Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ସଫଳତାର ସହ ଆଗେଇ ଚାଲିଛି ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତାର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ। ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ‘ସନ୍ଧ୍ୟା ରାଗିଣୀ’ ସଫଳତାର ସହ ଓଡିଆ ଦର୍ଶକଙ୍କୁ ଆଦୃତ ହୋଇଛି।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀଙ୍କ କାହାଣୀରୁ ଆରମ୍ଭ ହୋଇ ପହଞ୍ଚିଛି ସନ୍ଧ୍ୟା ଓ ରାଗିଣୀ ପାଖରେ। ଯଶୋଦାଙ୍କ ଝିଅ ରାଗିଣୀ, ଲଣ୍ଡନରେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ହୋଇଥିବା ବେଳେ ପାରମ୍ପରିକ ଚଳଣି ସହ ଘରର ବଡ଼ମାନଙ୍କୁ ସମ୍ମାନ କରୁଥିବା ଦେବକୀଙ୍କ ଝିଅ ‘ସନ୍ଧ୍ୟା’ ଏବଂ ତା ସ୍ୱପ୍ନ ହୋଇଛି ଭାରତ ପାଇଁ ହକି ଖେଳିବାକୁ। ଭଉଣୀ ଦେବକୀର ମୃତ୍ୟୁ ପରେ ଯଶୋଦା ରାଗିଣୀକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଛି। ଆଧୁନିକ ଚିନ୍ତାଧାରା ରଖୁଥିବା ଝିଅ କଣ ଚୌଧୁରୀ ପରିବାରରେ ନିଜକୁ ଖାପଖୁଆଇ ଚଳି ପାରିବ, ଯୋଉଠି ସିଦ୍ଧାନ୍ତ ଓ ନୈତିକତା ସୀମା ରେଖା ବାହାରେ କିଛି ବି ସମ୍ଭବ ନୁହଁ। ଏହା ଭିତରେ ସନ୍ଧ୍ୟାର ଘର ଲୋକ ସନ୍ଧ୍ୟା ଓ ପ୍ରଶାନ୍ତଙ୍କ ବାହାଘର ଠିକ୍ କରିଛନ୍ତି। କିନ୍ତୁ ରାଗିଣୀକୁ ପ୍ରଶାନ୍ତର ଚାଲିଚଳନ ଉପରେ ସନ୍ଦେହ ହୁଏ। ସେ ଓ ସଙ୍ଗିତ ମିଶି ପ୍ରଶାନ୍ତ ବିଷୟରେ ଜାଣିବାକୁ ପାଉଛନ୍ତି ଯେ ସେ ସନ୍ଧ୍ୟା ପାଇଁ ଉପଯୁକ୍ତ ନୁହେଁ, ଯେତେବେଳେ ଘରଲୋକ ଏଇସବୁ ବିଷୟରେ ଜାଣିବାକୁ ପାଆନ୍ତି, ପ୍ରଶାନ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ରାଗିଣୀକୁ ଜେଲ୍ ପଠେଇବାର ଯୋଜନା କରେ। ରଘୁରାଜ ଘରର ଇଜ୍ଜତ ବଞ୍ଚାଇବା ପାଇଁ ସନ୍ଧ୍ୟା – ପ୍ରଶାନ୍ତର ବାହାଘର ବହୁତ ଜଲଦି କରିବାର ନିଷ୍ପତି ନିଅନ୍ତି। ସତରେ କଣ ପ୍ରଶାନ୍ତ ସଂଧ୍ୟା ପାଇଁ ଉପଯୁକ୍ତ ? ଘର ଲୋକଙ୍କ ସାମ୍ନାକୁ ପ୍ରଶାନ୍ତ ର ଚରିତ୍ର କଣ ସାମ୍ନାକୁ ଆସିପାରିବ ? ରାଗିଣୀ କଣ ନିଜ ଭଉଣୀର ଭବିଷ୍ୟତକୁ ନଷ୍ଟ ହେବାରୁ ରକ୍ଷା କରି ପାରିବ ? ଏଇ ସବୁ ଆଧାର କୁ ନେଇ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ହୃଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ।

ଜୀ ସାର୍ଥକ ର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକର “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ ର ବିଜେତା ଜିତିଲେ ୨୦ ଗ୍ରାମ ସୁନା

ଭୁବନେଶ୍ଵର: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ। ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା। ଦର୍ଶକମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ।

ଆଜି ସେଇ “ପାର୍ବଣରେ ସୁନାର ବର୍ଷା” କାର୍ଯ୍ୟକ୍ରମ ର ଭାଗ୍ୟଶାଳୀ ବିଜେତାଙ୍କୁ ରାଜଧାନୀର ଦ ନ୍ୟୁ ମ୍ୟାରିଅନ ହୋଟେଲ ରେ ପୁରସ୍କାର ପ୍ରଦାନ କରାଯାଇଛି।

ଜଗତସିଂପୁରର ଲଲାଟ କିଶୋର ସ୍ୱାଇଁ ମେଗା ବିଜେତା ହୋଇ ୨୦ ଗ୍ରାମ ର ସ୍ବର୍ଣ୍ଣ ମୁଦ୍ରା ଉପହାର ପାଇଛନ୍ତି। ଜୀ ସାର୍ଥକ ର ଏଭଳି ପଦକ୍ଷେପକୁ ଭାବ ବିହ୍ଵଳ ହୋଇ ମେଗା ବିଜେତା ବହୁତ ପ୍ରଶଂସା କରିଥିଲେ।

ଏହି ପାର୍ବଣରେ ସୁନାର ବର୍ଷା ଉପହାର ପ୍ରଦାନ ଉତ୍ସବ ରେ ଜୀ ସାର୍ଥକ ଚ୍ୟାନେଲ ହେଡ଼ ପ୍ରତୀକ ସିଲ ଙ୍କ ସମେତ ଲାଲଚାନ୍ଦ ଜ୍ୱେଲର୍ସ ର ଡାଇରେକ୍ଟର ଅଜିତ ହନ୍ସ, ସାଇନାଥ ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ, ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ଵ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ମତ ଦେଇଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ମେଗା ଧାରାବାହିକ “ମଧୁର ସଂସାର” ରେ ହେବାକୁ ଯାଉଛି ମଧୁ ଓ ମାନସଙ୍କର ବାହାଘର

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ମଧୁର ସଂସାର’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି।

ମଧୁ ଜଣେ ସରଳ, ଅତିରିକ୍ତ ଏବଂ ଖୋଲା ମନୋଭାବର ଝିଅ ଯିଏ ଏକକ ପରିବାରରୁ ଆସି ଏକ ଯୌଥ ପରିବାରରେ ବିବାହ କରିଛି ଏବଂ ଏହାର ଅସୁବିଧା ଓ ସୁବିଧାକୁ ମଧ୍ୟ ଅନୁଭବ କରିଛି। ବାହା ହୋଇଛି ମାନସଙ୍କୁ, ଯିଏ ଏକ ମିଳିତ ପରିବାର ପୃଷ୍ଠଭୂମି ସହିତ ଏକ ସାଧା ସିଧା ଓଡ଼ିଆ ବ୍ୟକ୍ତି। କାହାଣୀଟି ଆଗକୁ ବଢୁଥିବାରୁ ମଧୁ ଏବଂ ମାନସ ପରସ୍ପରକୁ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି ମାନସଙ୍କ ମା଼ଆ ସୁଲେଖା ଙ୍କ ଆରାଜି ସତ୍ତ୍ୱେ। ତେବେ ମାନସ ଙ୍କ ପରିବାରର ସମସ୍ତ ତିକ୍ତ-ମଧୁର ପାର୍ଥକ୍ୟକୁ ଏଡ଼ାଇ ମଧୁ ନିଜର ସଂସାର ଗଢିବାକୁ ସମର୍ଥ ହେବେ କି? ମାନସ ଓ ମଧୁର ସମ୍ପର୍କ ପ୍ରକୃତରେ ମାନସ ଙ୍କ ପରିବାରକୁ ଏକ ରଖିପାରିବାକୁ ସକ୍ଷମ ହେବ କି, ଏମିତି ବହୁ ପ୍ରଶ୍ନର ଉତ୍ତରରେ ରହିଚି ମେଗା ଧାରାବାହିକ “ମଧୁର ସଂସାର”।

