Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ବର୍ଡର-ଗାଭାସ୍କର ଟ୍ରଫିର କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିରିଜରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, କିନ୍ତୁ ବର୍ତ୍ତମାନ ଚାରିଟି ବଦଳରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ଅଷ୍ଟ୍ରେଲିଆ ସୋମବାର ଏହା ଘୋଷଣା କରିଛି। ୧୯୯୧-୯୨ ପରଠାରୁ ଏହା ପ୍ରଥମ ଥର ହେବ ଯେ, ଏହି ଦୁଇ ଦେଶ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ୍ ଖେଳାଯିବ। ବର୍ଡର ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁଥିବା ଏହି ସିରିଜ୍ ଅଷ୍ଟ୍ରେଲିଆର ୨୦୨୪-୨୫ କାର୍ଯ୍ୟସୂଚୀର ମୁଖ୍ୟ ଆକର୍ଷଣ ହେବ। ଏହାର କାର୍ଯ୍ୟକ୍ରମ ଆଗାମୀ ଦିନରେ ପ୍ରକାଶ ପାଇବ।

ଟେଷ୍ଟ କ୍ରିକେଟ୍ ର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ବିସିସିଆଇ ନିଜ ଉତ୍ସର୍ଗରେ ସ୍ଥିର ରହିଛି। ଏହା ଏକ ଫର୍ମାଟ୍ ଯାହାକୁ ଆମେ ଅଧିକ ସମ୍ମାନ କରୁଛୁ ବୋଲି ବିସିସିଆଇ ସଚିବ ଜୟ ଶାହା କ୍ରିକେଟ୍ ଅଷ୍ଟ୍ରେଲିଆ ବିଜ୍ଞପ୍ତିରେ କହିଛନ୍ତି।

ସେ କହିଛନ୍ତି ଯେ, କ୍ରିକେଟ୍ ଅଷ୍ଟ୍ରେଲିଆ ସହିତ ବର୍ଡର ଗାଭାସ୍କର ଟ୍ରଫିକୁ ପାଞ୍ଚ ଟେଷ୍ଟ ମ୍ୟାଚ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଆମର ସହଯୋଗ ଟେଷ୍ଟ କ୍ରିକେଟ୍ ର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥରେ ଖେଳାଯାଇପାରେ। କ୍ରିକେଟ୍ ଅଷ୍ଟ୍ରେଲିଆର ସଭାପତି ମାଇକ୍ ବେୟର୍ଡ କହିଛନ୍ତି ଯେ, “ଆମର ଦୁଇ ଦେଶ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତାକୁ ଦେଖି ଆମେ ବହୁତ ଖୁସି ଯେ, ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ପାଞ୍ଚ ଟେଷ୍ଟ ମ୍ୟାଚ୍ କୁ ବୃଦ୍ଧି ପାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ଅଛି। ଗତ ବର୍ଷ ଯେତେବେଳେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରିଥିଲା, ସେତେବେଳେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପୂର୍ବରୁ ୨୦୨୦-୨୧ ମସିହାରେ ଭାରତୀୟ ଦଳ ନିଜ ଘରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ୨୦୧୮-୧୯ ରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାଇଥିଲା ଏବଂ ସେହି ସମୟ ମଧ୍ୟରେ କଙ୍ଗାରୁ ଦଳକୁ ମଧ୍ୟ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେହି ଭ୍ରମଣରେ ଅଷ୍ଟ୍ରେଲିଆକୁ ୨-୧ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୧୬-୧୭ ମସିହାରେ ଅଷ୍ଟ୍ରେଲିୟ ଦଳ ଭାରତ ଗସ୍ତ କରିବାକୁ ଆସିଥିଲେ ଏବଂ ସେହି ସମୟ ମଧ୍ୟରେ ଭାରତକୁ ୨-୧ ପରାଜୟର ସାମ୍ନା କରିବାକୁ ପଡିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଜିତିଲା ଅଷ୍ଟ୍ରେଲିଆ, ଭାରତକୁ ହେଲା ବଡ ଲାଭ: ଡବ୍ଲୁଟିସିରେ ଏକ ନମ୍ବରକୁ ଫେରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୧୭୨ ରନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲାଭ ପାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ପରେ ଟିମ୍ ଇଣ୍ଡିଆ ଟେବୁଲରେ ଏକ ନମ୍ବରରେ ପହଞ୍ଚିଛି। ବର୍ତ୍ତମାନ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳୁଛି।

