Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : 14 ମୃତ

ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ 6 ଶିଶୁଙ୍କ ସମେତ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ହୃଦୟ ବିଦାରକ ଦୁର୍ଘଟଣା ଜିଲାର କୁଣ୍ଡା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କୁଣ୍ଡା କୋତବାଲୀ ଅଞ୍ଚଳରେ ଦ୍ରୁତ ଗତିରେ ଏକ ବୋଲେରୋରେ ବରଯାତ୍ରୀମାନେ ଫେରୁଥିବା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ବୋଲେରୋର କିଛି ଅଂଶ ଟ୍ରକ୍‌ରେ ପସି ଯାଇଥିଲା ।

ଏହି ଭୟାନକ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ସମୟରେ ଜୋର ଶବ୍ଦରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ ପହଞ୍ଚି ଟ୍ରକ ମଧ୍ୟରେ ପଶିଥିବା ବୋଲେରୋ ଅଂଶକୁ କାଟି ମୃତଦେହକୁ ଉଦ୍ଧାର କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ 12 ଜଣ କୁଣ୍ଡା କୋତବାଲୀର ଜିଗରାପୁର ଚୌସା ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ବରର ଭଣଜା ଓ ଦୁଇ ଭାଇ ମଧ୍ ସାମିଳ୍‌ ରହିଛନ୍ତି । ଘଟଣାସ୍ଥଳରେ ଏସ୍‌ପି ଅନୁରାଗ ଆର୍ଯ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତାମଲିନାଡୁରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା : 20 ମୃତ

ଚେନ୍ନାଇ : ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବ 5 ମହିଳାଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ତିରୁପୁର ଜିଲ୍ଲା ଅବିନାଶୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବେଙ୍ଗଲୁରୁରୁ କେରଳର ଏର୍ଣ୍ଣାକୁଲମ୍‌ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ଟିରେ 48ଜଣ ଯାତ୍ରୀ ରହିଥିଲେ। ଏହି ବସ୍‌ଟି ତାମିଲନାଡୁ ନିକଟ ଅବିନାଶୀ ସହରରେ ଏକ କଣ୍ଟେନର୍‌ ଟ୍ରକ୍‌ ସହ ଧକ୍କା ଖାଇଥିଲା। ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର ବୋଲି ଜଣାପଡିଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାଇକକୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଦୁଇ ଗୁରୁତର

ସମୀକ୍ଷା ବ୍ୟୁରୋ

ପାରାଦୀପ : ପାରାଦୀପଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଏକ ହାଇଓ୍ବା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସହରର ଟର୍ମିନାଲ୍‌ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ନିକଟସ୍ଥ ଏକ କାରଖାନାର ଶ୍ରମିକ ହୋଇଥିବାର ସୂଚନା ମିଳିଥିବାବେଳେ ଗୁରୁତର ଦ୍ବୟ ମଧ୍ୟ କାରଖାନାର ଶ୍ରମିକ ରୂପେ କାର୍ଯ୍ୟ କରନ୍ତୁ ବୋଲି ସୂଚନା ରହିଛି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍‌ ମୃତଦେହକୁ ଜବତ କରି ତନାଘନା ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ଦୁର୍ଘଟଣା : ବାପା ମୃତ, ପୁଅ ଓ ସ୍ତ୍ରୀ ଗୁରୁତର

ସମୀକ୍ଷା ବ୍ୟୁରୋ

କରଞ୍ଜିଆ : ଅସୁସ୍ଥ ପିତାଙ୍କୁ  ପୁଅ କଟକ ନେଇ ଯାଉଥିବାବେଳେ ଏକ ଦୁର୍ଘଟଣାର ଶିକାର ହୋଇ ସ୍ତ୍ରୀ ଓ ପୁଅଜଣକ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କରଞ୍ଜିଆଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଡ୍ରାଇଭରଙ୍କ ସହ ପରିବାରର ଅନ୍ୟ ଜଣେ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। କୁଡୁମା ଛକ ନିକଟରେ ଗଛକୁ ବୋଲେରୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୟୁରଭଞ୍ଜ ଝରାଡିରୁ ଅସୁସ୍ଥ ବାପାଙ୍କୁ ପୁଅ ଓ ସ୍ତ୍ରୀ କଟକ ମେଡିକାଲ ଆଣୁଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ଅସୁସ୍ଥ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ପୁଅ ଓ ସ୍ତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କାର୍‌-ସ୍କୋର୍ପିଓ ଧକ୍କା : ୫ ମୃତ, ୭ ଗୁରୁତର

