ଚିଲିକା ନିର୍ବାଚନ ମଣ୍ଡଳିର ବହୁ ବିଜେଡି ନେତା ଓ କର୍ମି ବିଜେପିରେ ହେଲେ ସାମିଲ

Published: Jun 23, 2025, 6:40 pm IST
chilika

ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓଡ଼ଗାଁ ଗ୍ରାମର ବିଜେଡ଼ି ସଭାପତି ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ସଭାପତି ଶ୍ରୀ ଲକ୍ଷ୍ମଣ ପ୍ରଧାନଙ୍କ ସମେତ ବହୁ କର୍ମୀ ଓ ‌କୁଲେଇ ଗ୍ରାମ ପଞ୍ଚାୟତର ଶ୍ରୀ ହୃଷିକେଶ ବିଶ୍ବାଳ, ଶ୍ରୀ ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି।

ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଭୁବନେଶ୍ବର ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ରୀ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ବାଗତ କରିଥିଲେ।ଏହି ମିଶ୍ରଣ ପର୍ବ ଚିଲିକା ନିର୍ବାଚନ ମଣ୍ଡଳୀ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ ଏବଂ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Related posts