ମାର୍ଚ୍ଚ ୦୮ ତାରିଖରୁ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳିବାକୁ ପଡିବ, କିନ୍ତୁ ଏହାପୂର୍ବରୁ ରୋହିତ ବ୍ରିଗେଡ୍ ଏକ ନମ୍ବର ସ୍ଥାନ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ବିଜୟ ଶତକଡା ୫୯.୦୯ ସହ ତୃତୀୟ ସ୍ଥାନକୁ ଆସିଥିବାବେଳେ ହାରିଥିବା ନ୍ୟୁଜିଲ୍ୟାଣ୍ଡ ୬୦.୦୦ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଯେତେବେଳେ କି ଟିମ୍ ଇଣ୍ଡିଆ ୬୪.୫୮ ବିଜୟ ପ୍ରତିଶତ ସହିତ ଏକ ନମ୍ବରକୁ ଉଠିଛି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ​​ଚକ୍ରରେ ଏପର୍ଯ୍ୟନ୍ତ ଭାରତ ୮ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୫ ଟି ଜିତିଛନ୍ତି, ୨ ଟି ମ୍ୟାଚରେ ହାରିଛନ୍ତି ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛି। ଦୁଇ ନମ୍ବରରେ ଥିବା ନ୍ୟୁଜିଲ୍ୟାଣ୍ଡ ୫ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୩ ଟି ଜିତି ୨ ଟି ମ୍ୟାଚରେ ହାରିଛନ୍ତି। ସେପଟେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ କଙ୍ଗାରୁ ଦଳ ୧୧ ଟି ମ୍ୟାଚ୍ ଖେଳିଥିବା ବେଳେ ୭ ଟି ରେ ଜିତିଛି, ୩ ଟି ମ୍ୟାଚରେ ହାରିଛି ଏବଂ ଗୋଟିଏ ଡ୍ର ରହିଛି। ଏହି ତାଲିକାରେ ଆଗକୁ ବାଂଲାଦେଶ ୫୦.୦୦ ପ୍ରତିଶତ ବିଜୟ ସହ ଚତୁର୍ଥ ସ୍ଥାନରେ ଏବଂ ପାକିସ୍ତାନ ୩୬.୬୬ ପ୍ରତିଶତ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅଷ୍ଟ୍ରେଲିଆ ଆଇନ ଛାତ୍ରଙ୍କ ଆଲୋଚନା

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପ୍ରକ୍ରିୟା ଓ ତତ୍‌ସଂପର୍କିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଅଷ୍ଟ୍ରେଲିଆର ଭିକେଫାରିଆ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଏକ ୮ ଜଣିଆ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ୍‌ କରିଛନ୍ତି। ଭାରତ ଭଳି ଏକ ବିରାଟ ଦେଶରେ ‘ରାଜ୍ୟ ଏବଂ ସଂଘୀୟ ନିର୍ବାଚନ ଆଇନ ଓ ପ୍ରକି୍ରିୟା’ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଆଲୋଚନାଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ପରିଚାଳନା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଗଠନ ସହ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ନିଯୁକ୍ତି, ରାଜ୍ୟ ନିର୍ବାଚନ ଆୟୋଗ ଗଠନ ଓ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଇତ୍ୟାଦି ସାମ୍ବିଧାନିକ ବ୍ୟବସ୍ଥା ସଂପର୍କରେ ଅଷ୍ଟ୍ରେଲିଆ ଆଇନ ଛାତ୍ରମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ଦେଶର ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ପଞ୍ଚାୟତି ସମିତି ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପ୍ରକ୍ରିୟା ଓ ଆଇନ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ଛାତ୍ରମାନଙ୍କୁ ଅବଗତ କରାଇଥିଲେ। ଏତଦ୍‌ବ୍ୟତୀତ ଆମ ଦେଶ ତଥା ରାଜ୍ୟରେ ଅନୁଷ୍ଠିତ ହେଉଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ନିର୍ବାଚନର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ।

ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ଲାଗୁ, ଭୋଟର ତାଲିକା ପ୍ରସ୍ତୁତି, ନାମାଙ୍କନ ପତ୍ର ଦାଖଲ ଓ ପ୍ରତ୍ୟାହାର, ବାଲାଟ ପେପର ଛାପିବା, ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବଚାନ ପ୍ରଚାର, ନିର୍ବାଚନୀ ଖର୍ଚ୍ଚ, ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧିର ଅନୁପାଳନ ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବେ ଛାତ୍ରମାନଙ୍କୁ ଅବଗତ କରାଇଥିଲେ।

ଭାରତୀୟ ନିର୍ବାଚନ ପ୍ରକ୍ରିୟା ଓ ଆଇନ ସଂପର୍କରେ ଜାଣିବାକୁ ଆଗ୍ରହୀ ଥିବା ଛାତ୍ରମାନଙ୍କୁ ମତଦାନ ଗ୍ରହଣ ନିମନ୍ତେ ନିଯୁକ୍ତ ହେଉଥିବା ପୁଲିଙ୍ଗ ଅଧିକାରୀ, ଜିଲ୍ଲାସ୍ତରରେ ନିର୍ବାଚନ ପରିଚାଳନା କରୁଥିବା ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ, ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି ଓ ଦାୟିତ୍ୱ, ଭୋଟଗ୍ରହଣ ନିମନ୍ତେ ବ୍ୟବହୃତ ହେଉଥିବା ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ବ୍ୟବହାର, ଷ୍ଟ୍ରଙ୍ଗରୁମ୍‌ ପରିଚାଳନା, ମତଗଣନା କେନ୍ଦ୍ରର ଗଠନ ଓ ନିର୍ବାଚନ ଫଳାଫଳ ଘୋଷଣା ସଂପର୍କରେ ବିସ୍ତୃତ ଭାବେ ଶ୍ରୀ ପାଢ଼ୀ ଅଷ୍ଟ୍ରେଲିଆ ଆଇନ ଛାତ୍ର ଓ ଅଧ୍ୟାପକଙ୍କୁ ଅବଗତ କରାଇଥିଲେ।

ପ୍ରାରମ୍ଭରେ ରାଜ୍ୟ ନିର୍ବାଚନଙ୍କ ଭାରପ୍ରାପ୍ତ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଭିକେଫାରିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ୍ୟାରିଲ୍‌ ଓ ପ୍ରଫେସର ବ୍ରେଣ୍ଡି, ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ଡିନ୍‌ ଅଧ୍ୟାପକ କେ. ଭି. ଡି. ପ୍ରକାଶ ଓ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଅରୁନ୍ଧତୀ ବିଶ୍ୱାଳଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ

ଭାରତକୁ ଗାଦିଚ୍ୟୁତ କରି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଭାରତୀୟ ଦଳକୁ ଗାଦିଚ୍ୟୁତ କରି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଏକ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିଥିବା ବେଳେ ପ୍ରଥମ ଦୁଇ ସ୍ଥାନ ଅଧିକାର କରି ନେଇଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ । ବର୍ତ୍ତମାନ ସମସ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବା ବେଳେ 2016-17ର ପ୍ରଦର୍ଶନକୁ ଚଳିତ ରାଙ୍କିଂରୁ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ 116 ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 115 ପଏଣ୍ଟ ଏବଂ ଭାରତ 114 ପଏଣ୍ଟରେ ରହିଛି ।

ଦିନିକିଆରେ ବିଶ୍ବ ଚାମ୍ପିୟନ୍‌ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 127 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ 119 ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ 116 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ।

ସେହିପରି ଟି20ରେ ପ୍ରଥମ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ପାକିସ୍ତାନକୁ ପଛରେ ପକାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଇଂଲଣ୍ଡ ଓ ଭାରତ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଥିବା ପାକିସ୍ତାନ ଚତୁର୍ଥ ସ୍ଥାନକୁ ଖସି ଆସିଛି ।

