Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ନକ୍ସଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀ ସରକାର: ଅମିତ ଶାହ
ଆଜିର ଖବର

ଭାରତକୁ ନକ୍ସଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀ ସରକାର: ଅମିତ ଶାହ

June 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସେହି ଅଧିକାରୀମାନଙ୍କୁ ଭେଟିଛନ୍ତି ଯେଉଁମାନେ ନିକଟରେ ହୋଇଥିବା ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଏହି ଅପରେସନଗୁଡ଼ିକର ଐତିହାସିକ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ମୋଦୀ ସରକାର ଭାରତକୁ ନକ୍ସଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏକ୍ସ ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ନିକଟରେ ହୋଇଥିବା ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଭେଟିଥିଲି ଏବଂ ଏହି ଅପରେସନର ଐତିହାସିକ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲି। ମୁଁ ସେହି ସାହସୀ ଯବାନମାନଙ୍କୁ ଭେଟିବାକୁ ଆଗ୍ରହୀ, ଯେଉଁମାନେ ନିଜ ସାହସ ଦ୍ୱାରା ଏହି ଅଭିଯାନକୁ ସଫଳ କରିଥିଲେ ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ଭେଟିବା ପାଇଁ ଛତିଶଗଡ଼ ଗସ୍ତ କରିବି। ମୋଦୀ ସରକାର ଭାରତକୁ ନକ୍ସାଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।’’

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସୁରକ୍ଷା ବାହିନୀ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଚଳାଇଛନ୍ତି। ଏହି ପ୍ରୟାସର ଅଂଶବିଶେଷ ସ୍ୱରୂପ, ଛତିଶଗଡ଼ ପୋଲିସ ଦ୍ୱାରା (ନାରାୟଣପୁର, ଦାନ୍ତେୱାଡ଼ା, କୋଣ୍ଡଗାଓଁ ଏବଂ ବିଜାପୁର ଜିଲ୍ଲାର ଡିଆରଜି ୟୁନିଟ୍ ସମେତ) ଅବୁଝମାଡର ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮.୦୫.୨୦୨୫ ରୁ ୨୧.୦୫.୨୦୨୫ ପର୍ଯ୍ୟନ୍ତ ଏକ ଅପରେସନ କରାଯାଇଥିଲା। ୨୧.୦୫.୨୦୨୫ ରେ, ବୋଟର ଗାଁର ଜଙ୍ଗଲରେ ଏକ ଏନକାଉଣ୍ଟର ଫଳସ୍ୱରୂପ ସିପିଆଇ (ମାଓବାଦୀ) ସାଧାରଣ ସମ୍ପାଦକ ଏବଂ ପଲିଟ୍ ବ୍ୟୁରୋର ସଦସ୍ୟ ବାସବରାଜୁ ଓରଫ ଗଗାନ୍ନାଙ୍କ ସମେତ ୨୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା, ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଥିଲା।

ଏହି ଅପରେସନରେ ସାମିଲ ଥିବା ଅଧିକାରୀମାନଙ୍କ ମଧ୍ୟରେ ଛତିଶଗଡ଼ର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଦେବ ଗୌତମ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଣ୍ଟି-ନକ୍ସାଲ ଅପରେସନ/ଏସ୍.ଆଇ.ବି./ଏସ୍.ଟି.ଏଫ୍.) ବିବେକାନନ୍ଦ, ପୁଲିସ ମହାନିରୀକ୍ଷକ (ବସ୍ତର ରେଞ୍ଜ) ସୁନ୍ଦରରାଜ, ପୁଲିସ ଅଧୀକ୍ଷକ (ନାରାୟଣପୁର) ପ୍ରଭାତ କୁମାର, ପୁଲିସ ଅଧୀକ୍ଷକ (ବିଜାପୁର) ଜିତେନ୍ଦ୍ର ଯାଦବ ଏବଂ ପୁଲିସ ଅଧୀକ୍ଷକ (ନକ୍ସଲ ମୁକ୍ତ ବସ୍ତର ଜିଲ୍ଲା) ଶଲଭ ସିଂହଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ଶର୍ମା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଅମିତ ଶାହ ନକ୍ସଲବାଦ ନୂଆଦିଲ୍ଲୀ ମୋଦୀ ସରକାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.