Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ପାଇଁ ହିମାଚଳ ପ୍ରଦେଶକୁ ୨୦୦୬ କୋଟି ମଞ୍ଜୁର
ଆଜିର ଖବର

ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ପାଇଁ ହିମାଚଳ ପ୍ରଦେଶକୁ ୨୦୦୬ କୋଟି ମଞ୍ଜୁର

June 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
AmitShah
ଦିଲ୍ଲୀ ବିସ୍ଫୋରଣରେ ସାମିଲ ପ୍ରତ୍ୟେକ ଅପରାଧୀଙ୍କୁ ଧରାଯିବ: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୦୨୩ର ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଯୋଜନା ପାଇଁ ହିମାଚଳ ପ୍ରଦେଶକୁ ୨୦୦୬.୪୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଂଜୁର କରିଛନ୍ତି। ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ୍) ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠିରୁ ରାଜ୍ୟକୁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବ ଉପରେ ବିଚାର କରିଥିଲେ।

ଉଚ୍ଚସ୍ତରୀୟ କମିଟି ହିମାଚଳ ପ୍ରଦେଶ ପାଇଁ ୨୦୦୬.୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ଅନୁମୋଦନ କରିଛି, ଯାହା ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ କାରଣରୁ ୨୦୨୩ ମୌସୁମୀ ଋତୁରେ ହୋଇଥିବା କ୍ଷୟକ୍ଷତି ଏବଂ ବିନାଶ କାରଣରୁ ସୃଷ୍ଟି ହୋଇଥିବା ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବାରେ ରାଜ୍ୟକୁ ସାହାଯ୍ୟ କରିବ। ଏଥିରୁ ୧୫୦୪.୮୦ କୋଟି ଟଙ୍କା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ହେବ। ଏହାପୂର୍ବରୁ, ଡିସେମ୍ବର ୧୨ ,୨୦୨୩ ରେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହିମାଚଳ ପ୍ରଦେଶ ପାଇଁ ଏନଡିଆରଏଫରୁ ୬୩୩.୭୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଅନୁମୋଦନ କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବିପାକ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତର ପରିକଳ୍ପନାକୁ ପୂରଣ କରିବା ଉଦ୍ଦେଶ୍ୟରେ, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ବିପର୍ଯ୍ୟୟଗୁଡ଼ିକର ପ୍ରଭାବୀ ପରିଚାଳନା ସୁନିଶ୍ଚିତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି। ବିପର୍ଯ୍ୟୟ ସମୟରେ ଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ରୋକିବା ପାଇଁ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ସୁଦୃଢ଼ କରି ଅନେକ ପଦକ୍ଷେପ ନିଆଯାଇଛି।

କେନ୍ଦ୍ର ସରକାର ଯୋଶୀମଠ ଘଟଣା ପରେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ୧୬୫୮.୧୭ କୋଟି ଟଙ୍କାର ପୁନଃରୁଦ୍ଧାର ଯୋଜନା ୨୦୨୩ର ଜିଏଲଓଏଫ୍‍ ଘଟଣା ପରେ ସିକିମ ପାଇଁ ୫୫୫.୨୭ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରି ଦେଇଥିଲେ।

ଆହୁରି ମଧ୍ୟ କେନ୍ଦ୍ର ସରକାର ଏକାଧିକ ବିପର୍ଯ୍ୟୟ ପ୍ରଶମନ ପକଳ୍ପ ଲାଗି ୭୨୫୩.୫୧ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁର କରିଛନ୍ତି, ଏଥରେ ସହରାଞ୍ଚଳ ବନ୍ୟା ବିପଦକୁ ହ୍ରାସ କରିବା ପାଇଁ ୩୦୭୫.୬୫ କୋଟି ଟଙ୍କା, ଭୂସ୍ଖଳନ (୧୦୦୦ କୋଟି ଟଙ୍କା), ଜିଏଲ୍ଓଏଫ୍. (୧୫୦ କୋଟି ଟଙ୍କା), ଜଙ୍ଗଲ ନିଆଁ (୮୧୮.୯୨ କୋଟି ଟଙ୍କା), ବଜ୍ରପାତ (୧୮୬.୭୮ କୋଟି ଟଙ୍କା) ଏବଂ ମରୁଡ଼ି (୨୦୨୨.୧୬ କୋଟି ଟଙ୍କା) ରହିଛି ।

ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ୍) ରେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛି। ଆର୍ଥିକ ବର୍ଷ ୨୦୨୪-୨୫ ରେ, କେନ୍ଦ୍ର ସରକାର ଏସଡିଆରଏଫ୍ ଅଧୀନରେ ୨୮ଟି ରାଜ୍ୟକୁ ୨୦,୨୬୪.୪୦ କୋଟି ଟଙ୍କା ଏବଂ ୧୯ଟି ରାଜ୍ୟକୁ ଏନଡିଆରଏଫ୍ ଅଧୀନରେ ୫୧୬୦.୭୬  କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍) ରୁ ୧୯ଟି ରାଜ୍ୟକୁ ୪୯୮୪.୨୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ହିମାଚଳ ପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.