Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ପରିଚାଳନା କାର୍ଯ୍ୟ ସମୀକ୍ଷା କଲା ଡିଜିସିଏ
ଆଜିର ଖବର

ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ପରିଚାଳନା କାର୍ଯ୍ୟ ସମୀକ୍ଷା କଲା ଡିଜିସିଏ

June 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏକ ଉଚ୍ଚସ୍ତରୀୟ ବୈଠକରେ ମେସର୍ସ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଚଳାଚଳ ସମୀକ୍ଷା କରିଛି। ବୈଠକରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ଦୁଇଟି ସଂସ୍ଥା ଘରୋଇ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ୧,୦୦୦ରୁ ଅଧିକ ବିମାନ ଚଳାଚଳ କରୁଛନ୍ତି।

ବୈଠକରେ ବିମାନ ଚଳାଚଳ ସଂସ୍ଥା ଦ୍ୱୟର ବିମାନ ପରିଚାଳନାଗତ ଦୃଢ଼ତା ସମୀକ୍ଷା କରାଯାଇଥିଲା। ଯାତ୍ରୀଙ୍କ ସୁରକ୍ଷା ଏବଂ ସେବା ନିୟାମକର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଏୟାର ଇଣ୍ଡିଆରେ ରକ୍ଷଣାବେକ୍ଷଣ ସମସ୍ୟାକୁ ନେଇ ନିକଟରେ ଆସିଥିବା ଅଭିଯୋଗ ଉପରେ ଡିଜିସିଏ ଚିନ୍ତାବ୍ୟକ୍ତ କରିଥିଲା। ଇଞ୍ଜିନିୟରିଂ, ପରିଚାଳନା, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ୟୁନିଟ୍ ମଧ୍ୟରେ ଆଭ୍ୟନ୍ତରୀଣ ସମନ୍ୱୟକୁ ସୁଦୃଢ଼ ​​କରିବା ଏବଂ ଏହି ସମସ୍ୟା ଯୋଗୁଁ ଯାତ୍ରୀଙ୍କ ବିଳମ୍ବକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ସରଞ୍ଜାମ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଏୟାରଲାଇନ୍ସକୁ ପରାମର୍ଶ ଦିଆଯାଇଥିଲା।

ନିକଟରେ ବିଭିନ୍ନ ଦେଶରେ ବିମାନ ଉଡ଼ାଣ କ୍ଷେତ୍ର ଉପରେ ଲାଗୁ ହୋଇଥିବା କଟକଣା, ବିଶେଷ କରି ଇରାନ୍‌ରେ ଏୟାର୍‌ସ୍ପେସ୍‌ ବନ୍ଦକୁ ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହି କଟକଣା ଯୋଗୁ ଅନେକ ବିମାନର ପରିବର୍ତ୍ତନ, ବିଳମ୍ବ ଏବଂ ବାତିଲ କରାଯାଇଛି। ଯାତ୍ରୀ ଓ କର୍ମଚାରୀଙ୍କ ସହିତ ସମୟୋଚିତ ଯୋଗାଯୋଗ ସୁନିଶ୍ଚିତ କରିବା ଏବଂ ବାଧାକୁ କମ କରିବା ପାଇଁ ବିକଳ୍ପ ମାର୍ଗ ରଣନୀତି ଗ୍ରହଣ କରିବାକୁ ବିମାନ ପରିଚାଳନା ସଂସ୍ଥା ବା ଅପରେଟରମାନଙ୍କୁ କୁହାଯାଇଛି।

ବିଳମ୍ବ ଏବଂ ବାତିଲକରଣ ସମ୍ପର୍କରେ ଯାତ୍ରୀମାନଙ୍କୁ ପୂର୍ବରୁ ସୂଚନା ଦେବା ପାଇଁ ପ୍ରଯୁଜ୍ୟ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା ଧାରା ୩ ସିରିଜ୍ ଏମ ଭାଗ ୪ ଏବଂ ୫ ଅଧୀନରେ ଅପରେଟରମାନଙ୍କୁ ସେମାନଙ୍କର ଦାୟିତ୍ୱ ମନେ ପକାଇ ଦିଆଯାଇଥିଲା। ସମସ୍ତ ଉପଲବ୍ଧ ଚ୍ୟାନେଲ ମାଧ୍ୟମରେ ପ୍ରଭାବଶାଳୀ ଯାତ୍ରୀ ସୁବିଧା ଏବଂ ସମୟୋଚିତ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏୟାର ଇଣ୍ଡିଆରେ ଥିବା ବୋଇଂ ୭୮୭ ବିମାନଗୁଡ଼ିକରେ କରାଯାଇଥିବା ସାମ୍ପ୍ରତିକ ନିରୀକ୍ଷଣରେ କୌଣସି ପ୍ରମୁଖ ସୁରକ୍ଷା ସମସ୍ୟା ମିଳିନାହିଁ। ବିମାନ ଏବଂ ସମ୍ପୃକ୍ତ ରକ୍ଷଣାବେକ୍ଷଣ ପ୍ରଣାଳୀଗୁଡ଼ିକ ବର୍ତ୍ତମାନ ସୁରକ୍ଷା ମାନଦଣ୍ଡର ଅନୁପାଳନ କରୁଥିବା ଜଣାପଡିଛି।

