
ନୂଆଦିଲ୍ଲୀ: ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି। ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସହଜଲଭ୍ୟ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ହେଉ କିମ୍ବା ଇ-ସଞ୍ଜିବନୀ ଭଳି ଟେଲିମେଡିସିନ ପ୍ଲାଟଫର୍ମ ହେଉ, ଏସବୁଥିରେ ଲକ୍ଷ୍ୟ ସ୍ପଷ୍ଟ ରହିଛି। ତାହା ହେଲା: ସମସ୍ତଙ୍କ ପାଇଁ ସୁଲଭ, ସହଜଲଭ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା।
ଭାରତ କେବଳ କୋଭିଡ୍ ୧୯ ସଙ୍କଟକୁ ନିୟନ୍ତ୍ରଣ କରିନଥିଲା, ବିଶ୍ୱକୁ ୨୨୦ କୋଟିରୁ ଅଧିକ ଟିକା ପ୍ରଦାନ କରି ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଅଂଶୀଦାର ନିଜକୁ ପ୍ରମାଣିତ କରିଥିଲା। ମିଶନ ଇନ୍ଦ୍ରଧନୁଷ ଭଳି ବ୍ୟାପକ ଟିକାକରଣ ଅଭିଯାନ ମାଧ୍ୟମରେ ପ୍ରତିରୋଧମୂଳକ ସେବା ବୃଦ୍ଧି ପାଇଛି। ଚିକିତ୍ସା ଶିକ୍ଷାରେ ଏକ ବୃହତ ପରିବର୍ତ୍ତନ ଆସିଛି, ଦେଶରେ ଏମ୍ସ ସହ ମେଡିକାଲ୍ ଆସନ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଦେଶର ପ୍ରତ୍ୟେକ କୋଣରୁ ନୂତନ ଡାକ୍ତରମାନଙ୍କୁ ସଶକ୍ତ କରାଯାଇଛି। ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଜେନେରିକ ଔଷଧ ସହଜରେ ଉପଲବ୍ଧ ହୋଇଛି, ଯାହାଦ୍ୱାରା ସାଧାରଣ ପରିବାରର ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବଞ୍ଚିପାରିଛି।
ଭାରତୀୟ ସ୍ୱାସ୍ଥ୍ୟ ବିଭାଗର ଏ କାହାଣୀ କେବଳ ଭିତ୍ତିଭୂମି ଉନ୍ନୟନରେ ସୀମିତ ନାହିଁ, ଏହା ପ୍ରଭାବର କାହାଣୀ ବର୍ଣ୍ରନା କରୁଛି। ଏ ଭିତରେ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି। ସ୍ୱାସ୍ଥ୍ୟସେବାର ସୁଲଭତା ବୃଦ୍ଧି ପାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆସ୍ଥା ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି। ଯେହେତୁ ଭାରତ ଅମୃତ କାଳରେ ପବେଶ କରୁଛି, ଏହାର ସ୍ୱାସ୍ଥ୍ୟ ଯାତ୍ରା ଏବେ କେବଳ ରୋଗ ଚିକିତ୍ସାରେ ସୀମାବଦ୍ଧ ହୋଇ ନାହିଁ- ଏହା ରାଷ୍ଟ୍ରର ପୋଷଣ ବିଷୟକୁ ଆଧାର କରିଛି। ସ୍ୱାସ୍ଥ୍ୟ ଏବେ ଏକ ଅଧିକାର, ସୁବିଧା ନୁହେଁ। ଏବଂ ମୋଦୀ ସରକାରଙ୍କ ଅଧୀନରେ, ପ୍ରତ୍ୟେକ ଭାରତୀୟଙ୍କ ଜୀବନ ମହତ୍ୱପୂର୍ଣ୍ଣ। ଯାହାର ମୂଳ ବିନ୍ଦୁରେ ରହିଛି- ସମ୍ମାନ, ଯତ୍ନ ଏବଂ ଆକାଂକ୍ଷା।
ଆୟୁଷ୍ମାନ ଭାରତ ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ
ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)
୨୦୧୮ ରେ, କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେବା ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ଆରମ୍ଭ କରିଥିଲେ, ଯାହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଭାରତର ୪୦% ଜନସଂଖ୍ୟାଙ୍କୁ ଟାର୍ଗେଟ କରି, ଏହି ଯୋଜନା ପ୍ରାୟ ୧୨.୩୭ କୋଟି ପରିବାରଙ୍କୁ ସହାୟକ ହୋଇଛି। ପ୍ରାୟ ୫୫ କୋଟି ବ୍ୟକ୍ତି ଏଥିରେ ଉପକୃତ ହେଉଛନ୍ତି। ୨୯ ଅକ୍ଟୋବର ୨୦୨୪ ରେ ଏକ ଐତିହାସିକ ସମ୍ପ୍ରସାରଣରେ, ସରକାର ଆୟୁଷ୍ମାନ ଭାରତ ବୟ ବନ୍ଦନା ପ୍ରବର୍ତ୍ତନ କରିଛନ୍ତି, ଯାହା ୭୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଅମୃତ ସଞ୍ଜିବୀ ପାଲଟିଛି। ଆୟୁଷ୍ମାନ ବୟ ବନ୍ଦନା ଯୋଜନାରେ ୫୮ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ୪୯୬କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏହି ପଦକ୍ଷେପ ବୟସ୍କମାନଙ୍କର ସ୍ୱାସ୍ଥ୍ୟ ସମ୍ବେଦନଶୀଳତାକୁ ବୁଝେ ଏବଂ ସେମାନଙ୍କ ସମ୍ମାନଜନକ ବଞ୍ଚିବା ଓ ଚିନ୍ତାମୁକ୍ତ ଚିକିତ୍ସାକୁ ସୁନିଶ୍ଚିତ କରେ।
