Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟପାଟଣା ବିସ୍ଫୋରକ ଜବତ ଘଟଣାରେ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ
ଆଜିର ଖବର

ଜୟପାଟଣା ବିସ୍ଫୋରକ ଜବତ ଘଟଣାରେ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ

June 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗିରଫ
ବିହାରରେ ପୂର୍ବତନ ବିଜେପି ବିଧାୟକ ଗିରଫ, ବିୟର ସହ କାର ଜବତ କଲା SSB

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସରରେ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜବତ ଘଟଣାରେ ଜୟପାଟଣା ପୋଲିସ ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫ ମଇ ମାସ ୪ ତାରିଖ ଦିନ ଦୁଇଟି ଗାଡିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ଥିବାର ଖବର ପାଇ ଜୟପାଟଣା ପୋଲିସ ସେସବୁକୁ ଜବତ କରି OMMC rule ୫୦ (I) ସହିତ ବିସ୍ଫୋରକ ଆଇନ ଧାରା ୪ ଓ ୫ ଅନୁସାରେ ଜୟପାଟଣା ଥାନା କେଶ ନମ୍ବର ୧୩୨/୨୦୨୫ ରେ ଏକ କେଶ ରୁଜ୍ଜୁ କରି ଗତ ୫ ତାରିଖ ଦିନ ଦୁଇ ଗାଡିର ଡ୍ରାଇଭର ଧରମୁ ପୋଢ ଓ ରାଜରାମ କେତକୀ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ କଣ୍ଟାବାଞ୍ଜିର ବିସ୍ଫୋରକ ବିଷାରଦ ଅରୁଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଉକ୍ତ କ୍ରସର ଲିଜ ଧାରୀ ପ୍ରଖ୍ୟାତ ବ୍ୟବସାୟୀ ବିକ୍ରମ ଗୁପ୍ତା ଫରାର ହୋଇଯାଇଥିଲେ।

ବିକ୍ରମ ଗୁପ୍ତାଙ୍କ ଜୁନାଗଡ ଠାରେ ଥିବା ଦ୍ବିତଳ ପ୍ରାସାଦ ସମେତ ବିକ୍ରମ ଗୁପ୍ତାଙ୍କ ବ୍ୟବସାୟ ସହଯୋଗୀ ଜୁନାଗଡର ଜଣେ ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଏବଂ ଆଉ ଜଣେ ସବୁ ବେପାର କରୁଥିବା ମିଲ ମାଲିକ ଘରେ ପୋଲିସ ଖାନ ତଲାଶ କରି ବିକ୍ରମକୁ ଖୋଜିଥିଲେ ହେଁ ପାଇ ନ ଥିବା ବେଳେ ପୋଲିସର ଏକ ସ୍ବତନ୍ତ୍ର ଦଳ ବିଶାଖାପାଟଣା ଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ବିକ୍ରମ ଗୁପ୍ତାର ସହଯୋଗୀ ଜୁନାଗଡର ଏହି ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଗୋଟିଏ ପରେ ଗୋଟିଏ କପଡ଼ା ଦୋକାନ ଏବଂ ହୋଟେଲ କରି ଚାଲିଥିବା ବେଳେ ବିକ୍ରମ ଗୁପ୍ତା ଜୁନାଗଡ ଠାରେ ଦ୍ବିତଳ ପ୍ରାସାଦ ନିର୍ମାଣ କରିଥିବା ବେଳେ ସବୁ ବେପାର କରୁଥିବା ମିଲ ମାଲିକ ମଧ୍ୟ କିଛି ମାସ ତଳେ କ୍ରସର ଓ ପଥର ଖଣି ବେପାର କରୁଥିବା ଚର୍ଚ୍ଚା ହେଉଛି। ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଅନୁସନ୍ଧାନ କଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ

ହା ବ୍ୟତୀତ କିଛି ବର୍ଷ ତଳେ ଜୟପାଟଣା ଥାନା ଅଞ୍ଚଳରେ ଥିବା ଭୁରସିଗୁଡା ଲାଣ୍ଡିମୁଣ୍ଡୀ ପାହାଡ ରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଘଟଣା ର କେଶ ରୁଜ୍ଜୁ ହେବା ପରେ ହାଇକୋର୍ଟ ଜାମିନ ରେ ଅଭିଯୁକ୍ତ ମାନେ ବାହାରେ ଥିବା ଜଣାପଡିଛି।

ଅନ୍ୟ ପକ୍ଷରେ ଜିଲ୍ଲା ର ବହୁ ବଡ ବଡ ପାହାଡ ଗୁଡିକ ମଧ୍ୟରୁ ପଥର କାଟି ବାହାର କରିଦେଇଥିବା ଦେଖା ଯାଉଥିବା ବେଳେ ଏହି ପଥର ଚୋରା ତସ୍କର ମାନେ କିଭଳି ଭାବେ ପାହାଡ ର ପଥର କାଟୁଛନ୍ତି ତାହା ଅଦ୍ୟାବଧି ତଦନ୍ତ ହୋଇପାରି ନାହି। ସେସବୁର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ହେଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025

ମିଶନ ଶକ୍ତି ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନର ସମନ୍ୱୟ ବୈଠକ, ନିଆଗଲା ଏହି ନିଷ୍ପତି

December 4, 2025

ଆଜି ଡିସେମ୍ବର 4 ତାରିଖ ଗୁରୁବାରରେ ଏହି 5ଟି ରାଶି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

December 4, 2025
Latest News

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025

India Russia Summit: ପୁଟିନ ଗସ୍ତରେ ସୁଦୃଢ ହେବ ଭାରତ ଋଷିଆ ବାଣିଜ୍ୟିକ ସଂପର୍କ

December 4, 2025

Putin’s India Visit: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ସୁରକ୍ଷା ବ୍ୟବସ୍ଥା କଡାକଡି

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.