Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ କେବେ?: ସ୍ଥିର ହେଲା ନୀତି ନିର୍ଘଣ୍ଟ
ଆଜିର ଖବର

ଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ କେବେ?: ସ୍ଥିର ହେଲା ନୀତି ନିର୍ଘଣ୍ଟ

June 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଚଳିତବର୍ଷ ଜୁନ ୨୭ ତାରିଖ ରଥଯାତ୍ରା ଦିନ ସକାଳ ୬ଟାରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି ପରେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ। ଅପରାହ୍ନ ୪ଟାରେ ରଥଟଣା ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ସେହିପରି ଜୁନ ୧୧ ତାରିଖରେ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମାର ନୀତି ଅନୁସାରେ ଭୋର ୫ଟାରୁ ପହଣ୍ଡି କରାଯାଇ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହଙ୍କ ସ୍ନାନନୀତି କରାଯିବ। ଅପରାହ୍ନ ସାଢ଼େ ୪ଟାରେ ହାତୀବେଶ ବା ଗଜାନନ ବେଶ ଅନୁଷ୍ଠିତ ହେବ।

ବାହୁଡା ଦିନ ମଧ୍ୟ ଅପରାହ୍ନ ୪ଟା ସୁଦ୍ଧା ରଥ ଟଣା ଯିବ। ଜୁଲାଇ ୬ ତାରିଖ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ପାଇଁ ସେବାୟତମାନେ ମତ ରଖିଥିଲେ।

ପୂର୍ଣ୍ଣିମା ବାହୁଡା ଯାତ୍ରା ରଥ ଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ସୁନାବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

December 26, 2025

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025
Latest News

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ଆଗାମୀ ୫ ବର୍ଷ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ଟ୍ରେନ କ୍ଷମତା ଦ୍ୱିଗୁଣିତ କରିବାକୁ ଯୋଜନା

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.