Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ, ରାସ୍ତାରେ ଛକିଥିଲା ମୃତ୍ୟୁ! ୯ ମୃତ
ଆଜିର ଖବର

ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ, ରାସ୍ତାରେ ଛକିଥିଲା ମୃତ୍ୟୁ! ୯ ମୃତ

November 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ: ମନରେ ଥିଲା ଭଗବାନଙ୍କ ଦର୍ଶନର ଆନନ୍ଦ। ପରିବାର ସହ ମନ୍ଦିର ଯାଇଥିଲେ, ପୂଜାର୍ଚ୍ଚନା କରି ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛକି ବସିଥିଲା ମୃତ୍ୟୁ। ଅଧାବାଟରେ ଚାଲିଗଲା ୯ ଜଣଙ୍କ ଜୀବନ। ରାଜସ୍ଥାନର କୋଟାରେ ଘଟିଥିବା ଏହି ଛାତିଥରା ସଡ଼କ ଦୁର୍ଘଟଣା ଏବେ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କ୍ରୁଜର ଭ୍ୟାନ୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌ ପଛରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଏକ ପରିବାରର ୧୬ ଜଣ ସଦସ୍ୟ ରାଜସ୍ଥାନ ଭ୍ରମଣରେ ଆସିଥିଲେ। ସେମାନେ ସିକର ଜିଲ୍ଲାର ପ୍ରସିଦ୍ଧ ଖାଟୁ ଶ୍ୟାମ ମନ୍ଦିର ଦର୍ଶନ କରିବା ପରେ ନିଜ ଘର ମହାରାଷ୍ଟ୍ରକୁ ଫେରୁଥିଲେ। ଏଥିପାଇଁ ଏକ କ୍ରୁଜର ଭ୍ୟାନ୍‌ରେ ସମସ୍ତେ ଯାତ୍ରା କରୁଥିଲେ। ହେଲେ ରବିବାର ବିଳମ୍ବିତ ରାତିରେ କୋଟା-ଉଦୟପୁର ଜାତୀୟ ରାଜପଥର ଶମ୍ଭୁପୁରା ଗ୍ରାମ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା।

ରିପୋର୍ଟ ଅନୁସାରେ, ଏକ ଟ୍ରକ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଡ୍ରାଇଭର ମହମ୍ମଦ ହାରୁନ୍‌ ଏହାକୁ ରାସ୍ତାକଡ଼ରେ ଅଟକାଇ ରଖିଥିଲେ। ସେ ମଧ୍ୟପ୍ରଦେଶର ବାସିନ୍ଦା। ଟ୍ରକ୍‌ର ତ୍ରୁଟି ଯାଞ୍ଚ କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ କ୍ରୁଜର ଭ୍ୟାନ୍‌ ନିୟନ୍ତ୍ରଣ ହରାଇ ଟ୍ରକ୍‌ ପଛରେ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଭ୍ୟାନ୍‌ରେ ଥିବା ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ଓ ପରବର୍ତ୍ତୀ ସମୟରେ ମୋଟ ୯ ଜଣଙ୍କ ଜୀବନ ଯାଇଥିଲା।

ଏହି ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଟ୍ରକ୍‌ ଡ୍ରାଇଭର ମଧ୍ୟ ରହିଛନ୍ତି। ମୃତକ ଓ ଆହତଙ୍କ ମଧ୍ୟରେ ଛୋଟ ପିଲା ଥିବାରୁ ଘଟଣାଟି ଆହୁରି ହୃଦୟବିଦାରକ ହୋଇପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଦୁର୍ଘଟଣାର ଖବର ପାଇବା ପରେ କୋଟା ପୁଲିସ ଅଧୀକ୍ଷକ ତେଜସ୍ୱିନୀ ଗୌତମଙ୍କ ସମେତ ବହୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

ଅତିରିକ୍ତ ଜିଲ୍ଲା କଲେକ୍ଟର ରାଜେଶ ଜୋଶୀଙ୍କ ସୂଚନା ଅନୁସାରେ, ମଧ୍ୟରାତ୍ରିରେ ଶମ୍ଭୁପୁରା ନିକଟରେ ୧୬ ଜଣଙ୍କୁ ନେଇ ଯାଉଥିବା ଗାଡ଼ି ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏଥିରେ ୯ ଜଣ ପ୍ରାଣ ହରାଇଛନ୍ତି। ସମସ୍ତେ ଖାତୁ ଶ୍ୟାମଙ୍କ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିବା ଗୋଟିଏ ପରିବାରର ସଦସ୍ୟ ବୋଲି ସେ କହିଛନ୍ତି।

ଧାର୍ମିକ ଯାତ୍ରା ସାରି ହସଖୁସିରେ ଘରକୁ ଫେରୁଥିବା ଗୋଟିଏ ପରିବାର ପାଇଁ ଏହି ଦୁର୍ଘଟଣା ସବୁକିଛି ଛାରଖାର କରିଦେଇଛି। ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ମୃତ୍ୟୁ ଏବେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

acc roadaccident
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକ ବ୍ରତ ପାଳିବାକୁ ପୁରୀ ଆସିଥିଲେ, ଶବ ହୋଇ ଫେରିଲେ! ଚିକିତ୍ସାଧୀନ ଅବସ୍ଥାରେ ହବିଷ୍ୟାଳିଙ୍କ ମୃତ୍ୟୁ

November 22, 2026

ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ

November 22, 2026

ସମାଜରେ ଅନ୍ୟଙ୍କୁ ‘ପର’ ଭାବିବାର ନିଷ୍ଠୁର ମନୋଭାବ ମୋ କାହାଣୀର ମୂଳ ବିଷୟ: ଗିରିଶ କସାରାଭଲ୍ଲୀ

November 22, 2026

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026
Latest News

କାର୍ତ୍ତିକ ବ୍ରତ ପାଳିବାକୁ ପୁରୀ ଆସିଥିଲେ, ଶବ ହୋଇ ଫେରିଲେ! ଚିକିତ୍ସାଧୀନ ଅବସ୍ଥାରେ ହବିଷ୍ୟାଳିଙ୍କ ମୃତ୍ୟୁ

November 22, 2026

ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ, ରାସ୍ତାରେ ଛକିଥିଲା ମୃତ୍ୟୁ! ୯ ମୃତ

November 22, 2026

PAN କାର୍ଡରେ ଗୋଟିଏ ଭୁଲ୍, ଆୟକର ବିଭାଗର ନୋଟିସ୍! ୭.୬୦ ଲକ୍ଷ ଟଙ୍କାର ମାମଲା

November 22, 2026

ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ

November 22, 2026

ସମାଜରେ ଅନ୍ୟଙ୍କୁ ‘ପର’ ଭାବିବାର ନିଷ୍ଠୁର ମନୋଭାବ ମୋ କାହାଣୀର ମୂଳ ବିଷୟ: ଗିରିଶ କସାରାଭଲ୍ଲୀ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.