ଆସନ୍ତା ସପ୍ତାହରେ ହେବାକୁ ଯାଉଛି ମଧୁ ଓ ମାନସଙ୍କର ବାହାଘର ଯେଉଁଥିରେ ଆପଣମାନେ ଦେଖିବାକୁ ପାଇବେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତି ଅନୁଯାୟୀ ଦୁହିଁଙ୍କର ବାହାଘର। ଆପଣମାନେ ପ୍ରେମ, ଶ୍ରଦ୍ଧା ଓ ଶୁଭକାମନା ଦେଇ ଦୁହିଁଙ୍କୁ ଆଶୀର୍ବାଦ ଦେବେ। ପ୍ରତ୍ୟେକ ସୋମବାରରୁ ରବିବାର ସନ୍ଧ୍ୟା ୭ରୁ ମେଗା ଧାରାବାହିକ ‘ମଧୁର ସଂସାର ପ୍ରସାରିତ ହେଉଛି’।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇ ଆସିଛି। ଏଥର ନୂଆ ବର୍ଷରେ ସେହିପରି ନୂଆ କାହାଣୀ “ମଧୁର ସଂସାର”ର ଆରମ୍ଭ ସହିତ ଜୀ-ସାର୍ଥକ ଜାରି ରଖିଛି ଓଡିଆ ଦର୍ଶକଙ୍କ ମନୋରଞ୍ଜନର ଯାତ୍ରା ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୩୦୦ ଅଧ୍ୟାୟରେ ଏବେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’  

ନୂଆଦିଲ୍ଲୀ: ଜୀ-ସାର୍ଥକ ଓଡିଶାରେ ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି କେବଳ ଦର୍ଶକଙ୍କୁ ସର୍ବଦା ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ପାଇଁ। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ଜୀ-ସାର୍ଥକ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ଦର୍ଶକଙ୍କ ମନ ଜିତିବା ସହ ସଫଳତାର ସହ ୩୦୦ ଅଧ୍ୟାୟରେ ପହଞ୍ଚି ସାରିଛି।

ବିଭିନ୍ନ ଅପ୍ରତ୍ୟାଶିତ ମୋଡ ଦେଇ କାହାଣୀ ଗତି କରୁଥିବା ବେଳେ କାହାଣୀର ମୁଖ୍ୟ ନାୟକ, ଏଜେ ସମୟକ୍ରମେ ଜେଲରେ ପହଞ୍ଚିଛି ଓ ଅମ୍ବିକା ଦ୍ବାରା ପ୍ରରୋଚିତ ହୋଇ କାହାଣୀର ମୁଖ୍ୟ ନାୟିକା, ମାନିନୀକୁ ଦୋଷୀ ଭାବିଛି ଓ ପ୍ରତିଶୋଧ ନେବାକୁ ମନ କରିଛି। ସେପଟେ ମାନିନୀ ମନେ ମନେ ଭଲ ପାଇ ବସିଛି ଏଜେକୁ ଓ ପ୍ରପୋଜ କରିବା ଦିନ ହିଁ ଏଜେ ମାନିନୀକୁ ବହୁତ ଅପମାନ ଦେଇଛି ଓ ଘରୁ ଚାଲିଯିବା ପାଇଁ କହିଛି ଏପରିକି ତିନି ବୋହୁ ଅମ୍ବିକା, ଲକ୍ଷ୍ମୀ ଓ ସରସ୍ବତୀ ମିଶି ମାନିନୀକୁ ହଇରାଣ କରିଛନ୍ତି । ମାନିନୀ ମଧ୍ୟ ନିଜକୁ ଦୋଷୀ ଭାବି ସେଠାରୁ ପଳେଇଛି ହେଲେ କାହାଣୀରେ ପୁଣି ଆସିଛି ଆଉ ଏକ ଅପ୍ରତ୍ୟାଶିତ ମୋଡ । ଘର ଛାଡିବା ପୂର୍ବରୁ ମାନିନୀ ଏଜେ ପାଇଁ ଲେଖିଥିବା ଚିଠିଟି ମିଳିଛି ଶାଶୁ ସୁହାସିନୀଙ୍କୁ ସେ ମାନିନୀକୁ ସତ ବୁଝାଇ ଘରକୁ ଫେରାଇ ଆଣିଛନ୍ତି ହେଲେ ଏଥର ଫେରିଥିବା ମାନିନୀ ପରିବର୍ତ୍ତନ ହୋଇଛି ମାନିନୀ ୨.୦ ରେ ଯିଏ ନିଜେ ନ କାନ୍ଦି ଅନ୍ୟକୁ କନ୍ଦେଇବା ଶିଖିଛି ଓ ନିଜ ସ୍ଵାମୀକୁ ଫେରି ପାଇବା ପାଇଁ ସବୁ କିଛି କରିବାକୁ ଚେଷ୍ଟା କରୁଛି । ତେବେ କଣ ହେବ ଆଗକୁ ମାନିନୀ କଣ ପ୍ରତିଶୋଧ ନେଇପାରିବ ? ପୁଣି ନିଜ ସ୍ବାମୀ ଏଜେକୁ ଫେରି ପାଇବ ? କଣ ହେବ କାହାଣୀରେ ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିଛି ‘ତୁ ଖରା ମୁଁ ଛାଇ’ ।

