
ଭୁବନେଶ୍ବର: ଏକ ତତଲା କଡେଇରେ ପଡି ଗୁରୁତର ହୋଇପଡିଛନ୍ତି ହାସ୍ୟ ଅଭିନେତା ହାଡୁ ଓରଫ ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ। ଗତକାଲି ରାତିରେ ତାଙ୍କ ଘରେ ଭୋଜି ପାଇଁ ରୋଷେଇ ହେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଅସାବଧାନତା ଯୋଗୁଁ ସେ ତତଲା ତେଲ କଡେଇରେ ପଡିଯାଇଥିଲେ।
ଫଳରେ ତାଙ୍କର ମୁହଁ, ହାତ ସମେତ ଶରୀର ବିଭିନ୍ନ ଅଂଶ ପୋଡି ଯାଇଛି। ତାଙ୍କୁ ତୁରନ୍ତ ସମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜଣାପଡିବା ପରେ ଓଡିଆ ଚଳଚିତ୍ର ଜଗତରେ ଆଶୁ ଆରୋଗ୍ୟ କାମନା କରାଯାଇଛି। ହାଡୁ ଓଡିଆ ଚଳଚିତ୍ର ସହିତ ବିଭିନ୍ନ ଟେଲିଭିଜନ କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି।