ମର୍ମନ୍ତୁଦ ସଡକ ଦୁର୍ଘଟଣା : 14 ମୃତ

Published: Nov 20, 2020, 11:01 am IST

ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ 6 ଶିଶୁଙ୍କ ସମେତ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ହୃଦୟ ବିଦାରକ ଦୁର୍ଘଟଣା ଜିଲାର କୁଣ୍ଡା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କୁଣ୍ଡା କୋତବାଲୀ ଅଞ୍ଚଳରେ ଦ୍ରୁତ ଗତିରେ ଏକ ବୋଲେରୋରେ ବରଯାତ୍ରୀମାନେ ଫେରୁଥିବା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ବୋଲେରୋର କିଛି ଅଂଶ ଟ୍ରକ୍‌ରେ ପସି ଯାଇଥିଲା ।

ଏହି ଭୟାନକ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ସମୟରେ ଜୋର ଶବ୍ଦରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ ପହଞ୍ଚି ଟ୍ରକ ମଧ୍ୟରେ ପଶିଥିବା ବୋଲେରୋ ଅଂଶକୁ କାଟି ମୃତଦେହକୁ ଉଦ୍ଧାର କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ 12 ଜଣ କୁଣ୍ଡା କୋତବାଲୀର ଜିଗରାପୁର ଚୌସା ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ବରର ଭଣଜା ଓ ଦୁଇ ଭାଇ ମଧ୍ ସାମିଳ୍‌ ରହିଛନ୍ତି । ଘଟଣାସ୍ଥଳରେ ଏସ୍‌ପି ଅନୁରାଗ ଆର୍ଯ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। (ଏଜେନ୍ସି)

Related posts