ଜୀ-ସାର୍ଥକର ସଦା ସର୍ବଦା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଓଡିଆ ଘରର କାହାଣୀକୁ ନେଇ ରାଜ୍ୟର ଦର୍ଶକଙ୍କ ମନୋରଞ୍ଜନ କରିଆସିଛି ଯେଉଁଥିପାଇଁ ଆପଣ ମାନେ ଏହି ଚ୍ଯାନେଲ କୁ ସବୁବେଳେ ଏକ ନମ୍ବର ଚ୍ଯାନେଲ କରି ରଖିଛନ୍ତି । ଆଗକୁ ମଧ୍ୟ ଏହି ମେଗା ଧାରାବାହିକରେ ଆହୁରି ନୂଆ ନୂଆ ଅପ୍ରତ୍ୟାଶିତ ମୋଡ ଆସିବ ଯାହା ନିଶ୍ଚିତ ଭାବରେ ଆମ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଜୀ-ସାର୍ଥକ ଚିଫ୍ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ଘରେ ପହଁଚିଲେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ 

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି।

ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ପହଞ୍ଚିବେ ସସ୍ମିତାଙ୍କ ଘରେ ଓ ତାଙ୍କୁ ପୁରସ୍କୃତ କରିବେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ-ସାର୍ଥକର ଏହି ପରି ଚେଷ୍ଟା ଜାରିରହିବ ଓ ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ “ପାର୍ବଣରେ ସୁନାର ବର୍ଷା” ପ୍ରତିଯୋଗିତା

ଭୁବନେଶ୍ଵର: ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା। ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା “ପାର୍ବଣରେ ସୁନାର ବର୍ଷା”।

ଅକ୍ଟୋବର ୫ରୁ ନଭେମ୍ବର ୨୦ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେବେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୨୦ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଜ଼ି ସାର୍ଥକ ଦେଖନ୍ତୁ, ସ୍ଵର୍ଣ ମୁଦ୍ରା ପାଆନ୍ତୁ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ପୁର ଟିମ୍ ଆଶା ପ୍ରକାଶ କରିଛନ୍ତି।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ‘ତୁ ମୋ ସାଥିରେ’