ସମୀକ୍ଷା ବ୍ୟୁରୋ

ସୁନ୍ଦରଗଡ଼ : ସୁନ୍ଦରଗଡ ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ୍ ୱେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍ ଡିଭାଇଡ଼ରକୁ ଟପି ସ୍କର୍ପିଓ ସହ ମହାଁମୁହିଁ ଧକ୍କା ହେବା ପରେ କାମ କରୁଥିବା ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଥିବା ଜଣାପଡ଼ିଛି। ରାସ୍ତାର ଏକ ପାଶ୍ୱର୍ରୁ କାର ଆସୁଥିବା ବେଳେ ବିପରୀତ ଦିଗରେ ସ୍କର୍ପିଓ ଆସୁଥିଲା। ତେବେ କାର୍‌ଟି ଡିଭାଇଡରକୁ ଟପି ଭାରସାମ୍ୟ ହରାଇ ସ୍କର୍ପିଓକୁ ମୁହାଁମୁହିଁ ଧକ୍କା ଦେଇ ନିକଟରେ କାମ କରୁଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା। ଫଳରେ କାର ଚଢି ଘଟଣାସ୍ଥଳରେ ୫ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସ୍ତା କାମ କରୁଥିବା ଅନ୍ୟ ଜଣେ ମହିଳା ଶମ୍ରିକ ଗୁରୁତର ଥିବା ଜଣାପଡ଼ିଛି। ଏହା ସହ କାରରେ ଥିବା ୩ଜଣ ଓ ସ୍କର୍ପିଓରେ ଥିବା ୩ଜଣ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାଉରକେଲାରୁ ସୁନ୍ଦରଗଡ ଆସୁଥିବା ବେଳେ ସ୍କର୍ପିଓଟି ସୁନ୍ଦରଗଡରୁ ରାଉରକେଲା ଆସୁଥିଲା ବୋଲି ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 5 ଓଡିଆ ମୃତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,04/01: ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତିତ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଗୋଟିଏ ପରିବାରର ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଏବଂ ରିତୁ ଜେନା । କାର୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ପଲାସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଟିଏ ପରିବାରର ସମସ୍ତ ସଦସ୍ୟ କାର୍‌ ଯୋଗେ ବିଶାଖାପାଟଣାର ଏକ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ଦର୍ଶନ ସାରି ଓଡ଼ିଶା ଫେରିବା ସମୟରେ ମଞ୍ଜୁଷା ନିକଟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି କଲ୍‌ଭର୍ଟରେ ପିଟି ହୋଇ ରାସ୍ତାକଡ଼ରେ ଥିବା କେନାଲକୁ ଓଲଟି ପଡ଼ିଥିଲା । ମୃତକ ମାନେ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ ରୋଡ୍‌ରେ ପୁଣି ଏକ ଦୁର୍ଘଟଣା : ମା’ ମୃତ, ଝିଅ ଗୁରୁତର

ବାଲୁଗାଁ, ୨୯/୧୧: (ସମୀକ୍ଷା ବ୍ୟୁରୋ) : ବାଲୁଗାଁ ବାଇପାସ୍‌ ରୋଡ୍‌ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ରାସ୍ତାରେ ଜଣେ ବାଳିକା ତା‘ମାଆକୁ ସାଇକେଲରେ ବସାଇ ଯାଉଥିବାବେଳେ ଏକ ଛତିଶଗଡର ଚାରିଚକିଆ ଯାନ ଧକ୍କା ଦେଇଛି। ସୂଚନାରୁ ପ୍ରକାଶ ଯେ, ଭୁବେନଶ୍ବରରୁ ବ୍ରହ୍ମପୁର ଯାଉଥିବା ସିଜି୦୭ବି ଏସ୍‌-୫୭୧୩ ନମ୍ବରର ଏହି କାର୍‌ଟି ବେପରୁଆ ଗାଡ଼ି ଚଳାଉଥବାରୁ ଜନୈକ ମା’-ଝିଅଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମା’ ଓ ଝିଅ ଉଭୟ ଗୁରୁତର ହୋଇପଡିଥିଲେ।

ଗୁରୁତର ଅବସ୍ଥାରେ ଦୁହିଁକୁ ସମାଜ ଆଇନାର ପ୍ରତିନିଧି ତଥା ସାମ୍ବାଦିକ ମନୋରଞ୍ଜନ ବେହେରା ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହିତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖି ପୋଲିସ୍‌ ଜିମା ଦେଇଥିଲେ। ଦୁର୍ଘଟଣାରେ ପୀଡ଼ିତା ଦୁହିଁଙ୍କ ଅବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ତାଙ୍କୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ବର ହସପିଟାଲ୍‌କୁ ନେବା ରାସ୍ତାରେ ହିଁ ମା’ର ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଝିଅକୁ ସ୍ଥାନାନ୍ତର କରାଯାଇଛି। ବାଳିକା ଜଣକୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ବୋରିଆସାହି ଗ୍ରାମର ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବାବେଳେ ବାଇକ୍‌ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ , ମୋ: ୭୯୭୮ ୧୪୮ ୪୨୬

