Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୂହିକ ଯୋଗ ପ୍ରଦର୍ଶନରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ
ଆଜିର ଖବର

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାମୂହିକ ଯୋଗ ପ୍ରଦର୍ଶନରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

June 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁନ ୨୧,୨୦୨୫) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଡେରାଡୁନର ଉତ୍ତରାଖଣ୍ଡ ରାଜ୍ୟ ପୁଲିସ ଲାଇନ ମଇଦାନରେ ଏକ ସାମୂହିକ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ।

ଯୋଗ ଅଧିବେଶନ ପରେ ନିଜର ମନ୍ତବ୍ୟରେ ରାଷ୍ଟ୍ରପତି ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଯୋଗ ଅଭ୍ୟାସ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ୨୦୧୫ ମସିହାରୁ ଯୋଗ ସମଗ୍ର ମାନବଜାତିର ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି। ଏହା ଭାରତର ‘‘ସଫ୍ଟ ପାୱାର” ର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।

ରାଷ୍ଟ୍ରପତି କହିଲେ ଯେ ଯୋଗ ହେଉଛି ଏକ ସୁସ୍ଥ ଜୀବନ ବଞ୍ଚିବାର କଳା, ଯାହାକୁ ଗ୍ରହଣ କରିବା ଦ୍ୱାରା ମଣିଷର ଶରୀର, ମନ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକଶିତ ହୋଇଥାଏ। ଯେତେବେଳେ ଜଣେ ବ୍ୟକ୍ତି ସୁସ୍ଥ ରୁହେ, ପରିବାର ସୁସ୍ଥ ରହିଥାଏ। ଯେତେବେଳେ ପରିବାର ଏବଂ ସମାଜ ସୁସ୍ଥ ରହିବ, ସେତେବେଳେ ଦେଶ ସୁସ୍ଥ ରହିବ।

ରାଷ୍ଟ୍ରପତି କହିଲେ ଯେ ‘‘ଯୋଗ” ର ଅର୍ଥ ହେଉଛି ‘‘ଯୋଡ଼ି ହେବା”। ଯୋଗ ଅଭ୍ୟାସ ବ୍ୟକ୍ତିର ଶରୀର, ମନ ଏବଂ ଆତ୍ମାକୁ ଯୋଡ଼ିଥାଏ ଏବଂ ବ୍ୟକ୍ତିକୁ ସୁସ୍ଥ ରଖିଥାଏ। ଯୋଗ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ, ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ସହିତ ଏବଂ ଗୋଟିଏ ଦେଶକୁ ଅନ୍ୟ ଦେଶ ସହିତ ଯୋଡ଼ି ପାରିବ।

ରାଷ୍ଟ୍ରପତି କହିଛନ୍ତି ଏହା ଏକ ସାଧାରଣ ବିଶ୍ୱାସ ଯେ ଚିକିତ୍ସା ଅପେକ୍ଷା ପ୍ରତିରୋଧ ନୀତି ଅଧିକ ଫଳପ୍ରଦ। ରୋଗ ପ୍ରତିରୋଧରେ ଯୋଗ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ସେ ସମସ୍ତଙ୍କୁ ଯୋଗକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଏବଂ ଯୋଗ ଅଭ୍ୟାସ କରିବା ସହିତ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବାକୁ ଅନୁରୋଧ କରିଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ସଚିବାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026
Latest News

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.