Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ସମ୍ବର୍ଦ୍ଧିତ ହେଲେ ୧୭୫ ଏ-୧ ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟ ଧାରୀ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ସମ୍ବର୍ଦ୍ଧିତ ହେଲେ ୧୭୫ ଏ-୧ ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟ ଧାରୀ

June 19, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ମିଳିତ ଆନୁକୁଲ୍ୟରେ ହାବେଳୀ ପଡିଆଠାରେ ବିକାଶ ମେଳା -୨୦୨୫, ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ, ଭିଜନ ଓଡ଼ିଶା @୨୦୩୬, ବିକଶିତ ଭାରତ @୨୦୪୭ ଏବଂ ସମ୍ବର୍ଦ୍ଧନା ଉତ୍ସଵ ଏ୧ ଗ୍ରେଡ ପ୍ରାପ୍ତ ଛାତ୍ର ଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୫ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିବା ସହ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ଗସ୍ତ କରି ଅପରେସନ ସିନ୍ଦୂର ବାର୍ତ୍ତା ପହଞ୍ଚାଇବା ସମୟରେ ଭାରତର ଶୈଖିକ ଓ ନମ୍ରତା ଭାବ ବିଶ୍ଵ ବିଦିତ ବୋଲି ଉଦବୋଧନ ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଖୋର୍ଦ୍ଧା ଜିଲ୍ଲାରେ ୨୨୬୫୭ ପିଲା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୭୫ଜଣ ଏ୧ ଗ୍ରେଡ ଅର୍ଥାତ୍ ୦.୫୬ ./. ପିଲା ପାଇଥିବା ଅତି ଖୁସିର କଥା।

ଏହି ପିଲାମାନେ ରୋଲ ମଡେଲ ସାଜି ଅନ୍ୟ ପିଲାମାନଙ୍କୁ ପ୍ରେରଣା ଦେବାସହ କଠିନ ପରିଶ୍ରମ, ଅଧ୍ୟବସାୟ ସେମାନଙ୍କୁ ଏ୧ ଗ୍ରେଡ ଉର୍ଦ୍ଧରୁ ଉର୍ଦ୍ଧକୁ ନେଇ ସେମାନଙ୍କୁ ଦେଶ ବିଦେଶରେ ପରିଚିତ କରିବାସହ, ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ, ରାଜ୍ୟ ଓ ରାଷ୍ଟ୍ରର ନାମ କୁ ଟେକ ରଖି ଡ . ସାର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଶିକ୍ଷାର ଅର୍ଥ ନିଜର ସମ୍ପୁର୍ଣ୍ଣ ପରିପୂର୍ଣ୍ଣ ବ୍ୟକ୍ତିତ୍ଵ ବିକାଶ କରାଇ ବିକଶିତ ଓଡ଼ିଶା @୨୦୩୬ ଓ ବିକଶିତ ଭାରତ @2୦୪୭ ର ସ୍ବପ୍ନ ସାକାର କରିବାକୁ ପ୍ରକାଶ କରିଥିଲେ।

ସେହିପରି ପିତାମାତା ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଦାନ ର ଗୁରୁ ହୋଇଥାନ୍ତି। ପ୍ରତ୍ୟେକ ଶିକ୍ଷକ ୪୫/୫୦ ମିନିଟ ଏକ ପିରିଅଡରେ ଯାହା ପଢ଼ାନ୍ତି ତାହା ରାଷ୍ଟ୍ର ନିର୍ମାଣରେ ଶ୍ରେଷ୍ଠ କର୍ତ୍ତବ୍ୟ ଅଟେ ବୋଲି ସ୍ପଷ୍ଟୋକ୍ତି ବ୍ୟକ୍ତ କରିଥିଲେ। ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷା। ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ମଧ୍ୟରେ ଥିବା ନିଜର ପ୍ରତିଭା ଅନୁଯାୟୀ ବଡ଼ ସ୍ବପ୍ନ ଦେଖିବାସହ ପିତାମାତା ମାନେ ପିଲାମାନଙ୍କ ସ୍ବପ୍ନକୁ ସାର୍ଥକ କରିବାକୁ ସୁଯୋଗ ଦେବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସନ୍ନିକଟ ଠାରେ ନୂତନ ଲାଇବ୍ରେରୀ ଗୃହ ଓ କୋଚିଙ୍ଗ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ଦଳାଇ, ଖୋର୍ଦ୍ଧା ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସନ୍ନ କ୍ଷୀରାଦ୍ଵି ତନୟା ସାହୁ, ପ୍ରମୁଖ ଯୋଗ ଦେଇଥିଲେ।