ଏହା ସହିତ, ଏହି ଯୋଜନା ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଗ୍ରଣୀ ନାୟକମାନଙ୍କୁ, ଯଥା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟକଙ୍କୁ ମଧ୍ୟ ସହାୟକ ହୋଇଛି। ମୋଟାମାଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା କେବଳ ଏକ ସ୍ୱାସ୍ଥ୍ୟ ଯୋଜନା ନୁହେଁ—ଏହା ସ୍ୱାସ୍ଥ୍ୟସେବା ସୁଲଭତାରେ ଏକ ସାମାଜିକ ବିପ୍ଳବ, ଯାହା ଭାରତର ସବୁଠାରୁ ଦୁର୍ବଳ ବର୍ଗକୁ ସମ୍ମାନ, ଯତ୍ନ ଏବଂ ଆର୍ଥିକ ସୁରକ୍ଷା ସହିତ ସଶକ୍ତ କରୁଛି।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
ଭାରତ ସରକାର ଦେଶରେ ଏକ ଦୃଢ଼ ଏବଂ ଏକୀକୃତ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ପ୍ରତିଷ୍ଠା କରିବା ପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହା ରକ୍ଷିତ, ଇଣ୍ଟରଅପରେବଲ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ। ରୋଗୀ, ସେବା ପ୍ରଦାନକାରୀ, ଏବଂ ନୀତି ନିର୍ମାତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରେ।
ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ହେଉଛି ଏକ ଐତିହାସିକ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା, ଯେଉଁଥିରେ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬୪୧୮୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି। ଏହା ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରରେ ସ୍ୱାସ୍ଥ୍ୟ ସେବା ବିତରଣକୁ ଶକ୍ତିଶାଳୀ ଏବଂ ଏକୀକୃତ କରିବା ପାଇଁ ଉଦ୍ଦିଷ୍ଟ।
ଜାତୀୟ ସ୍ୱାସ୍ଥ୍ୟ ମିଶନ
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୁଇଟି ଉପ-ମିଶନ—ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟ କରୁଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଲକ୍ଷ୍ୟ ଏବଂ ପରିପୂରକ ବିକାଶ ଲକ୍ଷ୍ୟ ଅନୁସାରେ ସମସ୍ତଙ୍କ ପାଇଁ ସୁସ୍ଥ ଜୀବନ ଏବଂ କଲ୍ୟାଣକୁ ପ୍ରୋତ୍ସାହନ କରିବା।
ବଜେଟ ପ୍ରତିବଦ୍ଧତା ଏବଂ ସେବା ସମ୍ପ୍ରସାରଣ
ଗତ ଦଶନ୍ଧି ମଧ୍ୟରେ ସରକାର ଏନ୍ଏଚଏମ୍ ଅଧୀନରେ ବିନିଯୋଗ ଏବଂ ସେବାଗୁଡ଼ିକୁ ନାଟକୀୟ ଭାବେ ବୃଦ୍ଧି କରିଛନ୍ତି।
ପ୍ରାଥମିକ ସ୍ୱାସ୍ଥ୍ୟସେବାର ରୂପାନ୍ତର: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଏକ ପ୍ରମୁଖ ସ୍ତମ୍ଭ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ପୂର୍ବରୁ ଆୟୁଷ୍ମାନ ଭାରତ-ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଭାବେ ପରିଚିତ ହେଉଥିଲା।
ଏନ୍ଏଚ୍ଏମ୍ ଅଧୀନରେ ପ୍ରମୁଖ କାର୍ଯ୍ୟକ୍ରମ/ଯୋଜନା
ଜନସାଧାରଣ ଚିକିତ୍ସା କ୍ଷେତ୍ରରେ ଭୋଗୁଥିବା ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଏନ୍ଏଚ୍ଏମ୍ ଲକ୍ଷ୍ୟ ରଖିଛି। ଏଥିରେ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ କ୍ଷେତ୍ର ଉଲ୍ଲେଖ ଯୋଗ୍ୟ। ଏହି ଯୋଜନା ଅଧିନରେ କାର୍ଯ୍ୟକ୍ଷମ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ, ମିଶନ ଇନ୍ଦ୍ରଧନୁଷ, ଜନନୀ ସୁରକ୍ଷା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ), ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମ, ଏବଂ ଲେବର ରୁମରେ ଗୁଣବତ୍ତା ଉନ୍ନତି ପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଭୃତି।
