୧୪ କିଲୋ ଗଞ୍ଜେଇ ଜବତ: ଦୁଇ ବେପାରୀ କୋର୍ଟ ଚାଲାଣ

Published: Jun 19, 2025, 2:13 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଯାଞ୍ଚ ବେଳେ ଛତ୍ରପୁର ଅବକାରୀ ବିଭାଗ ୧୪ କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଦୁଇ ବେପାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଛତ୍ରପୁର ଅବକାରୀ ନିରୀକ୍ଷକ ବାଳକ ବିଷୋୟୀ, ଏସ୍ ଆଇ ତେଜସ୍ବୀନି ପ୍ରଧାନ ଓ ଅଙ୍କିତା ମହାଙ୍କୁଡ ଅନ୍ୟ କର୍ମଚାରୀମାନଙ୍କ ସହ ସଦଳବଳେ କଟଗଡ ଓ କଞ୍ଚଣା ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଜୁପିଟର୍ ମୋଟରସାଇକେଲରେ ଯାଉଥିବା ବେଳେ ସେମାନଙ୍କୁ ସନ୍ଦେହ କରି ଅଟକ ରଖିଥିଲେ। ଏବଂ ଉଭୟଙ୍କୁ ଜେରା କରିଥିଲେ। କିନ୍ତୁ ଜେରା କରିବା ବେଳେ ଉଭୟଙ୍କ ନିକଟରୁ ୧୪ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏହା ପରେ ଉଭୟଙ୍କୁ ଗିରଫ କରାଯାଇ ଏନ୍ ଡି ପି ଏସ୍ ଆଇନ୍ ଅନୁଯାୟୀ ଅଦାଲତ ଚାଲାଣ କରାଯାଇଛି।

Related posts