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ।

‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ ଏକ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ। ବିଦେଶରେ ପାଠ ପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ଶକ୍ତି ହେଲେ ନିଜ ପରିବାର ଏବଂ ଶିବରାଜଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଝଗଡା ମଧ୍ୟରେ ସେ ଫସିଯାଇଛି। ଗର୍ବୀ ତଥା ନିର୍ଦ୍ଦୟ ବ୍ୟବସାୟୀ ଶିବରାଜ ଶକ୍ତିକୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଯେତେବେଳେ ସେ ମନା କରେ, ସେତେବେଳେ ଶିବରାଜ ତାକୁ ହଇରାଣ କରିବାକୁ ସବୁବେଳେ ଚେଷ୍ଟା କରେ। ଏହା ସତ୍ତ୍ୱେ ଶକ୍ତି, ଯିଏ କି ହାରିବା ଶିଖିନି ବରଂ ଲଢିବା ଶିଖିଛି, ସେ ଶିବରାଜଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନିଏ। ହେଲେ କଣ ହେବ ଆଗକୁ? ସେମାନଙ୍କର ସମ୍ପର୍କ ଶତ୍ରୁତା ପ୍ରେମକୁ ରୂପାନ୍ତରିତ ହେବ? ସେମାନଙ୍କ ପରିବାର ମଧ୍ୟରେ କଳହର ଅନ୍ତ ଘଟିବ କି? ତେବେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର। ଏସ ପି ପି ପ୍ରଡକ୍ଶନ୍ସର ଏହି ଧାରାବାହିକରେ ନାୟକ ନୀଲ ଥିବା ବେଳେ ନାୟିକା ହୋଇଛନ୍ତି ମିତାଲି। ‘ଶକ୍ତି’ ପ୍ରସାରିତ ହେବ କେବଳ ଜୀ-ସାର୍ଥକରେ ସୋମବାରୁ ଶୁକ୍ରବାର ସନ୍ଧ୍ୟା ୮ ରେ।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ କାରଣ ଯଶୋଦାର ବାହାଘର ମାଧବ ସହ ଠିକ ହୋଇଥିଲା ବେଳେ ଦେବକୀ ବିବାହ କରିଥିଲେ ମାଧବକୁ ଓ ସେଥିପାଇଁ ଦେବକୀକୁ ଘରୁ ବାହାର କରିଦିଆଯାଇଛି ଓ ତା ବାପା ତାକୁ ଆଉ ଫେରିବାକୁ ବାରଣ କରିଛନ୍ତି। ଯଶୋଦା ରଘୁରାଜକୁ ବିବାହ କରିଛି, ଯିଏକି ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦେବକୀ ଠାରୁ ଯଶୋଦାକୁ ଦୂରେଇ ରଖିଛି। ଏହା ମଧ୍ୟରେ ୨୦ ବର୍ଷ ଚାଲିଯାଇଛି, ଦେବକୀର ଝିଅ ରାଗିଣୀ, ଲଣ୍ଡନର ଜଣେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ମା’ (ଦେବକୀ) ମୃତ୍ୟୁ ପରେ ଯଶୋଦାର ପରିବାର ସହିତ ରହିବାକୁ ଆସନ୍ତି। ଯଶୋଦାର ଝିଅ ‘ସନ୍ଧ୍ୟା’ ଜଣେ ପାରମ୍ପରିକ ଚଳଣି ସହ ଘରର ବଡ଼ ମାନଙ୍କୁ ଗଭୀର ସମ୍ମାନ କରନ୍ତି। ସେ ତାଙ୍କ ମା ଉପରେ ନିର୍ଭରଶୀଳ ଏବଂ ହକି ଖେଳିବାକୁ ସ୍ବପ୍ନ ଦେଖେ। ଯଶୋଦା, ଜଣେ ସ୍ନେହୀ ମା ଏବଂ ଦ୍ଵାୟୀତ୍ଵବାନ ପତ୍ନୀ, ରାଗିଣୀଙ୍କୁ ଆପଣେଇ ନିଅନ୍ତି। ସେପଟେ କଠୋର ତଥା ପାରମ୍ପାରିକ ପିତା ରଘୁରାଜ, ଝିଅ ମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପାରିବାରିକ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି ତେବେ କଣ ଦୁଇ ଝିଅ ଏଥର ମିଶି ପାରିବେ ନା ପୁଣି କିଛି ଭୁଲ ବୁଝାମଣା ହେବ। ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ଲିତିସା ଓ ପ୍ରିୟଙ୍କା।

ସେପଟେ ବିବାହାପରେ ପ୍ରେମର ନୂଆ କାହାଣୀ ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’। ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ। ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ‘ତୁ ମୋ ସାଥିରେ’କୁ ଦର୍ଶକ ଦେଖିବେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଏହି ମେଗା ଧାରାବାହିକ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧ ଜିଇସି ଚ୍ଯାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିପାରିଛି ତାର କାରଣ ହେଉଛନ୍ତି ଆମ ଦର୍ଶକ ମାନଙ୍କର ଭଲ ପାଇବା ଓ ଆଶୀର୍ବାଦ । ଆମେ ଆମ ଦର୍ଶକ ମାନଙ୍କୁ ଅନୁରୋଧ କରିବୁ ଯେ ଆମ ପ୍ରତି ତାଙ୍କର ଏହି ପରି ଭଲ ପାଇବା ରହୁ ଓ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଘୋଷ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ଜୀ ସାର୍ଥକରେ ଅମ୍ବର ଓ ଧାରାଙ୍କ ଶୁଭ ବିବାହ