Categories
ଆଜିର ଖବର

ମାଳତିପାଟପୁର-ଭୁବନେଶ୍ବର ରାସ୍ତାରେ ଦୁର୍ଘଟଣା , ୨ ମୃତ ଏବଂ ୧ ଆହତ

ବୁଧବାର ବିଳମ୍ବିତ ରାତ୍ରରେ ପୁରୀ-ଭୁବନେଶ୍ୱର ରାସ୍ତାରେ ମାଳତିପାଟପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟାରେ ଦୁଇଟି ବାଇକରେ ୬ ଜଣ ଯୁବକ ପୁରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ମାଳତିପାଟପୁର ଠାରେ ଗୋଟିଏ ଗାଡି ଅନ୍ଧାରରେ ହମ୍ପସକୁ ଦେଖି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି। ଆହତ ଯୁବକ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯୁବକ ଭଦ୍ରକ ଜିଲ୍ଲାର ଏବଂ ସେମାନେ ପୁରୀ ଭ୍ରମଣ ପାଇଁ ଯାଉଥିଲେ ବୋଲି ଜଣାପଡିଛି।

Categories
ଆଜିର ଖବର

ସଡକ ଦୁର୍ଘଟଣାରେ ଲୋକଗୀତ ନୃତ୍ୟଶିଳ୍ପୀ ହରିଶ କୁମାରଙ୍କ ସମେତ ୩ ମୃତ

ପ୍ରଖ୍ୟାତ ଲୋକଗୀତ ନୃତ୍ୟଶିଳ୍ପୀ ହରିଶ କୁମାର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରବିବାର ରାଜସ୍ଥାନର ଜୋଧପୁରରେ ସଙ୍ଗଠିତ ଏହି ଦୁର୍ଘଟଣାରେ କୁମାରଙ୍କ ସମେତ ଅନ୍ୟ ତିନି ଜଣ ଲୋକଗୀତ ଶିଳ୍ପୀ ମଧ୍ୟ ପ୍ରାଣ ହରାଇଛନ୍ତି। କଳାକାରଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଏକ ଟ୍ରକ୍‌ରେ ପିଟି ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଅନ୍ୟାନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଜୈସଲମେରର ବାସିନ୍ଦା କୁମାର ଯିଏକି କ୍ବିନ୍‌ ହରିଶ୍‌ ନାମରେ ବିଖ୍ୟାତ ‘ଘୁମର୍‌ ଏବଂ କଲ୍‌ବେଲା’ ପରି ନୃତ୍ୟ ଶୈଳୀକୁ ସେ ଲୋକ ଗୀତ ସହ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ।

Categories
ଆଜିର ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ମୃତ, ୩୫ ଆହତ

ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସର ଭଙ୍ଗାରୁଜା ଅଂଶକୁ କଟା ଯାଇ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ବସ ଚାଳକଙ୍କ ନିୟନ୍ତ୍ରଣ ହରାଇବାରୁ ଟ୍ରକ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Categories
ଆଜିର ଖବର

ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଏକ ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁରେଶ ନନ୍ଦ ବୋଲି ଜଣାପଡିଛି। ସେ ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ମୁତାବକ, କୋମନା ତହସିଲଦାର ସୁରେଶ ନନ୍ଦ ଆଜି ନିର୍ବାଚନ କାମରେ ନୂଆପଡାରୁ ଭୁବନେଶ୍ୱର ଆସୁଥିଲେ। ତେବେ ନୟାଗଡର ନୂଆଗାଁ-ଦଶପଲ୍ଲାର ରାସ୍ତାରେ ଥିବା ସୋରଡା ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିର ଡ୍ରାଇଭର ସନତ ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Categories
ଆଜିର ଖବର

ଗୁଆଟେମାଲା ସଡକ ଦୁର୍ଘଟଣାରେ ୩୨ ମୃତ

ଗୁଆଟେମାଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟୁନ ୩୨ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ପଶ୍ଚିମ ଗୁଆଟେମାଲାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଉପରେ ଚଢିଯିବାରୁ ଏହି ଘଟଣା ଘଟିଛି। ରାସ୍ତାରେ ଅନ୍ୟ ଏକ ଦୁର୍ଘଟଣା ଘଟିଥିବା ବେଳେ ଆହତଙ୍କୁ ସାହାଯ୍ୟ କରିବାକୁ ଯାଉଥିବା ଏହି ଲୋକଙ୍କ ଉପରେ ଟ୍ରକ୍‌ ଚଢିଯିବାରୁ ଏହି ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୯ ଜଣ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ଗୁଆଟେମାଲା ସ୍ବାସ୍ଥ୍ୟ ମନ୍ତ୍ରୀ କାର୍ଲାେସ ସୋଟୋ ସୂଚନା ଦେଇଛନ୍ତି। ଗୁଆଟେମାଲା ରାଷ୍ଟ୍ରପତି ଜିମି ମୋରାଲେସ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମ୍ପୁର୍ଣ୍ଣ ସହାୟତା କରାଯିବ ବୋଲି ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି।