
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଖେଳାଳି ତଥା ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଇ ୭ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହାର ପାଞ୍ଚ ଦିନ ପରେ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ମଇ ୧୨ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ଏହି ଦୁଇ ଖେଳାଳିଙ୍କ ପାଇଁ କୌଣସି ବିଦାୟକାଳୀନ ମ୍ୟାଚ୍ ହୋଇନାହିଁ।
ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମ୍ମାନରେ କୌଣସି ଘୋଷଣା କରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ରୋହିତ ଏବଂ ବିରାଟଙ୍କ ପାଇଁ ବିଦାୟକାଳୀନ ମ୍ୟାଚ କରିବାକୁ ଯୋଜନା କରିଛି।