ପୁଷ୍ଟିହୀନତା ଦୂର କରିବା ପାଇଁ, ମିଶନ ଜାତୀୟ ଆୟୋଡିନ ଅଭାବ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଶିଶୁ ଏବଂ ଛୋଟ ଶିଶୁଙ୍କ ଖାଦ୍ୟ ପାଇଁ MAA (ମଦର୍ସ ଆବସୋଲ୍ୟୁଟ ଆଫେକ୍ସନ) କାର୍ଯ୍ୟକ୍ରମ, ଜାତୀୟ ଫ୍ଲୋରୋସିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCF), ଏବଂ ରକ୍ତହୀନତା ନିୟନ୍ତ୍ରଣ ପାଇଁ ଜାତୀୟ ଆୟର୍ନ ପ୍ଲସ ଉଦ୍ୟମ ଭଳି କାର୍ଯ୍ୟକ୍ରମ କ୍ରିୟାଶୀଳ ରହିଛି।
ସଂକ୍ରାମକ ରୋଗ କ୍ଷେତ୍ରରେ, ନିଆଯାଉଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭେଲାନ୍ସ ପ୍ରୋଗ୍ରାମ (IDSP), ସଂଶୋଧିତ ଜାତୀୟ କ୍ଷୟରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (RNTCP), ଜାତୀୟ କୁଷ୍ଠରୋଗ ନିର୍ମୂଳ କାର୍ଯ୍ୟକ୍ରମ (NLEP), ଜାତୀୟ ଭେକ୍ଟର ବୋର୍ନ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ (NVBDCP), ଜାତୀୟ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NACP), ପଲସ ପୋଲିଓ କାର୍ଯ୍ୟକ୍ରମ, ଜାତୀୟ ଭାଇରାଲ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP), ଜାତୀୟ ରେବିଜ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଏବଂ ଆଣ୍ଟି-ମାଇକ୍ରୋବିଆଲ ରେଜିଷ୍ଟାନ୍ସ (AMR) ନିୟନ୍ତ୍ରଣ କାର୍ଯ୍ୟକ୍ରମ।
ଅସଂକ୍ରାମକ ରୋଗର ବୃଦ୍ଧିପ୍ରାପ୍ତ ବୋଝକୁ ସମାଧାନ କରିବା ପାଇଁ, ଏନ୍ଏଚ୍ଏମ୍ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NTCP), ଜାତୀୟ କର୍କଟ, ଡାଇବେଟିସ, ହୃଦରୋଗ ଏବଂ ଷ୍ଟ୍ରୋକ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCDCS), ଜାତୀୟ ବୃତ୍ତିଗତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ବଧିରତା ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCD), ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜାତୀୟ ଅନ୍ଧତ୍ୱ ଏବଂ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCB&VI), ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ (PMNDP), ଜାତୀୟ ବୟସ୍କଙ୍କ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ (NPHCE), ଜାତୀୟ ବର୍ନ ଆଘାତ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPMBI), ଏବଂ ଜାତୀୟ ମୌଖିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ଗ୍ରହଣ କରିଛି।
ଜାତୀୟ ଟିବି ଉତ୍ପାଟନ କାର୍ଯ୍ୟକ୍ରମ (NTEP)
ଜାତୀୟ ଟିବି ଉତ୍ପାଟନ କାର୍ଯ୍ୟକ୍ରମ (NTEP) ଅଧୀନରେ ଭାରତ ଟିବିକୁ ମୂଳୋତ୍ପାଟନ କରିବାରେ ଶକ୍ତିଶାଳୀ ଅଗ୍ରଗତି ହାସଲ କରିଛି। ୨୦୨୪ ର ଗ୍ଲୋବାଲ ଟିବି ରିପୋର୍ଟ ଅନୁଯାୟୀ, ୨୦୧୫ ରୁ ୨୦୨୩ ମଧ୍ୟରେ ଟିବି ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୭.୭% ଏବଂ ଟିବି ମୃତ୍ୟୁରେ ୨୧.୪ % ହ୍ରାସ ପାଇଛି। ଚିକିତ୍ସା କଭରେଜ ୫୩% ରୁ ୮୫% କୁ ବୃଦ୍ଧି ହୋଇଛି, ଯାହା ସେବା ସୁଲଭତାରେ ବୃହତ ଅଗ୍ରଗତି ଦର୍ଶାଏ। ୨୦୨୪ରେ, ଭାରତ ୨୬.୧୭ ଲକ୍ଷ ଟିବି ଆକ୍ରାନ୍ତଙ୍କୁ ରିପୋର୍ଟ କରିଛି, ଯାହା ୨୦୧୪ ତୁଳନାରେ ୬୯% ଅଧିକ। ଗତ ଦଶନ୍ଧିରେ ଚିକିତ୍ସା ସଫଳତା ହାର ୮୫% ରୁ ୮୯% କୁ ବୃଦ୍ଧି ହୋଇଛି।
ନିକ୍ଷୟ ପୋଷଣ ଯୋଜନା ଅଧୀନରେ, ୩୬୦୭ କୋଟି ଟଙ୍କା ୧.୨୩ କୋଟି ଟିବି ରୋଗୀଙ୍କୁ ପ୍ରଦାନ କରାଯାଇଛି। ନଭେମ୍ବର ୨୦୨୪ ରୁ ମାସିକ ସହାୟତା ରାଶି ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ନି-କ୍ଷୟ ମିତ୍ର ଉଦ୍ୟମ ମାଧ୍ୟମରେ ସାମୁଦାୟିକ ସମର୍ଥନ ବୃଦ୍ଧି ପାଇଛି, ଅଢ଼େଇ ଲକ୍ଷରୁ ଅଧିକ ମିତ୍ର, ୧୩.୨୩ ଲକ୍ଷ ରୋଗୀଙ୍କୁ ସହାୟତା, ଏବଂ ୨୯.୧୪ ଲକ୍ଷ ଖାଦ୍ୟ ଝୁଡ଼ି ବଣ୍ଟନ କରାଯାଇଛି।
