Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତିମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କଲେ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ
ଆଜିର ଖବର

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତିମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କଲେ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ

June 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରା
ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ କିଭଳି ଏହାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ, ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି। ଏହି କ୍ରମରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଶାସନ କର୍ତ୍ତୃପକ୍ଷ ଦଇତାପତିମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ଦଇତାପତି ନିଯୋଗ ସଭାପତି, ସଂପାଦକଙ୍କ ସହ ବାଡ଼ଗ୍ରାହୀ ଓ ଯୁବ ଦଇତାପତିମାନେ ଯୋଗ ଦେଇଥିଲେ। ଚଳିତବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ପ୍ରସାଦ ସେବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।

ଗତବର୍ଷ ପହଣ୍ଡି ଅଘଟଣର ପୁନରାବୃତ୍ତି ଯେଭଳି ନ ଘଟିବ, ସେଥିପାଇଁ ସ୍ବତ୍ତ୍ବଲିପି ଅନୁଯାୟୀ ସେବା ସଂପୃକ୍ତ ୩ ଜଣ ସେବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ତିନିଜଣିଆ କମିଟିର ପରାମର୍ଶ ଅନୁଯାୟୀ ପହଣ୍ଡି କାର୍ଯ୍ୟ କରାଯିବ। ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ନିଯୋଗର ସୂଚୀ ଆସିବା ପରେ ପହଣ୍ଡି ସଂକ୍ରାନ୍ତରେ ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସେବକମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ, ଶୃଙ୍ଖଳିତ ନୀତି, ବ୍ୟବସ୍ଥାବଳୀ ଅନୁପାଳନ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି।

ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକ ସମୟରେ ହିଁ ସେବକଙ୍କ ସହାୟକମାନେ ରଥ ଉପରକୁ ଯାଇପାରିବେ। ଅନ୍ୟ ସମୟରେ ସେମାନେ ରଥ ଉପରକୁ ଯାଇପାରିବେ ନାହିଁ। ବେଶ ବଦଳାଇ ଯଦି କେହି ରଥ ଉପରକୁ ଚଢିବେ, ତେବେ ସେମାନଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରାଯିବ। ସୁନାବେଶ ସମୟରେ ମହାପ୍ରଭୁଙ୍କ ଶ୍ରୀପୟର, ଶ୍ରୀଭୂଜକୁ ଯେଭଳି ଭକ୍ତ ଓ ଶ୍ରଦ୍ଧାଳୁମାନେ ଅବାଧରେ ଦର୍ଶନ କରିପାରିବେ, ସେଥିପାଇଁ ସେଠାରେ ଗହଳି ନ କରିବା ଲାଗି ସେବକମାନଙ୍କୁ ପରାମର୍ଶ ଦିଆଯାଇଛି।

ବୈଠକରେ ସ୍ନାନପୂର୍ଣ୍ଣିମାରେ ଭକ୍ତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାର ତଦନ୍ତ ଚାଲିଛି ଏବଂ ଭିଡିଓ ଚିତ୍ର ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୮ ତାରିଖରୁ ଜୁଲାଇ ୬ ତାରିଖ ମଧ୍ୟରେ ଶ୍ରୀମନ୍ଦିରର ସମସ୍ତ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ଏଏସ୍ଆଇକୁ ପତ୍ର ଲେଖାଯାଇଛି। ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବା ପାଇଁ ମଧ୍ୟ କୁହାଯାଇଛି।

ଶ୍ରୀମନ୍ଦିର ଆଲୋକୀକରଣକୁ ଗୁରୁତ୍ବ ଦିଆଯାଉଛି। ଭକ୍ତଙ୍କୁ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ସୂଚନା ଦେବା ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରରେ ନୂଆକରି ଏଲଇଡି ଲଗାଯାଇଛି ବୋଲି ଶ୍ରୀ ପାଢୀ କହିଛନ୍ତି। ଅପରପକ୍ଷରେ  ନୀତି ଶୃଙ୍ଖଳା ଓ  ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଦଇତାପତି ନିଯୋଗର ସାଧାରଣ ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି।

ଦଇତାପତି ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Latest News

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.