ହାବେଳୀ ପଡ଼ିଆରେ ସଭାପତି ଭାଷଣରେ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ନିଜ ଅଭିଭାଷଣରେ କହିଲେ ଯେ, ଆଜି ଯେଉଁ ୧୭୫ ଏ-୧ ଗ୍ରେଡ ପିଲା ସମ୍ବର୍ଦ୍ଧିତ ହେଉଛନ୍ତି ସେମାନେ ଭାବିବା ଦରକାର କି ନିଜର ଅଧ୍ୟବସାୟ ଯୋଗୁଁ ତାହା ସମ୍ଭବ ହୋଇ ପାରିଛି କିନ୍ତୁ ସେମାନେ ଭାବିବା ଦରକାର କି ଶିକ୍ଷାର ବିଶ୍ଵ ରୁପାନ୍ତରିକରଣ ଦ୍ଵାରା ସେମାନଙ୍କୁ ସଦା ସର୍ବଦା ଆଗକୁ ଯାଇ ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରିବାକୁ ହେଲେ ପରିଶ୍ରମ, ଶୃଙ୍ଖଳା ଓ ନମ୍ରତା ଦ୍ଵାରା ଉତ୍ତମ ନାଗରିକ ହୋଇ ବିକଶିତ ଓଡ଼ିଶା @2036 କୁ ସାକାର କରନ୍ତୁ।

ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂ ଯୋଗଦେଇ କହିଲେ ଯେ ପିଲା ମାନେ ପିତାଙ୍କ ଠାରୁ ସଂଘର୍ଷ ଓ ମାତାଙ୍କ ଠାରୁ ସଂସ୍କାର ଶିଖି ଥାଆନ୍ତି। ସମସ୍ତ ପିଲାମାନେ କଠିନରୁ କଠିନ ପରିଶ୍ରମ କରି ନିଜ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଶିକ୍ଷାର ଲକ୍ଷ୍ୟ ଚରିତ୍ର ନିର୍ମାଣ, ଶିକ୍ଷାର ଲକ୍ଷ୍ୟ ଖୁସି,ଏଣୁ କୃତିମ ବୁଦ୍ଧିମତା ଓ ନିଜର ଅଧ୍ୟବସାୟ ପାରଦର୍ଶିତା ବଜାୟ ରଖିଲେ ପ୍ରତ୍ୟେକ ପିଲା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ବକ୍ତର୍ବ୍ୟ ରଖିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ବିକାଶ ମେଳା ର ସମସ୍ତ ସଫଳତା କାମନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଏବଂ ସଭାପତି ଜିଲ୍ଲାପାଳ ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ଚାରା କୁଣ୍ଡ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ ଓ ପିଲା ମାନଙ୍କ ଉଜ୍ଜ୍ୱଳ ମୟ ଭବିଷ୍ୟତ କାମନା କରିଥିଲେ।

ସେହିପରି ସଭା ଆରମ୍ଭରେ ଓଡ଼ିଶା ଜାତୀୟ ଆଞ୍ଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବା ସହ ଭୁବନେଶ୍ୱର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ଟପର ସୌରଜିତ ପ୍ରଧାନ,ବାଲି ପାଟଣା ବ୍ଲକ୍ ଟପର ବିଷ୍ଣୁ ପ୍ରସାଦ ଜେନା, ବାଲିଅନ୍ତା ବ୍ଲକ ଟପର ବିଶ୍ୱଜିତ୍ ସିଂହ, ବେଗୁନିଆ ବ୍ଲକ୍ ଟପର ରୂପାଲି ରାଉତରାୟ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୌମ୍ୟାଷ୍ରି ଦାଶ, ଖୋର୍ଦ୍ଧା ବ୍ଲକ ଟପର ଜ୍ୟୋତିର୍ମୟୀ ଛୁଆଳ ସିଂହ,ଦେବୀ ପ୍ରସାଦ ସାହୁ, ବାଣପୁର ବ୍ଲକ ଟପର ଚନ୍ଦନ ସ୍ବାଇଁ, ଟାଙ୍ଗୀ ବ୍ଲକ ଟପର ସାଇ ପ୍ରଜ୍ଞା ସାହୁ, ବୋଲଗଡ଼ ବ୍ଲକ୍ ଟପର ଅଂଶୁମାନ ବେହେରା, ଜଟଣୀ ବ୍ଲକ୍ ଟପର ଅଙ୍କିତା ମହାକୁଡ଼ ଓ ଚିଲିକା ବ୍ଲକ ଟପର ଅନନ୍ୟା ନରେନ୍ଦ୍ର ସିଂହ ବର୍ମା ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଓ ଅତିଥିମାନେ ପିଲାମାନଙ୍କ ମତାମତ ସମ୍ବର୍ଦ୍ଧିତ ପୁସ୍ତିକା “ଆମ ତାରକା, ସଫଳତାର କଥା”ଉନ୍ମୋଚନ କରିଥିଲେ।

