Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ଆସୁଛି “୭ରେ ସୁପର ସୋମବାର”
ଆଜିର ଖବର

ଜୀ-ସାର୍ଥକରେ ଆସୁଛି “୭ରେ ସୁପର ସୋମବାର”

August 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଏହି ପରି ଭାବନା ଆଖିଆଗରେରେ ରଖି ଅଗଷ୍ଟ, ୭ ତାରିଖ ସୋମବାରକୁ ସୁପର ସୋମବାର ନାମରେ ଅଭିହିତ କରାଯାଇଛି। ଏହି ଦିନ ଜୀ-ସାର୍ଥକରେ ଆମ ଝିଲି ଓ ଲାଲ ଇସ୍କ ଶୁଭାରମ୍ଭ ହେବ ସହ ପୁରା ଦିନ ଜାରି ରହିବ ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ସୋ ର ସ୍ପେଶାଲ ଅଧ୍ୟାୟ।

ଏହି ଦିନ ଆପଣମାନଙ୍କ ଡିମାଣ୍ଡ ପାଇଁ ପୁଣିଥରେ ପ୍ରସାରିତ ହେବ ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ଦିନ ୧ରୁ ସନ୍ଧ୍ୟା ୫ ପର୍ଯନ୍ତ। ସନ୍ଧ୍ୟା ୫ଟା ରୁ ୬ଟା ପର୍ଯନ୍ତ ଦେଖନ୍ତୁ ଝିଲି ସ୍ପେଶାଲ “ଦିଦି ନଂ ୧”ରେ ଓ ସନ୍ଧ୍ୟା ୬ଟା ରୁ ୭ଟା ପର୍ଯନ୍ତ ଦେଖନ୍ତୁ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ। ଏହି ଦିନ ସନ୍ଧ୍ୟା ୭ଟା ରେ ଶୁଭାରମ୍ଭ ହେବ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ। ୭:୩୦ରୁ ୮ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସୁନା ଝିଅ’ ର ମହା ସପ୍ତାହ ଏପିସୋଡ। ପୁଣି ୮ଟା ରୁ ୮:୩୦ ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସାଥିରେ’ ର ବାହାଘରର ସ୍ପେଶାଲ ଏପିସୋଡ। ୮:୩୦ରୁ ୯ ପର୍ଯନ୍ତ ଦେଖିବେ ‘ତୁ ଖରା ମୁ ଛାଇ’,ର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ। ରାତି ୯ଟା ରୁ ୧୦ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟା ରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ୍ ଇସ୍କ’ ର ଶୁଭାରମ୍ଭ ଅଧ୍ୟାୟ। ତେଣୁ ଆସନ୍ତା ସୋମବାର ଦିନ ଜୀ-ସାର୍ଥକରେ ହେବାକୁ ଯାଉଛି ” ସୁପର ସୋମବାର”।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ‘ସାଥିରେ’ , ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁ ଛାଇ’, ‘ଖୁସିର ଛୁଙ୍କ’, ‘ଆମ ଝିଲି’ ଓ ‘ରଜ କୁଇନ୍’ ପରି ପ୍ରୋଗ୍ରାମ୍ ଆମ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆସନ୍ତା ସୁପର ସୋମବାରରେ ଏହି ଧାରାବାହିକ ଓ ରିଆଲିଟି ସୋ ଗୁଡିକ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ବିଶ୍ୱାସ।

ଜୀ ସାର୍ଥକ ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.