Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁକୁରଙ୍କୁ ବିଷଦେଇ ମାରୁଛନ୍ତି ବିମାନ ବନ୍ଦର ଅଧିକାରୀ: ଅଭିଯୋଗ ଆଣିଲେ ପ୍ରାଣୀ ଅଧିକାର କର୍ମୀ
ଆଜିର ଖବର

କୁକୁରଙ୍କୁ ବିଷଦେଇ ମାରୁଛନ୍ତି ବିମାନ ବନ୍ଦର ଅଧିକାରୀ: ଅଭିଯୋଗ ଆଣିଲେ ପ୍ରାଣୀ ଅଧିକାର କର୍ମୀ

June 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ସିକ୍ରେଟ ମିଶନ ମାଧ୍ୟମରେ ବୁଲା କୁକୁର ମାନଙ୍କୁ ଖାଦ୍ୟରେ ବିଷ ମିଶ୍ରିତ କରି ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦର ଅଂଚଳରେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି କୁକୁର ମାନଙ୍କୁ ମାରିଦିଆଯାଉଥିବା ବେଳେ ପୋଲିସ ହାତବାନ୍ଧି ବସିଛି ବୋଲି ଆଜି ଗଣମାଧ୍ୟମକୁ ରାଜ୍ୟର ପ୍ରାଣୀ ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ବହୁ ସ୍ବେଚ୍ଛାସେବୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେମାନେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବା ସହିତ ରାତ୍ରିରେ ସେହି ଅଞ୍ଚଳରେ ଜଗିରହି ପୋଲିସ କୁ ବିଷ ମିଶା ଖାଦ୍ୟ ସଂଗ୍ରହ କରିଦେବା ସହ ବହୁ ତଥ୍ୟ ପ୍ରଦାନ କରିଛନ୍ତି।

ଏପରିକି ପୋଲିସକୁ ସିସିଟିଭି ହାର୍ଡ ଡିସ୍କ ପ୍ରଦାନରେ ସହଯୋଗ କରିବା ସହ ପୋଲିସ ବିଷ ମିଶ୍ର ତ ଖାଦ୍ୟ, ଏହାକୁ ସଂଗ୍ରହ କରି ଷ୍ଟେଟ ଫରେନ୍ସିକ ଲ୍ୟାବକୁ ପଠାଇବା ସହିତ ସେଇ ଅଂଚଳରେ ଲାଗିଥିବା ସିସି ଟିଭି ଫୁଟେଜ କୁ ସଂଗ୍ରହ କରିବା ପରେ ଚୁପ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। କାହା ଚାପ ରେ ପୋଲିସ ଘଟଣା ଉପରେ ଗୁରୁତ୍ୱ ପ୍ରଦାନ କରୁନାହିଁ। ପୂର୍ବରୁ ସେ ୪୮ଘଣ୍ଟା ମଧ୍ୟରେ ଘଟଣା ସମ୍ପର୍କରେ ପ୍ରକାଶ କରିବା ସହିତ ଆସାମୀ କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ବର୍ତ୍ତମାନ ଚୁପ ରହୁଥିବା ପ୍ରାଣୀ ସୁରକ୍ଷା କର୍ମୀମାନେ କହିଛନ୍ତି।

ଏନେଇ ପିପୁଲ ଫର ଆନିମାଲ ର ଅଧ୍ୟକ୍ଷ ମାନେକା ଗାନ୍ଧୀ ଗତ ଜୁନ ଏକ ତାରିଖରେ ଭୁବନେଶ୍ୱର ଆସି ଭୁବନେଶ୍ୱର ବିମାନ ବନ୍ଦରରେ ସତୁରୀ ରୁ ଉର୍ଦ୍ଧ୍ବ କୁକୁର ଙ୍କୁ ବିଷ ଦେଇ ମରାଯାଇଥିବା ଘଟଣା ଉପରେ ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଏ ନେଇ ଦୃଷ୍ଟି ଆକର୍ଷଣ କରିବା ସହ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ବିଶିଷ୍ଟ ପ୍ରାଣୀ ଅଧିକାର କର୍ମୀ ମୀନାକ୍ଷୀ ଅବସ୍ତି ମଧ୍ୟ ପୋଲିସ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

ପେଟା ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦର ଅଧ୍ୟକ୍ଷ ଙ୍କୁ ତୁରନ୍ତ ଏ ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମେଲ ପ୍ରଦାନ ପରେ ପୋଲିସ କାହିଁକି ଚୁପ ରହୁଛି ଏହାର କାରଣ ଦାବୀ କରି ଆଜି ଏନେଇପୋଲିସ ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ କଥାକଟାକଟି, ଯୁକ୍ତି ତର୍କ ହୋଇଛି। ପୋଲିସ ଘଟଣା କୁ ଏଡ଼ାଇ ଯିବାବେଳେ ପ୍ରାଣୀ ସୁରକ୍ଷା କର୍ମୀମାନେ ତାଙ୍କୁ ଗୋଡାଈଗୋଡ଼ାଇ ଘଟଣା ପଛରେ ଥିବା ବ୍ୟକ୍ତି ଙ୍କୁ କାହିଁକି ଘଣ୍ଟ ଘୋଡାଉଛି ପୋଲିସର ଉତ୍ତର ଚାହିଁଥିଲେ ଏବଂ ଏଥିରେ ପୋଲିସ ସାଲିସ ଅଛି ବୋଲି ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେ।ତୁରନ୍ତ ପୋଲିସ ଏହା ଉପରେ ବିବୃତି ରଖିବା ସହ ତୁରଣ ସମ୍ପୃକ୍ତ ଆସାମୀ କୁ ଗିରଫ ନକଲେ ଆଗାମୀ ଦିନରେ ପୋଲିସ ଷ୍ଟେସନ ଘେରାଉ ସହିତ ପୋଲିସ ଷ୍ଟେସନ ଆଗରେ ଧାରଣା ଦେବାକୁ ଆଜି ଉପସ୍ଥିତ ପ୍ରାଣୀ ସଙ୍ଗଠନର ସମସ୍ତ ସୁରକ୍ଷା କର୍ମୀ ପ୍ରକାଶ କରିଛନ୍ତି।

ଆଜି ଘଟଣା ଉପରେ ପ୍ରାଣୀ ଅଧିକାର କର୍ମୀ ମିଳନ ରଥ,ଅଙ୍କିତା ସୁବୁଦ୍ଧି, ଶର୍ମିଷ୍ଠା ଜେନା, ଶାନ୍ତିଲତା ସେଠୀ, ସିଦ୍ଧାର୍ଥ ପଣ୍ଡା, ବିଶାଳ, ଶାରଦା ମହାପାତ୍ର, ରାଜ୍ୟ ଗୋ ସୁରକ୍ଷା ସଙ୍ଗଠନର ରାଜେଶ ପୃଷ୍ଟି, ପ୍ରଦୀପ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏ ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

January 2, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଅର୍ଥ ଲାଭର ଯୋଗ ରହିଛି, ବ୍ୟବସାୟରେ ବୃଦ୍ଧି

January 2, 2026

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026
Latest News

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

January 2, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଅର୍ଥ ଲାଭର ଯୋଗ ରହିଛି, ବ୍ୟବସାୟରେ ବୃଦ୍ଧି

January 2, 2026

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.