ସେହିପରି କାର୍ଯ୍ୟକ୍ରମ ସହ ପ୍ରାୟୋଜକ ସଂସ୍ଥା ଓ ଅନୁଷ୍ଠାନ ସୂର୍ଯ୍ୟ ପ୍ରଭା ଫାଉଣ୍ଡେସନ ଓ ସାଇ ଇଣ୍ଟର ନାସନାଲ ସ୍କୁଲ ର ମୁଖ୍ୟ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟ ବାଦ ପ୍ରଦାନ କରିଥିଲେ।

ସଭା କାର୍ଯ୍ୟ ପରିଚାଳନାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସଂଘ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଜିଲ୍ଲା କନିଷ୍ଠ ରେଡକ୍ରସ ଅଧିକାରୀ,ତୋଫାନ କୁମାର ରାଉତରାୟ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦିଲ୍ଲୀପ କୁମାର ମୋଦୀ, ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଜୟ କୁମାର ବରାଡ, ଅନୁସୂଚିତ ଜାତି ଓ ଜନଜାତି ଜିଲ୍ଲା ସଂଯୋଜିକା ସୁନିତା ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଓସ୍ତା ସମ୍ପାଦକ, ସୁଧାକର ମହାପାତ୍ର, ପ୍ରଧାନ ଶିକ୍ଷକ,ବି. ଜେ. ବି. ହାଇସ୍କୁଲ, ବିଷ୍ଣୁ ପ୍ରସାଦ ସେନାପତି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା, ଭରତ ଚନ୍ଦ୍ର ପ୍ରଧାନ, ସନ୍ଧ୍ୟା ବତୀ ଲେଙ୍କା, ବ୍ଲକ୍ ସାଧନ କେନ୍ଦ୍ର ସଂଜୋଜିକା, ସରୋଜ କୁମାର ସିଂ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ରସ୍ମିବାଳା ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ରାଜ୍ୟ ଶିକ୍ଷକ ମହାସଂଘ ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ଅଗାଧୁ ସେଠୀ ପ୍ରମୁଖ ଯୋଗଦେଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନ ଶିକ୍ଷା ସଂଯୋଜକ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ସମୂହ ଯୋଗଦାନ କରିଥିଲେ। ମଞ୍ଚ ଉପସ୍ଥାପିକା ରେ ରେବତୀ ପଣ୍ଡା ଏବଂ ପ୍ରିତିନନ୍ଦା ମହାରଥା କାର୍ଯ୍ୟ ନିର୍ବାହ କରିଥିଲେ। ଦିବସରେ ଅପରାହ୍ନରେ ଆକର୍ଷଣୀୟ ଶିକ୍ଷା, ସୂଚନା ଓ ମନୋରଞ୍ଜନ ଧର୍ମି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ଡ. ଧୀରେନ୍ଦ୍ର ନାଥ ମଲ୍ଲିକ, ଶତାଦ୍ଦୀର କଳାକାର ଅନୁଷ୍ଠାନ ଦ୍ଵାରା ଐତିହାସିକ ଚେତନା ଧର୍ମୀ ନାଟକ “ମହା ସଂଗ୍ରାମର ମହା ନାୟକ,ବକ୍ସି ଜଗବନ୍ଧୁ”ପରିବେଷଣ ସହ ସୌରି ବନ୍ଧୁ ଜେନା ଓ ସାଥିଙ୍କ ଦ୍ଵାରା ପାରମ୍ପାରିକ ଘୋଡାନାଚ ପରିବେଷଣ କରାଯାଇଥିଲା।

‘ବିକଶିତ ଭାରତ @୨୦୪୭ ବିକାଶ ମେଳା ୨୦୨୫ ହାବେଳୀ ପଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.