Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ରଥକୁ ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଜିର ଖବର

‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ରଥକୁ ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ

June 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ସଚେତନତା ରଥ (ରେଡ଼ିଓ ଅନ ହୁଇଲ) କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାର ଓ କମ୍ୟୁନିଟି ରେଡ଼ିଓ ସଂଘ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏହି ସଚେତନତା ରଥ “ରେଡିଓ ଅନ ହୁଇଲ୍”ଜୁନ ୧୨ ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସହରରେ ପରିକ୍ରମା କରି ସଚେତନତା ସୃଷ୍ଟି କରିବାରେ ବ୍ୟାପକ ପ୍ରଚାର ଅଭିଯାନ ନିର୍ବାହ କରୁଛି।

ଗତକାଲି କଟକ ସହରରେ ଉକ୍ତ ରଥ ପରିକ୍ରମା କରିଥିବା ବେଳେ ଆଜି ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା,ଆମର ସଂକଳ୍ପ ପରି ଭାଷାର ସଚେତନତା ଜାଗରଣ କରିବ। ୧୪ ବର୍ଷରୁ କମ୍ ବୟସର ଶିଶୁକୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ। ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଙ୍କୁଳ କାମରେ (ବୃତ୍ତି ଓ ପ୍ରକ୍ରିୟା) ରେ ନିୟୋଜନକୁ ବାରଣ କରାଯାଇଛି। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା କିମ୍ବା ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି। ଏପରିକି ଉଭୟ ଜେଲ ଦଣ୍ଡ ଓ ଜୋରିମାନା ମଧ୍ୟ ହେବାର ବ୍ୟବସ୍ଥା ଅଛି। ଏପରି ଭୁଲ ଦ୍ଵିତୀୟ ଥର କଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହେବାର ଆଇନଗତ ବ୍ୟବସ୍ଥା ଅଛି।

ରାଜ୍ୟ ସରକାର ଏଥି ନିମନ୍ତେ ସେବା ଯୋଗାଇ ଦେବା ପାଇଁ ନିଶୁଳ୍କ ଶ୍ରମିକ ସହାୟତା ହେଲପ ଲାଇନ୍ ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ୱର୍ ୧୦୯୮ ରେ ଯୋଗଯୋଗ ନିମନ୍ତେ ଜାରି କରିଛନ୍ତି। ଏଣୁ ଖୋର୍ଦ୍ଧା ସହରର ସମସ୍ତ ଜନସାଧାରଣ ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ହୋଇ ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ଶିଶୁ ଶ୍ରମ ମୁକ୍ତ କରିବାକୁ ସଂକଳ୍ପ ନେଇ ଏହି ବ୍ୟାପକ ଜନସଚେତନତା ବାର୍ତ୍ତା ଘରେ ଘରେ, ଦୋକାନ ବଜାର, ଅନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ଶିଳ୍ପଦ୍ୟୋଗ ସବୁଆଡେ ଜନଜାଗରଣ ସୃଷ୍ଟି କରି ଶିଶୁ ଶ୍ରମ ମୁକ୍ତ , ଖୋର୍ଦ୍ଧା ଜିଲ୍ଲା ଏବଂ ଆମ ଓଡ଼ିଶା, ଆମର ସଂକଳ୍ପ ଅଭିଯାନକୁ ସଫଳ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ରଥ ଶୁଭାରମ୍ଭ ପୂର୍ବକ ଆହ୍ଵାନ ଦେଇଛନ୍ତି।

‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ରଥର ଏହି ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଖଣ୍ଡ ଶ୍ରମ ଆୟୁକ୍ତ, ଖୋର୍ଦ୍ଧା ଅଜୟ କୁମାର ପ୍ରଧାନ, ଶ୍ରମ ଅଧିକାରୀ, ଖୋର୍ଦ୍ଧା ପ୍ରଭାକର ବିଶ୍ୱାଳ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା , ଶ୍ରୀତପା ମିଶ୍ର, ସହକାରୀ କଲେକ୍ଟର ଭୁବନେଶ୍ଵରୀ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ,ରେଡ଼ିଓ କିଶାନ ନିର୍ଦ୍ଦେଶକ ପ୍ରଦୀପ୍ତ ଦତ୍ତ, ଓଡ଼ିଶା କମ୍ୟୁନିଟି ରେଡ଼ିଓ ସଂଘ, ସଭାପତି ଡ. ଶିଶିର ଦାସ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ଶିଶୁ ଶ୍ରମ ମୁକ୍ତ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଆଜି ଅକ୍ଷୟ ତୃତୀୟା, ଏହା କାହିଁକି ପାଳନ ହୁଏ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

April 20, 2026
Latest News

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.