Categories
ଆଜିର ଖବର ଖେଳ

ମହିଳା ଟି20 ବିଶ୍ବକପ୍‌ ଫାଇନାଲ୍‌ : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଭୟ ଦଳ ନିଜର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଭାରତୀୟ ଦଳ ନିଜର ପ୍ରଥମ ଫାଇନାଲ୍‌ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ନିଜର ଷଷ୍ଠ ଫାଇନାଲ୍‌ ଖେଳିବ । (ଏଜେନ୍ସି)

Categories
ଆଜିର ଖବର ଖେଳ

କ୍ରମାଗତ ଚତୁର୍ଥ ଥର ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ

ସିଡ୍‌ନୀ : ମହିଳା ଟି 20 ବିଶ୍ବକପ୍‌ର ଫାଇାନାଲ୍‌ରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକାକୁ 6 ରନ୍‌ରେ ପରାସ୍ତ କରି ମେଗ୍‌ ଲାନିଂଙ୍କ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚିଛି । ଅଧିନାୟିକା ମେଗ୍‌ ଲାନିଂଙ୍କ 49 ରନ୍‌ ଏବଂ ବେଥ୍‌ ମୁନିଙ୍କ 28 ରନ୍‌ ବଳରେ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍‌ ସଂଗ୍ରହ କରିଥିଲା । ବର୍ଷା କାରଣରୁ ଦ ଳଆଫ୍ରିକାକୁ 13 ଓଭରରେ 98 ରନ୍‌ର ସଂଶୋଧିତ ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ଲୌରା ଉଲ୍ଭଡ୍ରେଟ୍‌ 27ଟି ବଲ୍‌ରୁ 41 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବିଜୟ ଲକ୍ଷ୍ୟରୁ 6 ରନ୍‌ ଦୂରରେ ରହିଥିଲା । ଲୌରା ନିଜ ଇନିଂସରେ 3ଟି ଚୌକା ଏବଂ ଦୁଇଟି ଛକ୍କା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍‌ ସ୍ଚଟ୍‌ ସର୍ବାଧିକ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଜେସ୍‌ ଜନ୍‌ସନ୍‌, ଡେଲିସା କିମିନ୍ସ ଏବଂ ସୋଫି ମିଲନକ୍ସ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଫାଇନାଲ୍‌ରେ ଘରୋଇ ଅଷ୍ଟ୍ରେଲିଆ ଭାରତର ମୁକାବିଲା କରିବ । (ଏଜେନ୍ସି)

Categories
ଆଜିର ଖବର ଖେଳ

ମହିଳା ଟି 20 ବିଶ୍ବକପ୍‌ : ଦ୍ବିତୀୟ ସେମିରେ ଦ. ଆଫ୍ରିକା ସମ୍ମୁଖରେ 135 ରନ୍‌ର ବିଜୟଲକ୍ଷ୍ୟ

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 135 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଅଧିନାୟିକା ମେଗ୍‌ ଲାନିଂଙ୍କ 49 ରନ୍‌ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍‌ ସଂଗ୍ରହ କରିଛି । ଲାନିଂ 49ଟି ବଳ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଛକ୍କା ସହାୟତାରେ 49 ରନ୍‌ ସଂଗ୍ରହ କରିଥିଲା । ଦ. ଆଫ୍ରିକା ପକ୍ଷରୁ ନାଡିନ୍‌ ଡି କ୍ଲାର୍କ 19 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ 134 ରନ୍‌ରେ ସୀମିତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବେଥ୍‌ ମୁନି 28 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ମହିଳା ଟି20 ବିଶ୍ବକପ୍‌ : ଅଷ୍ଟ୍ରେଲିଆ ସମ୍ମୁଖରେ 136 ରନ୍‌ର ବିଜୟ ଲକ୍ଷ୍ୟ