୩୩ଟି ବିମାନକୁ ନେଇ ଗଠିତ ଏୟାର ଇଣ୍ଡିଆର ବି ୭୮୭-୮/୯ ବିମାନଗୁଡ଼ିକ ଉପରେ ‘‘ପରିବର୍ଦ୍ଧିତ ସୁରକ୍ଷା ନିରୀକ୍ଷଣ’’ ଆଦେଶ ପାରା ୧ ଲାଗୁ ହୋଇଛି। ଏଥିମଧ୍ୟରୁ ୪ଟି ବିମାନର ବର୍ତ୍ତମାନ ବିଭିନ୍ନ  ଏମଆରଏଓ ଫେସିଲିଟିରେ ପ୍ରମୁଖ ଯାଞ୍ଚ କରାଯାଉଛି। ୧୭ ଜୁନ୍‌ ୨୦୨୫ ଅପରାହ୍ଣ ୩ଟା ସୁଦ୍ଧା ୨୪ଟି ବିମାନର ଯାଞ୍ଚ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରାଯାଇଛି। ଆଜି ଦୁଇଟି ଅତିରିକ୍ତ ବିମାନର ଯାଞ୍ଚ ସମ୍ପୂର୍ଣ୍ଣ ହେବାର ଯୋଜନା ରହିଛି। ଆସନ୍ତାକାଲି ଆଉ ଗୋଟିଏ ବିମାନ ଯାଞ୍ଚ ଶେଷ କରାଯିବ। ଅବଶିଷ୍ଟ ୬ଟି ବିମାନ ମଧ୍ୟରୁ ୨ଟି ବିମାନ ବର୍ତ୍ତମାନ ଦିଲ୍ଲୀର ଏଓଜି ଠାରେ ରଖାଯାଇଛି। ସେବା କ୍ଷମତାର ଘୋଷଣା ପରେ ଏବଂ ସେଗୁଡ଼ିକ ବିମାନ ସେବା ଆରମ୍ଭ କରିବା ପୂର୍ବରୁ ଏସବୁର ଯାଞ୍ଚ କରାଯିବ।

ପରିଚାଳନାଗତ ଏବଂ ସୁରକ୍ଷା ସହ ଜଡ଼ିତ ବିଭାଗଗୁଡ଼ିକ ସମୟାନୁସାରେ ସୂଚନା ପାଇବା ନିଶ୍ଚିତ କରିବା ପାଇଁ ଡିଜିସିଏ ଏକ ଅଧିକ ବ୍ୟବସ୍ଥିତ ଏବଂ ବାସ୍ତବ-ସମୟ ତ୍ରୁଟି ରିପୋର୍ଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପାରିସ କରିଥିଲା। ଏହା ସାମଗ୍ରିକ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ ଏବଂ ଡାଉନଷ୍ଟ୍ରିମ୍ ବାଧାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।

ଡିଜିସିଏ ଏୟାର ଇଣ୍ଡିଆର ୱାଇଡ-ବଡି ଅପରେସନ୍ ପାଇଁ ସାମ୍ପ୍ରତିକ କାର୍ଯ୍ୟକ୍ଷମ ତଥ୍ୟ ସମୀକ୍ଷା କରିଥିଲା, ବିଶେଷ ଭାବରେ ବୋଇଂ ୭୮୭ ବିମାନଗୁନିକ ଉପରେ ଧ୍ୟାନ ଦେଇଥିଲା।

ଯାତ୍ରୀ ସୁରକ୍ଷା, ପରିଚାଳନାଗତ ଭରସାଯୋଗ୍ୟତା ଏବଂ ନିୟାମକ ଅନୁପାଳନ ପ୍ରତି ଡିଜିସିଏ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ଏବଂ ଏହା ସମସ୍ତ ସୂଚୀବଦ୍ଧ ଅପରେଟରଙ୍କ କାର୍ଯ୍ୟଦକ୍ଷତାକୁ ନିକଟରୁ ତଦାରଖ କରିବ।

ଏୟାର ଇଣ୍ଡିଆ ଡିଜିସିଏ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.