପୁର–ଚକ ରଖୱାଲ

ଏହା ଏହି ସେକ୍ସନର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଓ ଏଥିରେ ବାଲାଷ୍ଟ ବିହୀନ ଟ୍ରାକ ବିଛା ଯାଇଛି। ୨୦୦୮ରେ ଏହା ଭୟଙ୍କର ଚାପ ଓ ଫୁଲା ସମସ୍ୟାର ସମ୍ମୁଖୀନ ହୋଇଥିଲା। ଯାହା ପରେ ପ୍ରାୟ ୧.୮ କିଲୋମିଟର ସୁଡ଼ଙ୍ଗକୁ ପୁନଃନିର୍ମାଣ କରାଯାଇଥିଲା ଏବଂ ମାର୍ଗ ପରିବର୍ତନ କରାଯାଇଥିଲା।

୬. ଟି–୧–ନୂତନତମ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଚ୍ୟାଲେଜିଂ ସୁଡ଼ଙ୍ଗର ଲମ୍ବ ଥିଲା ୩.୨୦୯ କିମି

ମୁଖ୍ୟ ସୀମା ଥ୍ରଷ୍ଟ ଅଂଚଳ ହେତୁ ସୁଡ଼ଙ୍ଗରେ କାଦୁଅ ଓ ପାଣିର ସମସ୍ୟା ଥିଲା। ଯେଉଁଥିରେ ଗଭୀର ଡ୍ରେନେଜ ପାଇପ, ଛତା ପାଇପ ଛାତ ଓ ରାସାୟନିକ ଗ୍ରାଉଟିଂ ପରି କୌଶଳ ଉପଯୋଗ କରାଯାଇଥିଲା।

୭. ଟି–୨୫– ସ୍ରୋତ ବିରୁଦ୍ଧରେ ସଂଗ୍ରାମ

ଲମ୍ବ: ୩ କିମି

୨୦୦୬ ମସିହାରେ ଖନନ ସମୟରେ ଏକ ଭୂତଳ ଜଳସ୍ରୋତ ଆବିଷ୍କୃତ ହୋଇଥିଲା, ଯାହା ପ୍ରତି ସେକେଣ୍ଡରେ ୫୦୦-୨୦୦୦ ଲିଟର ପାଣି ପ୍ରବାହିତ କରୁଥିଲା। ଏହି ଜଳ ସଙ୍କଟକୁ ନିୟନ୍ତ୍ରଣ କରିବାକୁ ଛଅ ବର୍ଷ ଲାଗିଗଲା। ଏହି ସୁଡ଼ଙ୍ଗ ଝଜ୍ଜର ନଦୀ ଉପରେ ନିର୍ମିତ ୧୮୬ ନମ୍ବର ସେତୁକୁ ସଂଯୋଗ କରୁୃଛି।

ୟୁଏସବିଆରଏଲର ସୁଡ଼ଙ୍ଗ ଗୁଡ଼ିକ ହିମାଳୟର ଛାତିରେ ଅବସ୍ଥିତ ଧମନୀ, ଯାହା କାଶ୍ମୀରକୁ ଦେଶର ହୃଦୟ ସହିତ ସଂଯୋଗ କରୁଛି। ପ୍ରତ୍ୟେକ ସୁଡ଼ଙ୍ଗ ଏକ କାହାଣୀ- ସଂଘର୍ଷ, ନୂତନତ୍ୱ ଓ ବିଜୟର ପ୍ରତୀକ। ଏଗୁଡ଼ିକ ପଥର ଭାଙ୍ଗିବା ମେସିନର ଗୁଞ୍ଜରଣ ସହିତ ଏକ ନୂତନ ଯୁଗର ଶବ୍ଦ। ହିମାଳୟର ଏହି ସୁଡ଼ଙ୍ଗଗୁଡ଼ିକ ଯାତ୍ରୀମାନଙ୍କ ଗନ୍ତବ୍ୟସ୍ଥଳ ଏବଂ ଭାରତର ଅଟଳ ସଂକଳ୍ପର ପ୍ରତୀକ।

ଭାରତୀୟ ରେଳପଥ ହିମାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.