ଜାତୀୟ ରକ୍ତହୀନତା ଆନିମିଆ ଉତ୍ପାଟନ ମିଶନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୩ ଜୁଲାଇ ମାସରେ ଜାତୀୟ ସିକିଲ ସେଲ ଆନିମିଆ ଉତ୍ପାଟନ ମିଶନ ଆରମ୍ଭ ହୋଇଥିଲା। ଏହି ମିଶନ ୨୦୪୭ ସୁଦ୍ଧା ରକ୍ତହୀନତା ରୋଗକୁ ଉତ୍ପାଟନ କରିବା ଲକ୍ଷ୍ୟରେ ଏହି ଯୋଜନା ଜନଜାତି ଜନସଂଖ୍ୟା ମଧ୍ୟରେ ସଚେତନତା ସୃଷ୍ଟି, ସାର୍ବଜନୀନ ସ୍କ୍ରିନିଂ, ଏବଂ ସାମୁଦାୟିକ-କୈନ୍ଦ୍ରିକ ଏବଂ ଏକୀକୃତ ଦୃଷ୍ଟିକୋଣ ମାଧ୍ୟମରେ ରୋଗ ପରିଚାଳନା ଉପରେ ଗୁରୁତ୍ୱ ଦିଏ। ୩ ଜୁନ ୨୦୨୫ ସୁଦ୍ଧା, ମୋଟ ୫.୭୨କୋଟି ଲୋକଙ୍କୁ ରକ୍ତହୀନତା ପାଇଁ ସ୍କ୍ରିନ କରାଯାଇଛି, ଯାହା ତିନି ବର୍ଷର ଲକ୍ଷ୍ୟର ୭୫% ରୁ ଅଧିକ ହାସଲ କରିଛି। ବିଶେଷକରି, ଏପ୍ରିଲ ୨୦୨୪ ରୁ ମାତ୍ର ଏକ ବର୍ଷରେ ୨.୬୫ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଛି। ରାଜ୍ୟମାନେ ୨.୫୦କୋଟି ସିକ୍ଲ ସେଲ ଷ୍ଟିଟସ୍ କାର୍ଡ ଜାରି କରିଛନ୍ତି, ଯାହା ୧.୯୮ ଲକ୍ଷ ରୋଗୀ ଏବଂ ୧୪ ଲକ୍ଷ ସିକ୍ଲ ସେଲ ଟ୍ରେଟ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଛି। ସମସ୍ତ ନିଦାନ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି।
ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ
ମୋଟ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୪୯ ଜିଲ୍ଲାରେ ଥିବା ୧୬୭୪ କେନ୍ଦ୍ରରେ ୧୧,୭୫୭ ହେମୋ-ଡାୟାଲିସିସ ମେସିନ ସ୍ଥାପନ କରି କାର୍ଯ୍ୟକ୍ଷମ କରାଯାଇଛି। ୩ ଜୁନ ୨୦୨୫ ସୁଦ୍ଧା, ମୋଟ ୨୭.୮୬ ଲକ୍ଷ ରୋଗୀ (ସଂଚିତ) ଡାୟାଲିସିସ ସେବା ଗ୍ରହଣ କରିଛନ୍ତି ଏବଂ ୩୪୨.୨୫ ଲକ୍ଷ ହେମୋ-ଡାୟାଲିସିସ ସେସନ (ସଂଚିତ) ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୮ ହଜାର କୋଟି ଟଙ୍କାର ଆଉଟ-ଅଫ-ପକେଟ ଖର୍ଚ୍ଚ ସଞ୍ଚୟ କରାଯାଇପାରିଛି। ପିଏମ୍-ଜୟ ଅଧୀନରେ ମାଗଣା ଡାୟାଲିସିସ ଦ୍ୱାରା ଅତିରିକ୍ତ ୮ ହଜାର କୋଟି ଟଙ୍କାର ସଞ୍ଚୟ କରାଯାଇଛି।
ଜାତୀୟ ମାଗଣା ଔଷଧ ସେବା ଏବଂ ଜାତୀୟ ମାଗଣା ନିଦାନ ସେବା ଯୋଜନା
ଏହି ଉଦ୍ୟମ ଆବଶ୍ୟକୀୟ ଔଷଧ ଏବଂ ନିଦାନ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇ ରୋଗୀଙ୍କ ଖର୍ଚ୍ଚକୁ କମାଏ। ଖର୍ଚ୍ଚକୁ ହ୍ରାସ କରେ।
ବ୍ୟାପକ କର୍କଟ ଚିକିତ୍ସା
ଭାରତରେ କର୍କଟର ବୃଦ୍ଧିପ୍ରାପ୍ତ ବୋଝକୁ ସମାଧାନ କରିବା ପାଇଁ, ସରକାର ପ୍ରାରମ୍ଭିକ ନିଦାନ, ଭିତ୍ତିଭୂମି ବିକାଶ, ଏବଂ ସୁଲଭ ଚିକିତ୍ସା ଉପରେ କେନ୍ଦ୍ରୀଭୂତ ଏକ ଦୃଢ଼ ବହୁସ୍ତରୀୟ ରଣନୀତି ଗ୍ରହଣ କରିଛନ୍ତି, ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଲକ୍ଷ୍ୟ ସହିତ ସମାନୁପାତିକ।
ପ୍ରାରମ୍ଭିକ ନିଦାନ କର୍କଟ ନିୟନ୍ତ୍ରଣର ମୂଳଦୁଆ ରହିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରାଥମିକ ସ୍ତରରେ ହିଁ ଏହି ରୋଗୀଙ୍କୁ ଚିହ୍ନଟ କରାଯାଉଛି। ୧ ଜୁନ୍ ୨୦୨୫ସୁଦ୍ଧା ଦେଶରେ : ମୁଖ କର୍କଟ: କ୍ଷେତ୍ରରେ ୩୧.୭୦ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଥିବା ବେଳେ ସ୍ତନ କର୍କଟ ସନ୍ଦେହରେ ୧୬.୬୮ କୋଟିରୁ ଅଧିକ ସ୍କ୍ରିନିଂକରାଯାଇଛି। ସେହିପରି ଗର୍ଭାଶୟ କର୍କଟ ଜାଣିବା ଲାଗି ୯.୯୭ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଛି। ଏହି ସ୍କ୍ରିନିଂ ମାଗଣା ହେବା ସହ ଏହା ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ତୃତୀୟ ସ୍ତରରେ ଥିବା କର୍କଟ ରୋଗର ଚିକିତ୍ସା ପାଇଁ ସରକାର ଗତ ଦଶନ୍ଧିରେ ୧୯ ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୨୦ ଟି ଯତ୍ନ କେନ୍ଦ୍ରର ବିକାଶ ପାଇଁ ୩ ହଜାର କୋଟିରୁ ଅଧିକ ନିବେଶ କରିଛନ୍ତି। ସମସ୍ତ ୨୩ଟି ନୂତନ ଏମ୍ସରେ କର୍କଟ ଚିକିତ୍ସା ସୁବିଧା ମଧ୍ୟ ପ୍ରତିଷ୍ଠା କରାଯାଇଛି। ଝାଜ୍ଜରରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ ଏବଂ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ଭଳି ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଜାତୀୟ କର୍କଟ ଚିକିତ୍ସା ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ଥାପନ କରାଯାଇଛି। ୨୧୭ଟି ଅମୃତ ଫାର୍ମାସି ମାଧ୍ୟମରେ, ୨୮୯ଟି କର୍କଟ ଔଷଧ ୫୦% ପର୍ଯ୍ୟନ୍ତ ରିହାତିରେ ଉପଲବ୍ଧ କରାଯାଉଛି। ଏହା ସହିତ, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଜନସାଧାରଣଙ୍କୁ ସୁଲଭ କର୍କଟ ପ୍ରତିରୋଧୀ ଔଷଧ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା
ସୁଲଭ ଔଷଧ
ସମସ୍ତଙ୍କ ପାଇଁ ସୁଲଭ ଔଷଧର ପହଞ୍ଚିବା ସୁନିଶ୍ଚିତ କରିବା ଗତ ଦଶନ୍ଧି ଧରି ଭାରତର ସ୍ୱାସ୍ଥ୍ୟସେବା ସଂସ୍କାରର ଏକ କେନ୍ଦ୍ରୀୟ ସ୍ତମ୍ଭ ହୋଇଛି। ଉଚ୍ଚ ଚିକିତ୍ସା ଖର୍ଚ୍ଚ, ବିଶେଷକରି ଅତ୍ୟାବଶ୍ୟକ ଔଷଧ ପାଇଁ, ପ୍ରାୟତଃ ପରିବାରଗୁଡ଼ିକୁ ଆର୍ଥିକ ସଙ୍କଟକୁ ଠେଲିଥାଏ ବୋଲି ସ୍ୱୀକାର କରି, ଭାରତ ସରକାର ଲକ୍ଷ ଲକ୍ଷ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅଭିଜ୍ଞତାକୁ ପରିବର୍ତ୍ତନ କରିଛନ୍ତି। ଏହିକ୍ରମରେ ଗୁଣାତ୍ମକ ଔଷଧ ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟବଦ୍ଧ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି।
ଜନ ଔଷଧି କେନ୍ଦ୍ର
ଏହି କ୍ଷେତ୍ରରେ ଏକ ପ୍ରମୁଖ ହସ୍ତକ୍ଷେପ ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ଯୋଜନା, ଯାହାକୁ ନଭେମ୍ବର ୨୦୧୬ ରେ ଔଷଧ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜନ ଔଷଧି କେନ୍ଦ୍ରଗୁଡ଼ିକର ଏକ ଉତ୍ସର୍ଗୀକୃତ ନେଟୱାର୍କ ମାଧ୍ୟମରେ ଉଚ୍ଚମାନର ଜେନେରିକ୍ ଔଷଧ ଯଥେଷ୍ଟ କମ୍ ମୂଲ୍ୟରେ ଯୋଗାଇବା। ଫଳରେ ରୋଗୀ ସେହି ଗୁଣବତ୍ତା ଔଷଧକୁ ବଜାର ହାର ତୁଳନାରେ ୫୦% ରୁ ୯୦% କମ ଦରରେ ପାଇପାରୁଛନ୍ତି। ସୁଲଭ ଏବଂ ନିର୍ଭରଯୋଗ୍ୟ ଔଷଧ ପ୍ରଦାନ କରି, ଏହି ଯୋଜନା ଅଗଣିତ ପରିବାରକୁ ସମୟାନୁବର୍ତ୍ତୀ ଚିକିତ୍ସା ଏବଂ ସୁସ୍ଥ ଜୀବନଯାପନ ପାଇଁ ସଶକ୍ତ କରିଛି।
ଅମୃତ ଫାର୍ମାସୀ
ସରକାର ସୁଲଭ ଔଷଧ ଏବଂ ଚିକିତ୍ସା ପାଇଁ ନିର୍ଭରଯୋଗ୍ୟ ପ୍ରତିରୋପଣ (ଅମୃତ) ପ୍ରୟାସ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରିବା। ଅମୃତ ଔଷଧିଗୁଡ଼ିକ ବ୍ରାଣ୍ଡେଡ୍, ବ୍ରାଣ୍ଡେଡ୍-ଜେନେରିକ୍ ଏବଂ ଜେନେରିକ୍ ଔଷଧ, ଏବଂ ଶଲ୍ୟଚିକିତ୍ସା ସାମଗ୍ରୀ, ଉପଭୋଗ୍ୟ ସାମଗ୍ରୀ ଏବଂ ଚିକିତ୍ସା ପ୍ରତିରୋପଣ ପାଇଁ କେନ୍ଦ୍ରୀକୃତ ଯୋଗାଣ ବିନ୍ଦୁ ଭାବରେ କାର୍ଯ୍ୟ କରେ – ବିଶେଷକରି ଉଚ୍ଚମାନର ଚିକିତ୍ସା ପାଇଁ ଆବଶ୍ୟକ।
ସରକାରଙ୍କ ଟେଲିମେଡିସିନ୍ କାର୍ଯ୍ୟକ୍ରମ – ଇ-ସଞ୍ଜୀବନୀଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣୁଛି। ଆପଣଙ୍କ ସ୍ମାର୍ଟଫୋନ୍ରୁ ଡାକ୍ତର ଏବଂ ଚିକିତ୍ସା ବିଶେଷଜ୍ଞଙ୍କ ସହ ଶୀଘ୍ର ଏବଂ ସହଜ ସଂଯୋଗ ପ୍ରଦାନ କରୁଛି ଏହି ପ୍ଲାଟଫର୍ମ। ଆପଣ ନିକଟସ୍ଥ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ନ ଯାଇ ଇ-ସଞ୍ଜିବନୀ ମାଧ୍ୟମରେ ଦୂରରୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ମଧ୍ୟ ପାଇପାରିବେ।
ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ
ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ
ଭାରତ ବ୍ୟାପକ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଡିଜିଟାଲ୍ ଉଦ୍ଭାବନ ଏବଂ ଆଇନଗତ ସଂସ୍କାର ମାଧ୍ୟମରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକୁ ଆଗକୁ ବଢାଇବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ପ୍ରୟାସର ମୂଳରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ, ବିଶ୍ୱର ସବୁଠାରୁ ବଡ଼ ଏବଂ ସବୁଠାରୁ ମହତ୍ୱାକାଂକ୍ଷୀ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପ ମଧ୍ୟରୁ ଗୋଟିଏ।
