
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ସହିଦ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଆଦିବାସୀ ଭାଇ-ଭଉଣୀଙ୍କ କଲ୍ୟାଣ ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ତ୍ୟାଗ ଏବଂ ସମର୍ପଣ ଦେଶର ଲୋକମାନଙ୍କୁ ପ୍ରେରିତ କରୁଥିବ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ସହିଦ ଦିବସରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଦିବାସୀ ଭାଇ-ଭଉଣୀମାନଙ୍କର କଲ୍ୟାଣ ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ସେ ନିଜ ଜୀବନ ସମର୍ପିତ କରିଥିଲେ। ତାଙ୍କର ତ୍ୟାଗ ଏବଂ ସମର୍ପଣ ଦେଶବାସୀଙ୍କୁ ସର୍ବଦା ପ୍ରେରିତ କରୁଥିବ।”