
ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ-ତିନି ଦନ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ଅଗ୍ରସର ହେବାକୁ ଯାଉଛି। ଓଡ଼ିଶା ଗସ୍ତ ଅବସରରେ ସ୍ଥାନୀୟ ପାଣିପାଗ କେନ୍ଦ୍ର ଠାରେ ରାଜ୍ୟରେ ମୌସୁମୀ ସ୍ଥିତି ନେଇ IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ଷା ପରିମାଣ ଧିରେ ଧିରେ ବଢ଼ିବ। ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ରାଜ୍ୟରେ ସାଧାରଣତଃ ମୌସୁମୀ ବାୟୁ ମେ ମାସ ୧୨ ତାରିଖ ପାଖାପାଖି ପ୍ରବେଶ କରେ। ଚଳିତ ବର୍ଷ ମୌସୁମୀ ବାୟୁ ସାଧାରଣ ସମୟରେ ଆସୁଛି। ପୂର୍ବ ଭଳି ଅନୁମାନ ଅନୁସାରେ ମୌସୁମୀ ବୃଷ୍ଟିପାତ ସମାନ ରହିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।