ପ୍ରତିବର୍ଷ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨.୬ କୋଟି ନବଜାତ ଶିଶୁ ଏବଂ ୨.୯ କୋଟି ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଯାହା ପ୍ରତ୍ୟେକ ଶିଶୁକୁ ଜୀବନର ପ୍ରଥମ ବର୍ଷରେ ସମ୍ପୂର୍ଣ୍ଣ ଟିକାକରଣ କରାଯାଉଛି। ଏହି ଟିକାକରଣରେ ବିସିଜି, ତିନି ଡୋଜ୍ ଓରାଲ୍ ପୋଲିଓ ଟିକା, ତିନି ଡୋଜ୍ ପେଣ୍ଟାଭାଲେଣ୍ଟ ଟିକା ଏବଂ ମିଜିଲ୍ସ ରୁବେଲାର ପ୍ରଥମ ଟୋପା ମଧ୍ୟ ଅନ୍ତର୍ଭୁକ୍ତ। ଏହାଦ୍ୱାରେ ୯୧.୪ ପ୍ରତିଶତଙ୍କୁ ଟିକାଭୁକ୍ତ କରାଯାଇ ପାରିଛି।
ମିଶନ୍ ଇନ୍ଦ୍ରଧନୁଷ
ଏହି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ମିଶନ୍ ଇନ୍ଦ୍ରଧନୁଷ ଯାହା ୨୫ ଡିସେମ୍ବର ୨୦୧୪ ରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱତନ୍ତ୍ର କ୍ୟାଚ୍-ଅପ୍ ଟିକାକରଣ ଅଭିଯାନ ଭାବରେ ଆରମ୍ଭ କରାଯାଇଥିଲା। ମିଶନ୍ ଇନ୍ଦ୍ରଧନୁଷ ବିଶେଷ ଭାବରେ ନିୟମିତ ଟିକାକରଣ ସମୟସୂଚୀରୁ ବଞ୍ଚିତ ହୋଇଥିବା ଶିଶୁ ବା ଗର୍ଭବତୀଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରଖିଛି।
ଟିକାକରଣ ପ୍ରଦାନରେ ଦକ୍ଷତା ଏବଂ ଦାୟିତ୍ୱକୁ ଆହୁରି ବୃଦ୍ଧି କରିବା ପାଇଁ, ସରକାର ଟିକାକରଣ ଅଭିଯାନରେ ଏକ ଡିଜିଟାଲ୍ ପଦକ୍ଷେପ, U-WIN ପ୍ଲାଟଫର୍ମ ଆରମ୍ଭ କରିଛନ୍ତି।
୩୦ ମଇ ୨୦୨୫ ସୁଦ୍ଧା, ୧୦.୪୮ କୋଟି ହିତାଧିକାରୀ U-WIN ରେ ପଞ୍ଜୀକୃତ ହୋଇଛନ୍ତି, ୯୩.୯୧ ଲକ୍ଷ ପ୍ରସବ, ୧.୮୮ କୋଟି ଟିକାକରଣ ଅଧିବେଶନ ଏବଂ ମୋଟ ୪୧.୭୩ କୋଟି ଟିକାକରଣ ଡୋଜ୍ ରେକର୍ଡ କରାଯାଇଛି।
ଏହି ପ୍ଲାଟଫର୍ମ ସ୍ୱଚ୍ଛତା ସୁନିଶ୍ଚିତ କରିବା, ସେବା ପ୍ରଦାନରେ ଉନ୍ନତି ଆଣିବା ଏବଂ ଅନୁନ୍ନତ ଜନସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି।
ମାତୃ ସ୍ୱାସ୍ଥ୍ୟ ଯୋଜନା
ଏହି ଯୋଜନା ସଂସ୍ଥାଗତ ପ୍ରସବକୁ ଉତ୍ସାହିତ କରିବା ଏବଂ ସମ୍ମାନଜନକ, ମର୍ଯ୍ୟାଦାଜନକ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ ଦିଏ। ମାଗଣା ସଂସ୍ଥାଗତ ପ୍ରସବ ଏବଂ ନବଜାତ ଯତ୍ନକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିବା ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକାରମ୍ ଅଧୀନରେ, ୨୦୧୪ ପରଠାରୁ ୧୬.୬୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଇଛି।
ଗର୍ଭପାତ (ସଂଶୋଧନ) ଆଇନ, ୨୦୨୧ ଏକ ଐତିହାସିକ ସଂସ୍କାର ଭାବେ ଗ୍ରହଣ କରାଯାଏ, ଯାହା ମହିଳାଙ୍କୁ ସୂଚନାପ୍ରଦ ପ୍ରଜନନ ବିକଳ୍ପ କରିବାର ଅଧିକାର ସହିତ ସଶକ୍ତ କରିଥାଏ। ଏହା ନିରାପଦ ଏବଂ ଆଇନଗତ ଗର୍ଭପାତ ସେବାର ପ୍ରବେଶକୁ ବିସ୍ତାର କରେ, ସମସ୍ତ ପୃଷ୍ଠଭୂମିର ମହିଳାମାନେ ଏକ ନିୟନ୍ତ୍ରିତ, ଅଧିକାର-ଆଧାରିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯତ୍ନ ନେଇପାରିବେ ତାହା ନିଶ୍ଚିତ କରେ।
ଫଳାଫଳ
ଭାରତ ସରକାରଙ୍କ ଏହି ପ୍ରୟାସଗୁଡ଼ିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶକ୍ତିଶାଳୀ ଫଳାଫଳ ଆଣିଛି। ୨୦୦୦-୨୦୨୩ ପାଇଁ ଜାତିସଂଘର ମାତୃ ମୃତ୍ୟୁ ଆକଳନ ଆନ୍ତଃ-ଏଜେନ୍ସି ଗ୍ରୁପ୍ ରିପୋର୍ଟ ଅନୁଯାୟୀ, ଭାରତର ମାତୃ ମୃତ୍ୟୁ ଅନୁପାତ (ଏମଏମଆର) ୨୦୨୦ରେ ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ ୧୦୩ ରୁ ୨୦୨୩ରେ ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ ୮୦ କୁ ହ୍ରାସ ପାଇଛି, ଯାହା ମାତ୍ର ତିନି