Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବିଶ୍ଵ ସମ୍ମୁଖରେ ତୁମର ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି’: ଆମେରିକାରୁ ଶଶି ଥରୁରଙ୍କ ପାକିସ୍ତାନକୁ କଡ଼ା ବାର୍ତ୍ତା
ଆଜିର ଖବର

‘ବିଶ୍ଵ ସମ୍ମୁଖରେ ତୁମର ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି’: ଆମେରିକାରୁ ଶଶି ଥରୁରଙ୍କ ପାକିସ୍ତାନକୁ କଡ଼ା ବାର୍ତ୍ତା

June 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୁର ପରେ ବିଶ୍ୱକୁ ଏକ ପ୍ରତିନିଧିମଣ୍ଡଳ ପଠାଇଥିଲା। ଏହାର କାମ ଥିଲା ପାକିସ୍ତାନର ଅସଲ ଚେହେରାକୁ ପର୍ଦ୍ଦାଫାସ କରିବା। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ପ୍ରତିନିଧିମଣ୍ଡଳର ଏକ ଅଂଶ ଥିଲେ। ଏବେ ସେ ଫେରିବାକୁ ପ୍ରସ୍ତୁତ। ସେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ୱେନ୍ସ ଏବଂ ଉପ-ବୈଦେଶିକ ମନ୍ତ୍ରୀ କ୍ରିଷ୍ଟୋଫର ଲାଣ୍ଡାଉ ସମେତ ଅନେକ କୂଟନୀତିଜ୍ଞଙ୍କୁ ଭେଟିଥିଲେ। ଏହି ସମୟରେ ଥରୁର ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ।

ଭାରତ ଫେରିବା ପୂର୍ବରୁ ଥରୁର ଏକ୍ସରେ ଏକ ପୋଷ୍ଟ ସେୟାର କରି ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ଏହି ସମୟରେ ସେ ଭାରତ ପ୍ରତି ତାଙ୍କର ପ୍ରେମ ମଧ୍ୟ ପ୍ରକାଶ କରିଛନ୍ତି। ଥରୁର ପୋଷ୍ଟରେ ଲେଖିଛନ୍ତି ଯେ, “ଯଦି ଆମେ ଶହେ ଥର ଜନ୍ମ ହେବୁ, ଆମେ ଆମ ଦେଶକୁ ହୃଦୟର ସହିତ ଭଲ ପାଇବୁ। ଯାହା ସତ୍ୟ ଥିଲା, ସାରା ବିଶ୍ୱ ଏବେ ଜାଣିସାରିଛି। ସମସ୍ତ ସଦସ୍ୟଙ୍କ ପକ୍ଷରୁ ମୁଁ ମାତୃଭୂମି ଏବଂ ଦେଶ ବିଦେଶରେ ଥିବା ଭାରତ ପ୍ରେମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନେ ଖୋଲା କାନରେ ଶୁଣିଛନ୍ତି ଏବଂ ଖୋଲା ହୃଦୟରେ ଗ୍ରହଣ କରିଛନ୍ତି। ଆମେ ଅହିଂସା ପ୍ରେମୀ କିନ୍ତୁ କେବଳ ସେହି ସମୟ ପର୍ଯ୍ୟନ୍ତ, ଯେତେବେଳେ କେହି… ଜୟ ହିନ୍ଦ!”

ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାଶ

‘ଅପରେସନ୍ ସିନ୍ଦୂର’ ପରେ ଭାରତର ପ୍ରସାର ପଦକ୍ଷେପର ଅଂଶ ଭାବରେ ଥରୁରଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳୀ ଆମେରିକାରେ ପହଞ୍ଚିଥିଲା। ଭାରତୀୟ ସେନା ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ସୂଚନା ଦେବା ପାଇଁ ୩୩ଟି ବିଶ୍ୱ ରାଜଧାନୀକୁ ପଠାଯାଇଥିବା ସାତଟି ସର୍ବଦଳୀୟ ଭାରତୀୟ ପ୍ରତିନିଧିମଣ୍ଡଳ ମଧ୍ୟରୁ ଏହି ପ୍ରତିନିଧିମଣ୍ଡଳୀ ଗୋଟିଏ ଥିଲା।

ପ୍ରତିନିଧି ଦଳ ଜୁନ୍ ୩ ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିଥିଲେ ଏବଂ ତିନି ଦିନ ଧରି ‘କ୍ୟାପିଟଲ୍ ହିଲ୍’ରେ ଆମେରିକୀୟ ଆଇନ ପ୍ରଣୟନକାରୀ, ବୈଦେଶିକ ନୀତି ବିଶେଷଜ୍ଞ, ବିଚାରକ ସଂସ୍ଥାଗୁଡ଼ିକର ପ୍ରତିନିଧି, ଗଣମାଧ୍ୟମ ଏବଂ ଭାରତୀୟ ପ୍ରବାସୀଙ୍କୁ ଭେଟିଥିଲେ। ଥରୁର ହ୍ୱାଇଟ୍ ହାଉସରେ ଆମେରିକାର ଉପରାଷ୍ଟ୍ରପତି ୱେନ୍ସଙ୍କ ସହ ତାଙ୍କର ପ୍ରାୟ ୨୫ ମିନିଟର ସାକ୍ଷାତକୁ “ଉତ୍କୃଷ୍ଟ” ବୋଲି ବର୍ଣ୍ଣନା କରିଥିଲେ।

india OPERATION SINDOOR pakistan Shashi Tharoor
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.