ସିଡ୍‌ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍‌ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ 133 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି୍ ପ୍ରଥମେ ବୋଲିଂ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 132 ରନ୍‌ ସଂଗ୍ରହ କରିଛି । ବିଶ୍ବକପ୍‌ ପଦାର୍ପଣ କରିଥିବା ଶେଫାଳି ବର୍ମା ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି 15ଟି ବଲ୍‌ରୁ 29 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ ପ୍ରଥମ 4 ଓଭରରୁ 41 ରନ୍‌ ସଂଗ୍ରହ କରିଥିଲା । ମାତ୍ର ସ୍ମୃତି ମାନ୍ଧନା(10) ଏବଂ ଶେଫାଳି ମାତ୍ର 2 ରନ୍‌ ବ୍ୟବଧାନରେ ଆଉଟ ହେବା ପରେ ଭାରତର ରନ୍‌ ହାରରେ ଅଙ୍କୁଶ ଲାଗି ଯାଇଥିଲା । 10 ରନ୍‌ହାରରେ ରନ୍‌ ସଂଗ୍ରହ କରୁଥିବା ଭାରତର ରନ୍‌ହାର 6 ତଳକୁ ଖସି ଆସିଥିଲା । ହରମନ୍‌ପ୍ରୀତ୍‌ କୌର୍‌ (2) ବିଫଳ ହେବା ପରେ ଜେମିମା ରଡ୍ରିଗଜ୍‌ (26) ଏବଂ ଟପ୍‌ ସ୍କୋରର ଦୀପ୍ତି ଶର୍ମା (49*)ଙ୍କ ମଧ୍ୟରେ 53 ରନ୍‌ର ଭାଗିଦାରୀ ହେବା ଫଳରେ ଭାରତର ସ୍କୋର 100 ଅତିକ୍ରମ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜେସ୍‌ ଜନ୍‌ସନ୍‌ ସର୍ବାଧିକ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ତ୍ରୀରାଷ୍ଟ୍ରୀୟ ସିରିଜ୍‌ : ଅଷ୍ଟ୍ରେଲିଆକୁ 7 ଓ୍ବିକେଟ୍‌ରେ ପରାସ୍ତ କଲେ ଭାରତୀୟ ମହିଳା

ମେଲବୋର୍ଣ୍ଣ : ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ନେଇ ଅନୁଷ୍ଠିତ ହେଉଥିବା ତ୍ରୀରାଷ୍ଟ୍ରୀୟ ମହିଳା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାକୁ ଭାରତ 7 ଓ୍ବିକେଟ୍‌ରେ ଜିତି ନେଇଛି । ଶେଫାଳୀ ବର୍ମା (49) ଏବଂ ସ୍ମୃତି ମାନ୍ଧନା(55) ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆସ୍‌ଲେଘ୍‌ ଗାର୍ଡନରଙ୍କ 93 ରନ୍‌ ସହାୟତାରେ 173 ରନ୍‌ ସଂଗ୍ରହ କରିଥିଲେ । ଗାର୍ଡନର 57ଟି ବଲ୍‌ର ସମ୍ମୁଖୀନ ହୋଇ 11ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 93 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶେଫାଳି ବର୍ମା 29 ବଲ୍‌ର ସମ୍ମୁଖୀନ ହୋଇ 48 ରନ୍‌ ସଂଗ୍ରହ କରିଥିଲେ । ଶେଫାଳିଙ୍କ ଇନିଂସରେ 8 ଚୌକା ଏବଂ 1 ଛକ୍କା ସାମିଲ ଥିଲା । ଶେଫାଳିଙ୍କ ଇନିଂସ ପାଇଁ ଭାରତ 8 ଓଭରରେ 85 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗ୍‌ଜ 30 ଏବଂ ହରମନ୍‌ପ୍ରୀତ୍‌ କୌର୍‌ 20 ରନ୍‌ ସଂଗ୍ରହ କରିଥିଲେ । ଆସଲେଘ୍‌ ଗାର୍ଡନରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି ।

Categories
ଆଜିର ଖବର ଖେଳ

ଭାରତୀୟ ମହିଳାଙ୍କୁ 4 ଓ୍ବିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟିଭ୍‌ ଓ୍ବ

