Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭିନ୍ନ ପରିକଳ୍ପନା “ଜେମ୍ସ ଅଫ ଓଡିଶା ଇଣ୍ଡିଆ”: ଜାଣନ୍ତୁ କିପରି ନେବେ ଭାଗ?
ଆଜିର ଖବର

ମହିଳାମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭିନ୍ନ ପରିକଳ୍ପନା “ଜେମ୍ସ ଅଫ ଓଡିଶା ଇଣ୍ଡିଆ”: ଜାଣନ୍ତୁ କିପରି ନେବେ ଭାଗ?

June 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମସ୍ତେ ଚାହାଁନ୍ତି ନିଜ ନିଜର ଦକ୍ଷତା ଅନୁସାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ। ବିଶେଷ କରି ଝିଅ ବା ମହିଳାମାନେ ଘର ଚଳାଇବା ସହିତ ପରିବାର କଥା ବୁଝିବା ପରେ ବଳକା ସମୟରେ ଘର କୋଣରେ ବସି ରହିବାକୁ ପସନ୍ଦ କରୁନାହାଁନ୍ତି। ନିଜ ଇଚ୍ଛା ଶକ୍ତିକୁ ଉଡାଣ ଦେବାକୁ ଚାହାଁନ୍ତି। ଏକ ଭିନ୍ନ ପରିକଳ୍ପନାରେ ଅନିତା ମଣ୍ଡଳ ସେହି ମହିଳାମାନଙ୍କ ଇଚ୍ଛା ଶକ୍ତିକୁ ଉଡାଣ ଦେବା ପାଇଁ ଅଣ୍ଟା ଭିଡିଛନ୍ତି।

ଶୁଭ୍ରଦୀପ ଏଣ୍ଟରପ୍ରାଇଜେସ ଆୟୋଜିତ କରିଛି ଏକ ୟୁନିକ୍ ବ୍ୟୁଟି ପେଜାଣ୍ଟ “ଜେମ୍ସ ଅଫ ଓଡିଶା ଇଣ୍ଡିଆ”। ଯାହାକୁ ନର୍ଚ୍ଚରିଂ ନେଷ୍ଟ ନାମକ ସଂସ୍ଥା ପ୍ରସ୍ତୁତ କରୁଛନ୍ତି। ଏହି ଇଭେଣ୍ଟ ପାଇଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଏହାର ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ଉମାଶଙ୍କର ଦାସ, ଅନୀତା ମଣ୍ଡଳ, ଅଭିନେତା ହରିହର ଦାଶ ଚଳଚ୍ଚିତ୍ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, କୋରିଓଗ୍ରାଫର ଅଭୟ ସେଠୀ ଏବଂ ଡଃ ମୋନାଲିସା ଉପସ୍ଥିତ ଥିଲେ।

ଏହି ୟୁନିକ୍ ବ୍ୟୁଟି ପେଜାଣ୍ଟ କଣ୍ଟେଷ୍ଟରେ ତିନିଟି ବର୍ଗରେ ପ୍ରତିଯୋଗୀତା ହେବ ଏବଂ ଏହି ପ୍ରତିଯୋଗୀତାରେ ବୟସ, ଜାତି, ଧର୍ମ, ମୋଟା, ପତଳାର ପ୍ରତିବନ୍ଧକ ନାହିଁ। ଏପରିକି ବିକଳାଙ୍ଗ ମାନେ ମଧ୍ୟ ନିଜ ପ୍ରତିଭାର ପ୍ରଦର୍ଶନ ପାଇଁ ଭାଗ ନେଇପାରିବେ। ତେବେ ୧୬ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନେଇ “ରାଣୀ”, ୪୦ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ “ମହାରଣୀ” ଏବଂ ଭିନ୍ନକ୍ଷମଙ୍କୁ ନେଇ “ଶ୍ରୀଶକ୍ତି” ଆଖ୍ୟା ଦିଆଯାଇଛି।

ଭିନ୍ନକ୍ଷମ ପ୍ରତିଯୋଗୀଙ୍କ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ମାଆ ମାନଙ୍କ ସଂଘର୍ଷକୁ ଏହି ଇଭେଣ୍ଟ ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏହି ଇଭେଣ୍ଟରେ ଭାଗ ନେବା ପାଇଁ ମେ ମାସରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ଏହା ଜୁନ ମାସ ଶେଷ ପର୍ଯ୍ୟନ୍ତ ସୁଯୋଗ ରହିଛି।  ମାତ୍ର ୯୯୯ ଟଙ୍କା ଦେୟରେ ଯେକୌଣସି ମହିଳା ଭାଗ ନେଇ ନିଜ ପ୍ରତିଭାକୁ ପ୍ରଦର୍ଶନ କରିପାରିବେ।

ତେବେ ମୁଖ୍ୟ କଥାଟି ହେଲା ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ଓଡିଶା ତଥା ଭାରତୀୟ ସ୍ତରର ଅନେକ ନାମୀ ଗୁରୁଙ୍କ ଦ୍ୱାରା ଅନଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ।  ଶେଷରେ ଏହି ଇଭେଣ୍ଟର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ମାସ ୨୨ ଓ ୨୩ ତାରିଖରେ ତାମ୍ପରା ହ୍ରଦ ରିଶୋର୍ଟ୍ସରେ ଅନୁଷ୍ଠିତ ହେବ। ସମସ୍ତ ବର୍ଗର ବିଜୟିନୀଙ୍କ ପାଇଁ ନଗଦ ରାଶି ପୁରସ୍କାର ପ୍ରଦାନ କରାଯିବ।

ଏହି ଇଭେଣ୍ଟରେ ଓଲିଉଡ଼ର ଚୁଲବୁଲି ନାୟିକା ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟାଣ୍ଟ ଅର୍ଚ୍ଚିତା ସାହୁ ବ୍ରାଣ୍ଡ ଅମ୍ବାସଡ଼ର ରହିଛନ୍ତି। ଅଭିନେତା ହରିହର ଦାଶ, ଡଃ ସୁନୀତା ୱାଧୱନ, ସନ୍ଦୀପ ସୋପରକାର, କୋରିଓଗ୍ରାଫର ଅଭୟ ସେଠୀ, ପ୍ରମୁଖ ପ୍ରଶିକ୍ଷକ ଏବଂ ବିଚାରକ ରହିବେ।

ସମଗ୍ର ଓଡିଶାବାସୀ ଏହି ୟୁନିକ୍ ବ୍ୟୁଟି ପେଜାଣ୍ଟରେ ଭାଗ ନେବା ଉଦ୍ଦେଶ୍ୟରେ ଏହି କଣ୍ଟେଷ୍ଟର ପରିକଳ୍ପନା। ତେବେ ଏହି ସୁଯୋଗକୁ ହାତ ଛଡା ନକରି ଜୁନ ମାସ ସୁଦ୍ଧା ରେଜିଷ୍ଟ୍ରେସନ କରି ଏହି ୟୁନିକକ୍ ବ୍ୟୁଟି ପେଜାଣ୍ଟ ରେ ଭାଗ ନିଅନ୍ତୁ ବୋଲି ଅନୁଷ୍ଠାନ ର ସହ ପ୍ରତିଷ୍ଠାତ୍ରୀ ପ୍ରକାଶ କରିଛନ୍ତି।

ପ୍ରତିଭା ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026
Latest News

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.