Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର ‘ଭାଇ’
ଆଜିର ଖବର

ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର ‘ଭାଇ’

June 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଓଡ଼ିଆ ପର୍ବପର୍ବାଣୀ ଓ ସଂସ୍କୃତିକୁ ସମ୍ମାନ ଦେଇ ଦର୍ଶକଙ୍କ ମନ ଜିତିଥାଏ। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ଓ ରିୟ୍ଯାଲିଟି ସୋ ସବୁ ହେଉଛି ତାର ଜ୍ଵଳନ୍ତ ଉଦାହରଣ। ରଜ ଉପଲକ୍ଷେ ସମ୍ପୂର୍ଣ୍ଣ ଓଡ଼ିଆ ଘରର କାହାଣୀକୁ ନେଇ କେବଳ ଜୀ ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର କରିବାକୁ ଯାଉଛି ଫିଲ୍ମ ‘ଭାଇ’।

ଫିଲ୍ମର ଏକ ମିନିଟ ୧୧ ସେକେଣ୍ଡର ଟିଜର ହିଁ ଚର୍ଚ୍ଚା ଆଣିଥିଲା ରିଲିଜ୍ ସମୟରେ। ବିଶେଷ କରି ଜାମ୍ମୁ କାଶ୍ମୀର ଓ ଲଦାଖରେ ସୁଟିଂ ହୋଇଥିବା ଏହି ଫିଲ୍ମ ସାଉଁଟିଥିଲା ଦର୍ଶକଙ୍କ ଭଲପାଇବା। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ଏକ ଚିତାକର୍ଷକ କାହାଣୀ ନେଇ ଆସିଛି ଫିଲ୍ମ ‘ଭାଇ’। ଜୀବନରେ ଅନେକ ବାଧାବିଘ୍ନ ମଧ୍ୟରେ ବଢ଼ିବା ପରେ, ଜଣେ ଭାଇ ନିଜ ଭଉଣୀର ସ୍ୱପ୍ନକୁ ନିଜ ସ୍ୱପ୍ନଠାରୁ ଅଧିକ ମହତ୍ଵ ଦେଇଥାଏ। ଜଣେ ଅଭିଭାବକ ଓ ମାର୍ଗଦର୍ଶକର ଭୂମିକା ଗ୍ରହଣ କରେ। କିନ୍ତୁ ଯେତେବେଳେ ବିଶ୍ୱାସଘାତକତା, ପ୍ରତିଶୋଧ ଏବଂ ଅପ୍ରତ୍ୟାଶିତ ବିପଦର ଏକ ଜାଲ ସେମାନଙ୍କ ଜୀବନର ଖୁସିକୁ ବିପଦରେ ପକାଏ, ସେତେବେଳ ଦୁଇ ଜଣଙ୍କୁ କଳ୍ପନା ବାହାରେ ବଳିଦାନ ଦେବାକୁ ସମୟ ବାଧ୍ୟ କରେ। ତେବେ କେଉଁମାନେ ଦୁଇ ଭାଇ ଭଉଣୀଙ୍କ ଜୀବନରେ ଆଣନ୍ତି ବିପଦ? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଅମରା ମ୍ୟୁଜିକ୍ ପ୍ରଡକ୍ଶନରେ, ନବୀନ ଭଣ୍ଡାରୀଙ୍କ ପ୍ରଯୋଜନା ଓ ପୃଥ୍ୱୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇ’ ଆଜି ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଦିବ୍ୟା, ଅମ୍ଳାନ ଏବଂ ସୁଜିତ ନଜର ଆସିବେ। ସିନେମାରେ ସଂଗୀତ ଦେଇଛନ୍ତି ନବଜ୍ୟୋତି ପଣ୍ଡା ଏବଂ ସରୋଜ ସେନ୍। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ,ଅସୀମା ପଣ୍ଡା ,କୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ ,ସ୍ୱୟଂ ପାଢ଼ୀ ଓ ଅମ୍ରିତା ନାୟକ।

ହସ, କାନ୍ଦ ଓ ସମ୍ପର୍କର ପରିଭାଷାକୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ରଜ ହେଉଛି ଓଡ଼ିଶାର ଏକ ମହତ୍ଵପୂର୍ଣ୍ଣ ପର୍ବ, ତେଣୁ ଏହି ସମୟରେ ଖାଣ୍ଟି ଓଡ଼ିଆ ଘରର ଏହି କାହାଣୀ ମୂଳରୁ ଶେଷ ପର୍ଯନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ବୋଲି ଆଶା ଓ ଭରସା କରିଛନ୍ତି।

ଓଡିଶାର ଲୋକପ୍ରିୟ ଜୀ ସାର୍ଥକ ଭାଇ' ମନୋରଞ୍ଜନ ଚ୍ୟାନେଲ ୱାର୍ଲ୍ଡ ଟିଭି ପ୍ରିମିୟର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.