କୋଲକାତା : ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ପୁନର୍ବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ଷ୍ଟିଭ୍‌ ଓ୍ବ ଏଥର ଭିନ୍ନ ଦାୟିତ୍ବରେ ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବେଙ୍ଗଲ ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଷ୍ଟିଭ୍‌ ଫଟୋଗ୍ରାଫର ଭାବରେ ପଡିଆରେ ପ୍ରବେଶ କରିଥିଲେ । ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ନାମକ ପୁସ୍ତକୁ ଲେଖୁଥିବା ଷ୍ଟିଭ୍‌ ଭାରତୀୟ କ୍ରିକେଟର ମକ୍କାରେ ପ୍ରବେଶ କରିବା ସହିତ କିଛି ଫଟୋ ଉତ୍ତୋଳନ କରିଥିଲେ । ଏହି ଷ୍ଟାଡିୟମ୍‌ରେ 1987ରେ ଅଷ୍ଟ୍ରେଲିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ରହିଥିବା ବେଳେ 2001 ଐତିହାସିକ ଟେଷ୍ଟ ସିରିଜ୍‌ରେ ଅଧିନାୟକ ରହିଥିଲେ । ଦ୍ରାବିଡ-ଲକ୍ଷ୍ମଣଙ୍କ ଭାଗିଦାରୀ ଏବଂ ହରଭଜନଙ୍କ ହ୍ୟାଟ୍ରିକ୍‌ କାରଣରୁ ଭାରତ ଏହି ଟେଷ୍ଟରେ ବିଜୟୀ ହୋଇଥିଲା ।

Categories
ଆଜିର ଖବର ଖେଳ

ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଭାରତ କ୍ଷେତ୍ରରକ୍ଷଣ କରିବ । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍‌ରେ କେନ୍‌ ରିଚାର୍ଡସନ୍‌ଙ୍କ ସ୍ଥାନରେ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କୁ ଖେଳାଯାଇଛି । ଭାରତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ପରିବେଶରେ ପ୍ରଥମ ଥର ପାଇଁ କେ ଏଲ୍‌ ରାହୁଲ୍‌ ଓ୍ବିକେଟ୍‌ କିପିଂ କରିବାକୁ ଯାଉଛନ୍ତି ।
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧଓ୍ବନ୍‌, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍‌ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା ।
ଅଷ୍ଟ୍ରେଲିଆ ଦଳ : ଡେଭିଡ୍‌ ଓ୍ବାର୍ଣ୍ଣର, ଆରୋନ୍‌ ଫିଞ୍ଚ(ଅଧିନାୟକ), ମାର୍ନସ୍‌ ଲାବୁଶ୍ଚାଞ୍ଜେ, ଷ୍ଟିଭେନ୍‌ ସ୍ମିଥ୍‌, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କେରୀ, ଆଷ୍ଟନ ଆଗର୍‌, ପ୍ୟାଟ୍‌ କମିନ୍‌ସ, ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହାଜେଲ୍‌ଉଡ୍‌, ଆଡାମ୍‌ ଜାମ୍ପା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିବା ପରେ ଇନଫର୍ମ ଲାବୁଶ୍ଚାଞ୍ଜେ(46) ଏବଂ ସ୍ମିଥ୍‌ (98)ଙ୍କ ମଧ୍ୟରେ 96 ରନ୍‌ର ଭାଗିଦାରୀ ହୋଇଥିଲା । ଲାବୁଶ୍ଚାଞ୍ଜେଙ୍କୁ ଆଉଟ୍‌ କରି ଜାଡେଜା ପୁନର୍ବାର ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ସ୍ମିଥ ଗୋଟିଏ ପଟୁ ଆକ୍ରମଣ କରୁଥିବା ବେଳେ କୁଲ୍‌ଦୀପ ଯାଦବ ଗୋଟିଏ ଓଭରରେ ଆଲେକ୍ସ କେରୀ ଏବଂ ସ୍ମିଥ୍‌ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ମହମ୍ମଦ ସାମି ଲଗାତାର ବଲ୍‌ରେ ଟର୍ଣ୍ଣର ଏବଂ କମିନ୍‌ସଙ୍କୁ ଆଉଟ କରିବା ପରେ ବିଜୟ କେବଳ ଔପଚାରିକତା ରହିଥିଲା । ଶେଷରେ ଅଷ୍ଟ୍ରେଲିଆ 304 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି 77 ରନ୍‌ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସାଇନି ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜାମ୍ପାଙ୍କୁ ଆଉଟ କରି ବୁମ୍‌ରା ମ୍ୟାଚ୍‌ ସମାପ୍ତ କରିଥିଲେ । ଶିଖର ଧଓ୍ବନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଧଓ୍ବନ୍‌,ରାହୁଲ ଏବଂ କୋହଲିଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ 52ଟି ବଲ୍‌ର ସମ୍ମୁଖୀନ 6ଟି ଚୌକା ଏବଂ 3 ଛକ୍କା ସହାୟତାରେ 80 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା 50 ରନ୍‌ରେ 3ଟି ଏବଂ କେନ୍‌ ରିଚାର୍ଡସନ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଭିଡ଼ିଓ

