Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ତ୍ରିପାକ୍ଷିକ ଏମଓୟୁ
ଆଜିର ଖବର

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ତ୍ରିପାକ୍ଷିକ ଏମଓୟୁ

June 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗଜନଙ୍କ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଡିପାର୍ଟମେଣ୍ଟ ଅଫ୍ ଏମ୍ପପାଓ୍ୱାରମେଣ୍ଟ୍ ଅଫ୍ ପର୍ସନ ଓ୍ୱିଥ୍ ଡିଜାବିଲିଟି (ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ), ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନଆଇଓଏସ) ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି), ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସମାନ ଶିକ୍ଷା ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ବିଚାର । ଆଜିର ବୁଝାମଣାପତ୍ର ଜାତୀୟ ଶିକ୍ଷା ନୀତିର ଏହି ଭାବନାକୁ ଆଗକୁ ବଢ଼ାଇବା ଦିଗରେ ଏକ ଭଲ ପ୍ରୟାସ । ଏହି ବୁଝାମଣାପତ୍ର ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା, ଶିକ୍ଷାରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ଏକ ସମାବେଶୀ ଭାରତ ଗଠନ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗଜନ ଶବ୍ଦ ବ୍ୟବହାର କରି ସମାଜରେ ଏହି ବର୍ଗ ପ୍ରତି ସମ୍ମାନ ଏବଂ ସମ୍ବେଦନଶୀଳତା ବିଷୟରେ ଯେଉଁ କଥା କହିଥିଲେ, ତାହା ଆମ ପାଇଁ ପ୍ରେରଣାର ଉତ୍ସ। ଆଜି ସମାଜରେ ଭିନ୍ନକ୍ଷମ ବିଷୟରେ ଅଧିକ ସମ୍ବେଦନଶୀଳତା ଏବଂ ବୁଝାମଣା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଦିବ୍ୟାଙ୍ଗ ପିଲାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସେମାନଙ୍କ ଶିକ୍ଷା ପାଇଁ ପ୍ରଭାବଶାଳୀ ବିକଳ୍ପ ପ୍ରସ୍ତୁତ କରିବା ଆମର ଦାୟିତ୍ୱ । ଏହି ଦାୟିତ୍ୱକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ଶିକ୍ଷା  ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଦାୟିତ୍ୱ ।

ଏନସିଇଆରଟି ଏବଂ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନକୁ ଟେକ୍ନୋଲୋଜି ଏବଂ ସମାଜର ସହଭାଗୀତା ସହ ଦିବ୍ୟାଙ୍ଗଜନ ସହ ଜଡ଼ିତ ନୀତିଗୁଡ଼ିକର ଡି-କୋଡ଼ିଫାଏ ଏବଂ ବିସ୍ତାର କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ୍। ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମତା ଏବଂ ସମ୍ବେଦନଶୀଳତା ଭଳି ପ୍ରସଙ୍ଗରେ ସମାଜରେ ଦାୟିତ୍ୱବୋଧ ବୃଦ୍ଧି କରିବା ଦରକାର। ଏଥିପାଇଁ ଆଗାମୀ ଦିନରେ, ଶିକ୍ଷା ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ମିଳିତ ଭାବରେ ଜାତୀୟ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ ୨୦୧୬ ଏବଂ ଜାତୀୟ ଶିକ୍ଷା ନୀତିର ଆଲୋକରେ କ୍ରିୟାନ୍ୱୟନ ଉପରେ ଏକ ଜାତୀୟ ସ୍ତର ବିତର୍କ କରିବା ଉଚିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ ଶିକ୍ଷାକୁ ଆଗକୁ ବଢାଇବାରେ ଏହି ବୁଝାମଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ, ୨୦୧୬ଏବଂ ଜାତୀୟ ଶିକ୍ଷା ନୀତି ସମନ୍ୱୟରେ ଦିବ୍ୟାଙ୍ଗଜନଙ୍କ ପାଇଁ ସୁଲଭ, ଉଚ୍ଚ-ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସହଯୋଗୀ ଢାଞ୍ଚା ସ୍ଥାପନ କରିବ।

ତ୍ରିପାକ୍ଷିକ ଏମଓୟୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.