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି।

ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆଜି ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ ଓ ବିବାହ ମହୋତ୍ସବ ପାଳନରେ ଆମ ଚ୍ୟାନେଲ ସବୁବେଳେ ଆଗରେ। ତେଣୁ ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆମେ ପାଳନ କରିବୁ ଖୁବ ଧୂମଧାମରେ ଓ ପାରମ୍ପରିକ ଓଡିଆ ସମାଜରେ ହେଉଥିବା ବାହାଘର ପରି କେବଳ ଜୀ ସାର୍ଥକରେ। ପୁରା ଜୀ ସାର୍ଥକ ପରିବାର ସେଦିନ ଏକାଠି ହେବେ କେବଳ ଏହି ଦୁଇ ଜଣଙ୍କ ବାହାଘର ପାଇଁ। ‘ଆମ ଝିଲି’ ରୁ ଆସିବେ ସିଦ୍ ଓ ଝିଲି, ‘ଖୁସିର ଛୁଙ୍କ’ ରୁ କରନ୍ ଓ ଖୁସି, ‘ତୁ ଖରା ମୁଁ ଛାଇ’ ରୁ ଏଜେ ଓ ମାନିନୀ, ‘ସୁନା ଝିଅ’ ରୁ ବିଷ୍ଣୁ ଓ ପ୍ରିୟା, ‘ମୁଁ ବି ବିଜୟିନୀ’ ରୁ ରାଧିକା ଓ ଆକାଶ।

କେବଳ ମେଗା ଧାରାବାହିକ ନୁହେଁ, ଓଡ଼ିଶାର ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏହି ବର୍ଣାଢ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଏଲିନା ସାମନ୍ତରାୟ, …..। ଏହି ବାହାଘରରେ ତାରିକ୍ ଅଜିଜ୍ ଓ ବିଷ୍ଣୁପ୍ରିୟାଙ୍କ ଦମଦାର୍ ପ୍ରଦର୍ଶନ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ଓ ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ। ସମସ୍ତ ଦର୍ଶକଙ୍କୁ ଆମର ସାଦର ନିମନ୍ତ୍ରଣ ଓ ସମସ୍ତେ ଆଜି ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ ସାର୍ଥକ ବିଜନେସ୍ ହେଡ୍ ଶ୍ରୀ ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ରବିବାରରେ ଜୀ ସାର୍ଥକରେ ଅମ୍ବର ଓ ଧାରାଙ୍କ ଶୁଭ ବିବାହ 

ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି।

ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ ଓ ବିବାହ ମହୋତ୍ସବ ପାଳନରେ ଆମ ଚ୍ୟାନେଲ ସବୁବେଳେ ଆଗରେ। ତେଣୁ ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆମେ ପାଳନ କରିବୁ ଖୁବ ଧୂମଧାମରେ ଓ ପାରମ୍ପରିକ ଓଡିଆ ସମାଜରେ ହେଉଥିବା ବାହାଘର ପରି କେବଳ ଜୀ ସାର୍ଥକରେ। ପୁରା ଜୀ ସାର୍ଥକ ପରିବାର ସେଦିନ ଏକାଠି ହେବେ କେବଳ ଏହି ଦୁଇ ଜଣଙ୍କ ବାହାଘର ପାଇଁ। ‘ଆମ ଝିଲି’ ରୁ ଆସିବେ ସିଦ୍ ଓ ଝିଲି, ‘ଖୁସିର ଛୁଙ୍କ’ ରୁ କରନ୍ ଓ ଖୁସି, ‘ତୁ ଖରା ମୁଁ ଛାଇ’ ରୁ ଏଜେ ଓ ମାନିନୀ, ‘ସୁନା ଝିଅ’ ରୁ ବିଷ୍ଣୁ ଓ ପ୍ରିୟା, ‘ମୁଁ ବି ବିଜୟିନୀ’ ରୁ ରାଧିକା ଓ ଆକାଶ।