Parineeti Australia bushfires due to climate change ଜଳବାୟୁ ପରିବର୍ତ୍ତନ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର କାରଣ |

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡକୁ 3-0ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ସିଡ୍‌ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌କୁ ହ୍ବାଇଟ୍‌ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍‌ ପେନ୍‌ଙ୍କ ଦଳ 3-0 ସିରିଜ୍‌ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ୍‌ରେ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବରୁ ପ୍ରଥମ ଦୁଇ ଟେଷ୍ଟ ଜିତି ସାରିଥିବା ଅଷ୍ଟ୍ରେଲିଆ ଅନ୍ତିମ ମ୍ୟାଚ୍‌କୁ 279 ରନ୍‌ରେ ପରାସ୍ତ କରିବା ସହିତ 3-0ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ପକକ୍ଷରୁ ପ୍ରଥମ ଇନିଂସରେ ମାର୍ନସ୍‌ ଲାବୁଶ୍ଚାଞ୍ଜେ 215 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 454 ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ 251 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଫଲୋଅନ୍‌ ଡାକରା ନଦେଇ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇନିଂସରେ ଓ୍ବାର୍ଣ୍ଣର(111) ଶତକ ହାସଲ କରିଥିବା ବେଳେ ଲାବୁଶ୍ଚାଞ୍ଜେ(59) ଅର୍ଦ୍ଧଶତକ ହାସଲ କରିଥିଲେ । 2 ଓ୍ବିକେଟ୍‌ରେ 217 ରନ୍‌ କରି ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 416 ରନ୍‌ର ଅସମ୍ଭବ ବିଜୟ ଲକ୍ଷ୍ୟ ରହିଥିଲା । ଦଳ ମାତ୍ର 136 ରନ୍‌ରେ ସମସ୍ତ ଓ୍ବିକେଟ ହରାଇବା ସହିତ 279 ରନ୍‌ରେ ପରାଜୟ ବରଣ କରିଥିଲା । ମାର୍ନସ୍‌ ଲାବୁଶ୍ଚାଞ୍ଜେଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଏବଂ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରୀଲଙ୍କା ସିରିଜ୍‌ରୁ ବିଶ୍ରାମ ନେବେ ରୋହିତ ଶର୍ମା

ନୂଆଦିଲ୍ଲୀ,23/12 : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି20 ସିରିଜ୍‌ର ବିଶ୍ରାମ ନେବେ ରୋହିତ ଶର୍ମା । ଆସନ୍ତା ଡିସେମ୍ବର 26 ତାରିଖରେ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଛି । ତିନି ମ୍ୟାଚ୍‌ ବିପକ୍ଷ ସିରିଜ୍‌ ଆସନ୍ତା ଜାନୁୟାରୀ 5 ତାରିଖରୁ ଖେଳାଯିବ । ଅଷ୍ଟ୍ରେଲିଆ ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଏହି ସିରିଜ୍‌ରୁ ବିଶ୍ରାମ ପାଇଁ ରୋହିତ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି । ବିସିସିଆଇର ଜନୈକ ପ୍ରତିନିଧି ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ ଏକ ବର୍ଷ ହେବ ରୋହିତ ନିରନ୍ତର କ୍ରିକେଟ ଖେଳୁଥିବା ବେଳେ ଭାରତୀୟ ଦିନିକିଆ ଏବଂ ଟି20 ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଚଳିତ ବର୍ଷ ରୋହିତ ଦିନିକିଆରେ 28ଟି ମ୍ୟାଚ୍‌ରୁ 57 ହାରରେ 1490 ରନ୍‌ ସଂଗ୍ରହ କରିଥିବା ବେଳେ 2019 ଦିନିକିଆ ବିଶ୍ବକପ୍‌ରେ 9ଟି ମ୍ୟାଚ୍‌ରୁ 81 ହାରରେ 648 ରନ୍‌ ସଂଗ୍ରହ କରିଥିଲେ । ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧଓ୍ବନ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । (ଏଜେନ୍ସୀ)