ବର୍ଷ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ୨୩ ପଏଣ୍ଟ ହ୍ରାସ। ସେହିପରି, ଶିଶୁ ମୃତ୍ୟୁ ଆକଳନ ପାଇଁ ଜାତିସଂଘର ଆନ୍ତଃ-ଏଜେନ୍ସି ଗ୍ରୁପ୍ ମାର୍ଚ୍ଚ ୨୦୨୫ ରେ ରିପୋର୍ଟ କରିଥିଲା ଯେ ୨୦୧୫ ରୁ ୨୦୨୩ ମଧ୍ୟରେ ଭାରତରେ ପାଞ୍ଚ ବର୍ଷରୁ କମ୍ ବୟସର ମୃତ୍ୟୁହାର ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ୪୮ ରୁ ୨୮ କୁ ହ୍ରାସ ପାଇଛି – ଏହା ୪୨% ହ୍ରାସ, ଯାହା ବିଶ୍ୱ ହାରାହାରି ୧୪% ଠାରୁ ବହୁତ ଅଧିକ। ସେହି ସମୟ ମଧ୍ୟରେ ନବଜାତ ମୃତ୍ୟୁହାର ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ୨୮ ରୁ ୧୭ କୁ ହ୍ରାସ ପାଇଛି, ଯାହା ବିଶ୍ୱ ହାରାହାରି ୧୧% ତୁଳନାରେ ୩୯% ହ୍ରାସ।
ଚିକିତ୍ସା ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ
ଗତ ୧୧ ବର୍ଷ ମଧ୍ୟରେ, ମୋଦି ସରକାର ଭାରତର ଚିକିତ୍ସା ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ ଦୃଶ୍ୟପଟରେ ପରିବର୍ତ୍ତନମୂଳକ ପରିବର୍ତ୍ତନ ଆଣିଛି, ଗଭୀର-ଗୁଣିତ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିଛି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଶିକ୍ଷାକୁ ଅଧିକ ସୁଲଭ କରିଛି। ପୂର୍ବରୁ, ଆକାଂକ୍ଷୀ ଡାକ୍ତରୀ ଛାତ୍ରମାନେ – ବିଶେଷକରି ଗ୍ରାମୀଣ ଏବଂ ସାଧାରଣ ପୃଷ୍ଠଭୂମିର ଲୋକମାନେ – ସରକାରୀ ମେଡିକାଲ କଲେଜର ଅଭାବ, ଅସାଧ୍ୟ ଘରୋଇ ପ୍ରତିଷ୍ଠାନ ଫି ଏବଂ ଅସ୍ୱଚ୍ଛ, ଦୁର୍ନୀତିଗ୍ରସ୍ତ ପ୍ରବେଶ ପ୍ରକ୍ରିୟା ସମେତ ଭୟଙ୍କର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ। ଏହାକୁ ସଂଶୋଧନ କରିବା ପାଇଁ, ସରକାର ବ୍ୟବସ୍ଥାଗତ ସଂସ୍କାର ଆରମ୍ଭ କରିଥିଲେ। ଏହି ପ୍ରୟାସର ଏକ ମୂଳଦୁଆ ଥିଲା ଉତ୍ତର-ପୂର୍ବ (ଆସାମ)ରେ ପ୍ରଥମ ଥର ପାଇଁ ଏମ୍ସ ସମେତ ବହୁ ରାଜ୍ୟରେ ଏମ୍ସ ପ୍ରତିଷ୍ଠା ଏବଂ ବିସ୍ତାର। ମେ ୨୦୨୫ ସୁଦ୍ଧା, ଭାରତରେ ୨୩ ଏମ୍ସ ଏବଂ ୨୦୪୫ ମେଡିକାଲ କଲେଜ ଅଛି, ଯେଉଁଥିରେ ୭୮୦ ଆଲୋପାଥି, ୩୨୩ ଡେଣ୍ଟାଲ୍ ଏବଂ ୯୪୨ ଆୟୁଷ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ଏମ୍ବିବିଏସ୍ ସିଟ୍ ସଂଖ୍ୟାରେ ୧୩୦% ବୃଦ୍ଧି ପାଇଛି (୫୧,୩୪୮ ରୁ ୧,୧୮,୧୯୦), ଯେତେବେଳେ ପିଜି ସିଟ୍ ସଂଖ୍ୟା ୧୩୮% ବୃଦ୍ଧି ପାଇଛି (୩୧,୧୮୫ ରୁ ୭୪,୩୦୬) – ଯାହା ପ୍ରଶିକ୍ଷିତ ଡାକ୍ତରଙ୍କ ଏକ ବୃହତ, ନିରନ୍ତର ଯୋଗାଣ ସୁନିଶ୍ଚିତ କରିଛି।
ସ୍ୱାସ୍ଥ୍ୟ କର୍ମୀଙ୍କୁ ଆହୁରି ମଜବୁତ କରିବା ପାଇଁ, ସରକାର ନୂତନ ମେଡିକାଲ୍ କଲେଜ ସହିତ ୧୫୭ଟି ସହ-ସ୍ଥିତ ନର୍ସିଂ କଲେଜକୁ ଅନୁମୋଦନ କରିଛନ୍ତି। ଏପ୍ରିଲ୍ ୨୦୨୫ ସୁଦ୍ଧା, ଏପରି ୧୦୬ଟି ନର୍ସିଂ ପ୍ରତିଷ୍ଠାନ ପାଇଁ ପାଣ୍ଠି ଜାରି କରାଯାଇଛି। ଏକାଥରେ, B.Sc. ନର୍ସିଂ ସିଟ୍ ୫୩% ବୃଦ୍ଧି ପାଇ ୧,୨୭,୨୯୦ ଏବଂ M.Sc. ନର୍ସିଂ ସିଟ୍ ୩୯% ବୃଦ୍ଧି ପାଇ ୧୪,୯୮୬ ହୋଇଛି, ଯାହା ନର୍ସିଂ ଶିକ୍ଷାର ପହଞ୍ଚ ଏବଂ ଗଭୀରତାକୁ ବୃଦ୍ଧି କରିଛି। ୨୦୧୯ରେ, ନର୍ସ ପଞ୍ଜିକରଣ ଏବଂ ଟ୍ରାକିଂ ସିଷ୍ଟମ୍ ଆରମ୍ଭ କରାଯାଇଥିଲା, ଯାହା ୧୨.୩୯ ଲକ୍ଷରୁ ଅଧିକ ନର୍ସଙ୍କୁ ଏକ ଡିଜିଟାଲି ଯାଞ୍ଚ କରାଯାଇଥିବା, ଆଧାର-ସଂଯୁକ୍ତ ଜାତୀୟ ଡାଟାବେସ୍ – ନିୟମ ଏବଂ କର୍ମଶକ୍ତି ପରିଚାଳନାକୁ ସୁଗମ କରିଥାଏ।
ଚିକିତ୍ସା ଶିକ୍ଷାକୁ ସ୍ୱଚ୍ଛ କରିବା ଏବଂ ଯୋଗ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜାତୀୟ ଚିକିତ୍ସା କମିଶନ ଆଇନ, ୨୦୧୯ ମାଧ୍ୟମରେ ଭାରତୀୟ ଚିକିତ୍ସା ପରିଷଦକୁ ଜାତୀୟ ଚିକିତ୍ସା କମିଶନ ଦ୍ୱାରା ବଦଳାଯାଇଥିଲା। ସ୍ୱାସ୍ଥ୍ୟ ଶିକ୍ଷାକୁ ଆଧୁନିକୀକରଣ କରିବା ପାଇଁ ଅନେକ ଐତିହାସିକ ଆଇନ ପ୍ରଣୟନ କରାଯାଇଥିଲା। ସେଥିରେ ଜାତୀୟ ଆଲାଇଡ୍ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି କମିଶନ ଆଇନ, ୨୦୨୧, ଜାତୀୟ ଦନ୍ତ ଚିକିତ୍ସା କମିଶନ ଆଇନ, ୨୦୨୩, ଜାତୀୟ ନର୍ସିଂ ଏବଂ ମିଡ୍ୱାଇଫେରୀ କମିଶନ ଆଇନ, ୨୦୨୩ ଅନ୍ୟତମ ।
କୋଭିଡ୍ ସମୟରେ ଭାରତର ପ୍ରତିକ୍ରିୟା
କୋଭିଡ୍ ମହାମାରୀ ପ୍ରତି ଭାରତର ପ୍ରତିକ୍ରିୟା ବିଶ୍ୱର ସବୁଠାରୁ ସକ୍ରିୟ, ବ୍ୟାପକ ଏବଂ ଲୋକ-ପ୍ରଥମେ ରଣନୀତି ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି। ଦୂରଦୃଷ୍ଟି ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ନିର୍ଦ୍ଦେଶିତ, ଦେଶ ଜୀବନ ସୁରକ୍ଷା, ଭାଇରସକୁ ନିୟନ୍ତ୍ରଣ କରିବା ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟସେବା ସ୍ଥିରତା ଗଠନ ପାଇଁ ଏକ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି।
ବିଶ୍ୱରେ ସତର୍କ ଘଣ୍ଟି ବାଜିବା ପୂର୍ବରୁ, ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରତିରୋଧକ ପଦକ୍ଷେପ ନେଇଥିଲା। ଦେଶରେ ପ୍ରଥମ ମାମଲା ଚିହ୍ନଟ ହେବା ପୂର୍ବରୁ ବିମାନବନ୍ଦର ସ୍କ୍ରିନିଂ ଆରମ୍ଭ ହୋଇଥିଲା, ଯାହା ସରକାରଙ୍କ ସତର୍କତାକୁ ସ୍ପଷ୍ଟ କରିଥିଲା। ଦାୟିତ୍ୱପୂର୍ଣ୍ଣ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୦୨୦ ର ପ୍ରଥମ ସପ୍ତାହରୁ ହୋଲି ଉତ୍ସବରେ ଯୋଗଦେବାରୁ ବିରତ ରହି ଦେଶକୁ ବଡ଼ ସମାବେଶ ଏଡାଇବାକୁ ଅନୁରୋଧ କରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ବିଶ୍ୱସ୍ତରୀୟ ପରାମର୍ଶ ଜାରି କରିବା ପୂର୍ବରୁ ଅନେକ ରାଜ୍ୟରେ ମାସ୍କ ନିର୍ଦ୍ଦେଶ ଲାଗୁ କରାଯାଇଥିଲା। ଭାରତ ମଧ୍ୟ ପ୍ରଥମ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିଲା।
ଯେତେବେଳେ ବିଶ୍ୱ ଏପର୍ଯ୍ୟନ୍ତ ବଢ଼ୁଥିବା ମୃତ୍ୟୁ ସଂଖ୍ୟା ସହିତ ସଂଘର୍ଷ କରୁଥିଲା, ଭାରତ ଏପ୍ରିଲ ୨୦୨୦ ରେ ଏକ ଉତ୍ସର୍ଗୀକୃତ କୋଭିଡ୍ ୧୯ ଟିକାକରଣ ଟାସ୍କ ଫୋର୍ସ ଗଠନ କରିଥିଲା, ଯାହା ବିଶ୍ୱର ସବୁଠାରୁ ବ୍ୟାପକ ଟିକାକରଣ ଅଭିଯାନ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।
ଭାରତର ଟିକାକରଣ ଅଭିଯାନ ସ୍ୱଦେଶୀ ଭାବରେ ବିକଶିତ ଟିକା ଦ୍ୱାରା ପରିଚାଳିତ ହେବା ସହ ସ୍ୱଦେଶୀ କୋଓ୍ୱିନ ଭଳି ଏକ ଦୃଢ଼ ଡିଜିଟାଲ୍ ଭିତ୍ତିଭୂମି ଦ୍ୱାରା ପରିଚାଳନା କରାଯାଇଥିଲା। ଭାରତ ସଫଳତାର ସହିତ ୨.୨ ବିଲିୟନରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ଡୋଜ୍ ପ୍ରଦାନ କରିଛି, ଯାହା ସ୍କେଲ୍ ଏବଂ ଗତି ଦୃଷ୍ଟିରୁ ବିଶ୍ୱ ସ୍ତରରେ ଏକ ଅତୁଳନୀୟ ସଫଳତା।
ଶେଷକଥା
ଗତ ୧୧ ବର୍ଷ ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି। “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ଦୃଷ୍ଟିକୋଣ ଦ୍ୱାରା ପଥପ୍ରଦର୍ଶିତ ଏହି ସେବା ଗୁଣବତ୍ତାକୁ ଉନ୍ନତ କରିବା ଏବଂ ସୁଲଭତା ସୁନିଶ୍ଚିତ କରିବାରେ ସରକାର ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି। ଭିତ୍ତିଭୂମି, ଡିଜିଟାଲ୍ ସ୍ୱାସ୍ଥ୍ୟ, ଟିକାକରଣ, ମାତୃ ଏବଂ ଶିଶୁ ଯତ୍ନ ଏବଂ ଚିକିତ୍ସା ଶିକ୍ଷାରେ ନିବେଶ ଭବିଷ୍ୟତର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରିଛି। ଏହି ପ୍ରଗତି କେବଳ ସଂଖ୍ୟା ଆଧାରିତ ନୁହେଁ – ଏହା ଜୀବନରେ ଉନ୍ନତି, ମର୍ଯ୍ୟାଦା ଏବଂ ନୂତନ ଆଶାକୁ ଧାରଣ କରିଛି। ଭାରତ ଅମୃତ କାଳରେ ପାଦ ଦେବା ସହିତ, ଅନ୍ତର୍ଭୁକ୍ତ, ସ୍ଥିର ଏବଂ ଲୋକ-କୈନ୍ଦ୍ରିକ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ସ୍ଥିର କରିଛି। ଏଥିରେ ବାର୍ତ୍ତା ସ୍ପଷ୍ଟ: ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ, ଏବଂ ଏକ ସୁସ୍ଥ ଭାରତ ଗଠନ ହେଉଛି ଏକ ଶକ୍ତିଶାଳୀ ଭାରତର ରୂପାନ୍ତରଣ।