କେବଳ ମେଗା ଧାରାବାହିକ ନୁହେଁ, ଓଡ଼ିଶାର ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏହି ବର୍ଣାଢ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଏଲିନା ସାମନ୍ତରାୟ, …..। ଏହି ବାହାଘରରେ ତାରିକ୍ ଅଜିଜ୍ ଓ ବିଷ୍ଣୁପ୍ରିୟାଙ୍କ ଦମଦାର୍ ପ୍ରଦର୍ଶନ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ଓ ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ। ସମସ୍ତ ଦର୍ଶକଙ୍କୁ ଆମର ସାଦର ନିମନ୍ତ୍ରଣ ଓ ସମସ୍ତେ ରବିବାର ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ ସାର୍ଥକ ବିଜନେସ୍ ହେଡ୍ ଶ୍ରୀ ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆସୁଛି “୭ରେ ସୁପର ସୋମବାର”

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଏହି ପରି ଭାବନା ଆଖିଆଗରେରେ ରଖି ଅଗଷ୍ଟ, ୭ ତାରିଖ ସୋମବାରକୁ ସୁପର ସୋମବାର ନାମରେ ଅଭିହିତ କରାଯାଇଛି। ଏହି ଦିନ ଜୀ-ସାର୍ଥକରେ ଆମ ଝିଲି ଓ ଲାଲ ଇସ୍କ ଶୁଭାରମ୍ଭ ହେବ ସହ ପୁରା ଦିନ ଜାରି ରହିବ ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ସୋ ର ସ୍ପେଶାଲ ଅଧ୍ୟାୟ।

ଏହି ଦିନ ଆପଣମାନଙ୍କ ଡିମାଣ୍ଡ ପାଇଁ ପୁଣିଥରେ ପ୍ରସାରିତ ହେବ ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ଦିନ ୧ରୁ ସନ୍ଧ୍ୟା ୫ ପର୍ଯନ୍ତ। ସନ୍ଧ୍ୟା ୫ଟା ରୁ ୬ଟା ପର୍ଯନ୍ତ ଦେଖନ୍ତୁ ଝିଲି ସ୍ପେଶାଲ “ଦିଦି ନଂ ୧”ରେ ଓ ସନ୍ଧ୍ୟା ୬ଟା ରୁ ୭ଟା ପର୍ଯନ୍ତ ଦେଖନ୍ତୁ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ। ଏହି ଦିନ ସନ୍ଧ୍ୟା ୭ଟା ରେ ଶୁଭାରମ୍ଭ ହେବ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ। ୭:୩୦ରୁ ୮ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସୁନା ଝିଅ’ ର ମହା ସପ୍ତାହ ଏପିସୋଡ। ପୁଣି ୮ଟା ରୁ ୮:୩୦ ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସାଥିରେ’ ର ବାହାଘରର ସ୍ପେଶାଲ ଏପିସୋଡ। ୮:୩୦ରୁ ୯ ପର୍ଯନ୍ତ ଦେଖିବେ ‘ତୁ ଖରା ମୁ ଛାଇ’,ର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ। ରାତି ୯ଟା ରୁ ୧୦ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟା ରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ୍ ଇସ୍କ’ ର ଶୁଭାରମ୍ଭ ଅଧ୍ୟାୟ। ତେଣୁ ଆସନ୍ତା ସୋମବାର ଦିନ ଜୀ-ସାର୍ଥକରେ ହେବାକୁ ଯାଉଛି ” ସୁପର ସୋମବାର”।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ‘ସାଥିରେ’ , ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁ ଛାଇ’, ‘ଖୁସିର ଛୁଙ୍କ’, ‘ଆମ ଝିଲି’ ଓ ‘ରଜ କୁଇନ୍’ ପରି ପ୍ରୋଗ୍ରାମ୍ ଆମ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆସନ୍ତା ସୁପର ସୋମବାରରେ ଏହି ଧାରାବାହିକ ଓ ରିଆଲିଟି ସୋ ଗୁଡିକ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ବିଶ୍ୱାସ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ “ଦେଖିବା ନିତି, ହେବା ଲକ୍ଷପତି”: ମେଗା ବିଜେତା ହେଲେ କାବେରୀ ନାୟକ

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏପ୍ରିଲ ୩ରୁ ଆରମ୍ଭ ହୋଇ ମେ ୨୭ ପର୍ଯନ୍ତ ଚାଲିଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ର ମେଗା ବିଜେତା ଘୋଷଣା ହୋଇଛି। ନିୟମ ମୁତାବକ ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓଡିଆ ଦର୍ଶକ ଭାଗନେଇଥିଲେ ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା।

ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା ଆଇପିଏଲ୍ ସମୟରେ ପୁରା ୪୫ ଦିନ ଧରି ଜୀ-ସାର୍ଥକରେ ଚାଲିଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ ଦେଇଥିଲେ ଓ ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୨୪୦ ଜଣ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିଥିଲା।

ତେବେ ପୁରା ପ୍ରତିଯୋଗୀତାରେ ସର୍ବାଧିକ ସଠିକ ଉତ୍ତର ଦେଇଥବା ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ଧନରାଶି ମିଳିବ ବୋଲି ମୂଳରୁ କୁହାଯାଇଥିଲା ଯାହାର ବିଜେତା ହୋଇଛନ୍ତି କାବେରୀ ନାୟକ।

ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଟେଲ ନିଉ ମାରୀୟନରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିଥିଲେ। ବହୁ ସଂଖ୍ୟାରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଜୀ-ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ

ଭୁବନେଶ୍ବର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ସେଥିପାଇଁ ଆଜି ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ। ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ। କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ।

ସନ୍ଧ୍ୟା ୬:୩୦ରେ ‘ମୁଁବିବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ ସଫଳ ହୋଇଛି ହେଲେ କେମିତି ? ୮ଟାରେ ଦେଖିବେ ‘ସାଥିରେ’, ଧାରା ସାମନାକୁ ଆସିଛି ପ୍ରକୃତ ଖଳନାୟକ ଇନ୍ଦ୍ରାଣୀ ର ଅସଲ ଚେହେରା। ଧାରା ଅମ୍ବରକୁ ଇନ୍ଦ୍ରାଣୀ ବିଷୟରେ ଯେତେ କହିଲେବି ଅମ୍ବର ଏହାକୁ ମାନୁନାହିଁ ଓ ଧାରାକୁ ବିଶ୍ବାସ କରୁନାହିଁ। ଏବେ କେମିତି ଶାସ୍ତି ଦେବା ଧାରା ଇନ୍ଦ୍ରାଣୀକୁ? ୮:୩୦ରେ ‘ତୁ ଖରା ମୁଁ ଛାଇ’ରେ ଦେଖିବେ ହଠାତ୍ ମାନିନୀ ସନ୍ଦେହ କରୁଛି, ଏଜେ ନିଜ ପ୍ରଥମ ସ୍ତ୍ରୀର ହତ୍ୟା କରିଛନ୍ତି ବୋଲି ହେଲେ କାହିଁକି ଏମିତି କଣ କରିଛି ଏଜେ ? ମାନିନୀ କଣ ସତର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ୯ଟାରେ ଦେଖିବେ ‘ଖୁସିର ଛୁଙ୍କ’ରେ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସିର ଦୁଃଖ କରନ୍ କୁ ଖୋଜିବାକୁ ପୁରୀରୁ ରଜତ ସହିତ ଭୁବନେଶ୍ବର ଆସିଛି ଖୁସି କିନ୍ତୁ ଭୁବନେଶ୍ବରରେ ରଜତ ତାକୁ ଅନ୍ୟ ପାଖରେ ବିକିବାକୁ ଚେଷ୍ଟା କରିଛି ହେଲେ ଖୁସି ସେଠାରୁ ନିଜକୁ ବଞ୍ଚାଇ ଫେରୁଛି ଘରକୁ ଏପଟେ ପୁରା ପରିବାର ତା ଉପରେ ଥୁ ଥୁ କରିବାକୁ ଲାଗିଲେ l ତେବେ ସେ ଏବେ କ’ଣ କରିବ ? ଏମିତି ଜୀ-ସାର୍ଥକ ସମସ୍ତ ମେଗା ଧାରାବାହିକରେ ବହୁ ବଡ଼ ବଡ଼ ସସପେନ୍ସ ଓ ପରିବର୍ତ୍ତନ ଦେଖିବେ।

ଆଜି ଠାରୁ ଆପଣଙ୍କ ସବୁ କାମ ସାରି ପ୍ରସ୍ତୁତ ରୁହନ୍ତୁ ଜୀ-ସାର୍ଥକ ର ସବୁ ଠାରୁ ବଡ଼ ଦିନ ପାଇଁ। ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ। ଏଥର ଜୀ-ସାର୍ଥକ ଏହି ବଡ଼ ଦିନରେ ସମସ୍ତ ମେଗା ଧାରାବାହିକରେ ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର  ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ମିଳିବ। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜ଼ି ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।