Categories
ଖେଳ ବିଶେଷ ଖବର

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପ୍ରଥମ ଥର ପାଇଁ କଙ୍ଗାରୁ ଦଳର ଟାଇଟଲ୍‌ କବ୍‌ଜା

ସରୋଜ ଜେନା

କ୍ରିକେଟ୍‌ ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍‌ ନାମରେ ପରିଚିତ ଏହି ଟାଇଟଲ୍‌କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍‌ ବିଶ୍ବକପ୍‌ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍‌ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ  ସମସ୍ତ ମ୍ୟାଚ୍‌ ଖେଳାଯାଇଥିଲା।
ଲିଗ୍‌ ପର୍ଯ୍ୟାୟ :
ଗ୍ରୁପ୍‌ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍‌ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍‌ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍‌ରେଟ୍‌ ହାରରେ ଭାରତ ଗ୍ରୁପ୍‌ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ୧ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍‌, ଜିମ୍ବାଓ୍ବେକୁ  ୩ରନ୍‌, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍‌, ଏବଂ ଜିମ୍ବାଓ୍ବେକୁ ୭୦ ରନ୍‌ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍‌ରେ ୫୬ ରନ୍‌ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍‌ ବିରୁ ପାକିସ୍ତାନ  ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।

ଚେତନଙ୍କ ହ୍ୟାଟ୍ରିକ୍‌ :
ଭାରତୀୟ ପେସ୍‌ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍‌ ହାଟ୍ରିକ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍‌ ରଦରଫୋର୍ଡ, ଇଆନ୍‌ ସ୍ମିଥ୍‌ ଏବଂ ଏଓ୍ବେନ୍‌ ଚାଟଫେଲ୍ଡଙ୍କୁ ଲଗାତାର ବଲ୍‌ରେ ଆଉଟ କରି  ସେ ଏହି ସଫଳତା ହାସଲ କରିଥିଲେ।

chetan sharama

ସେମି ଫାଇନାଲ :
ସେମିଫାଇନାଲ୍‌ର ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍‌ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ବୁନ୍‌ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ଏମ୍‌ ଭେଲେଟ୍ଟା ୪୮ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍‌ ଖାନ୍‌ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍‌ ମିଆଁଦାଦ୍‌(୭୦) ଏବଂ ଇମ୍ରାନ ଖାନ୍‌(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍‌ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍‌ଡେର୍‌ମଟ୍‌ ୪୪ ରନ୍‌ ଦେଇ ୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍‌(୧୧୫) ଏବଂ ମାଇକ୍‌ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍‌(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍‌ ଦୂରରେ ରହିଥିଲା।
ଫାଇନାଲ୍‌ :
କୋଲକାତାର ଇଡେନ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଡେଭିଡ୍‌ ବୁନ୍‌ (୭୫) ଏବଂ ମାଇକ୍‌ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍‌ରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍‌ ଗ୍ୟାଟିଂ(୪୧) ଏବଂ ଆଲାନ୍‌ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍‌ ଦୂରରେ ରହି ଯାଇଥିଲା। ଡେଭିଡ୍‌ ବୁନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ରେକର୍ଡ :
ବିଶ୍ବକପ୍‌ ଇତିହାସର ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍‌ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍‌ ୮ଟି ମ୍ୟାଚ୍‌ରୁ ସର୍ବାଧିକ ୪୭୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌  ସର୍ବାଧିକ ୧୮ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ।