
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ବଡବାହାଳ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ଜନୈକା ବୃଦ୍ଧାଙ୍କ ପିଠି ପାଖରେ ଲଙ୍ଗଳ ପଶି ଯିବାରୁ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ବୃଦ୍ଧା ଜଣଙ୍କ ହେଲେ ଝାଙ୍କରପଡ଼ା ଗ୍ରାମର ବିଲ ଦେହୁରୀ।
ସୂଚନା ଯୋଗ୍ୟ ଯେ, ରବିବାର ଦିନ ସକାଳୁ ବିଲ ଦେହୁରୀ ଓ ତାଙ୍କ ସ୍ବାମୀ ଦୁହେଁ ହଳ ଲଙ୍ଗଳ ଧରି ନିଜ ଚାଷଜମିକୁ ହଳ କରିବାକୁ ଯାଇଥିଲେ। ହଳ ଠିଆକରି ଆଗରେ ଏକ ବାଡିଧରି ବିଲ ଦେହୁରୀ ଠିଆହୋଇଥିଲେ। ହେଲେ ହଠାତ୍ ବଳଦ ଗୁଡିକ ଦଉଡିବାରୁ ବିଲ ତଳେ ପଡିଯାଇଥିଲେ। ଫଳରେ ଲାଗିଥିବା ଲଙ୍ଗଳର ଲୁହା ତାଙ୍କ ପିଠି ପଛପଟେ ପଶିଯାଇଥିଲା। ସେ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ।
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏ ନେଇ ପରିବାର ଲୋକେ ବ୍ୟସ୍ତ ହେଇ ପଡିଛନ୍ତି।