ରେଢ଼ାଖୋଲ ଜଙ୍ଗଲରେ ମାଓବାଦୀ, ପୋଲିସର ସର୍ଚ୍ଚ ଅପରେସନ

Published: Jun 7, 2025, 6:07 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦୀର୍ଘ ବର୍ଷର ନୀରବତା ପରେ ପୁଣି ମାଓବାଦୀ ମାତିଛନ୍ତି। ରେଢ଼ାଖୋଲରେ ଏଭଳି ଖବର ଜଣାପଡିଛି। ପୋଲିସ ରେଢ଼ାଖୋଲ ବ୍ଲକ୍ ଚାରମାଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି।

ଛତିଶଗଡରୁ ଛତ୍ରଭଙ୍ଗ ଦେଇଥିବା ପ୍ରାୟ ୧୦୦ ଜଣ ମାଓବାଦୀ ଜଙ୍ଗଲ ଭିତରେ ଥିବା ସୂଚନା ପାଇ ସିଆରପିଏଫ ଡିଭିଏସ, ଏସଓଜି, ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଚଳାଇଥିବା ସୂଚନା ମିଳିଛି।

ରେଢ଼ାଖୋଲର ଚାରମାଳ ଜଙ୍ଗଲର ଠେଙ୍ଗପୋଲ ଏବଂ ନାକଟିଦେଉଳ ଜଙ୍ଗଲରେ ସୁରକ୍ଷା ବାହିନୀର ଗତିବିଧି ଦେଖିବାକୁ ମିଳିଛି। ଅଂଚଳରେ ଭୟର ବାତାବରଣ ଦେଖାଦେଇଛି। ମାଓବାଦୀ କେମିତି ଆସିଲେ ଓ କେଉଁ ଜଙ୍ଗଲ ଦେଇ ଆସିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Related posts