ନବୀନଙ୍କ ଅପରେସନକୁ ନେଇ ନୂଆ ତଥ୍ୟ ଦେଲେ ବଡ ଭାଇ ପ୍ରେମ ପଟ୍ଟନାୟକ, ଭିତରେ ଥିବା ଭିଡିଓ ଦେଖି ଜାଣନ୍ତୁ

Published: Jun 23, 2025, 8:00 pm IST

ନୂଆଦିଲ୍ଲୀ: ଗତକାଲି ମୁମ୍ବାଇସ୍ଥିତ କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ଛୋଟିଆ ଅପରେସନ ହୋଇଛି। ଏହି ସମୟରେ ତାଙ୍କ ପାଖରେ ଥିଲେ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ। ତେବେ ଆଜି ବଡ ଭାଇ ପ୍ରେମ ପଟ୍ଟନାୟକ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଦେଇଛନ୍ତି ନୂଆ ତଥ୍ୟ। ତାହା ହେଲା ଆଜି ନବୀନ ପଟ୍ଟନାୟକ ଚଲାବୁଲା କରିଛନ୍ତି। ଏ ନେଇ ସେ ଏକ ଭିଡିଓ ମଧ୍ୟ ଜାରୀ କରିଛନ୍ତି।

ଏଥିରେ ପ୍ରେମ ପଟ୍ଟନାୟକ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ନବୀନ ବାବୁ ସୁସ୍ଥ ହେଉଛନ୍ତି । ନବୀନ ବାବୁଙ୍କ ଅସ୍ତ୍ରୋପଚାର ପରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ଏବଂ ଚିନ୍ତା ପାଇଁ କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଭଲ ଅଛନ୍ତି ଏବଂ ଆଜି କିଛି ପାଦ ଚାଲିଛନ୍ତି। ଏହା ସୁସ୍ଥ ହେବାର ଏକ ଆଶ୍ୱାସନାଦାୟକ ସଙ୍କେତ ବୋଲି ସେ କହିଛନ୍ତି। 

Related posts