Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ଅଛି ୭୭୯୭ ପ୍ରକାରର ଜମି କିସମ, ଆସୁଛି ନୂଆ ଆଇନ, ସବୁ ହେବ ପରିବର୍ତ୍ତନ
ଆଜିର ଖବର

ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ଅଛି ୭୭୯୭ ପ୍ରକାରର ଜମି କିସମ, ଆସୁଛି ନୂଆ ଆଇନ, ସବୁ ହେବ ପରିବର୍ତ୍ତନ

June 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
land
ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ଅଛି ୭୭୯୭ ପ୍ରକାରର ଜମି କିସମ, ୫୭୦ଟି ପ୍ରକାରର ସତ୍ବ, ସବୁ ହେବ ପରିବର୍ତ୍ତନ

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଓଡିଶାରେ ଯେତେ ପ୍ରକାରର ଜମି କିସମ ରହିଛି ତାହା ଅନ୍ୟ କେଉଁଠି ନାହିଁ। ଅର୍ଥାତ ଜମି କିସମ ହେଉଛି, ଘରବାରି, ଚାଷ, ଗୋଚର, ପତିତ ଏହିପରି ଅନେକ। ତେବେ ରାଜସ୍ବ ବିଭାଗର ଗଣନା ଅନୁସାରେ ସାରା ରାଜ୍ୟରେ ରହିଛି ୭୭୯୭ ପ୍ରକାରର କିସମ। ସେତେକି ନୁହେଁ ସେହିପରି ଜମି ସତ୍ବର ସଂଖ୍ୟା ମଧ୍ୟ ବହୁତ ଅଧିକଷ ରାଜସ୍ବ ବିଭାଗ ହିସାବ ଅନୁସାରେ ରାଜ୍ୟରେ ବର୍ତ୍ତମାନ ୫୭୦ ପ୍ରକାରର ସତ୍ବ ରହିଛି।

ତେବେ ଏତେ ପରିମାଣର କିସମ ବା ସତ୍ବକୁ ପର୍ଯ୍ୟାଲୋଚନା କଲେ ପ୍ରାୟ ଅନେକ ସମାନ ପ୍ରକାରର। କାରଣ ପଶ୍ଚିମ ଓଡିଶାର ଜମିର କିସମର ନାମ ଯାହା ରହିଛି ସେହି ସମାନ ପ୍ରକାରର ଜମିର କିସମ ନାମ ଦକ୍ଷିଣ ଓଡିଶାରେ ଭିନ୍ନ। ସେହିପରି ଉପକୂଳ ଓଡିଶାର ସେହି ଜମିର କିସମ ନାମ ଆଉ ଏକ ପ୍ରକାରର। ସେହିପରି ସତ୍ବରେ ମଧ୍ୟ ସେହି ସମାନ ଅବସ୍ଥା। ସମାନ ପ୍ରକାରର ଜମି ରହିଥିଲେ ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ତାହାର ନାମକରଣ ଭିନ୍ନ ଭିନ୍ନ ରହିଛି।

ଏତେ କିସମ ବା ସତ୍ବର ନାମ ରହିଲେ ଅସୁବିଧା କଣ ହେଉଛି

ତେବେ ଏତେ ପ୍ରକାରର ସତ୍ବ ବା କିସମ ନାମ ରହିଲେ ସରକାରଙ୍କୁ ବିଭିନ୍ନ ଯୋଜନା ବା ସହାୟତା ପ୍ରଦାନରେ ଅସୁବିଧା ସୃଷ୍ଟି ହୋଇଛି। କାରଣ କେଉଁ କିସମରେ ଜମି ପାଇଁ କଣ ସହାୟତା ଦିଆଯିବ ତାହା ଧାର୍ଯ୍ୟ କରିବା ସମ୍ଭବକର ହୋଇପାରୁ ନାହିଁ।

ଯେଉଁ ସମାନ କିସମର ଜମି ପାଇଁ ପଶ୍ଚିମ ଓଡିଶାରେ ସହାୟତା ଦିଆଯାଉଛି ସେହି ପରି ଜମିକୁ ଦକ୍ଷିଣ ଓଡିଶାରେ ଦିଆଯାଇ ପାରୁ ନାହିଁ। ସବୁଠି ଜମିର ପ୍ରକାର ଭେଦ ସମାନ ଥିଲେ ମଧ୍ୟ କିସମ ନାମ କରଣ ଭିନ୍ନ ପାଇଁ ତାହା ଅଡୁଆ ସୃଷ୍ଟି କରୁଛି।

ଏବେ ସରକାର ନୂଆ ବ୍ୟବସ୍ଥା କଣ କରିବେ

ବର୍ତ୍ତମାନ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୂଆ ଆଇନି ଆଣିବାକୁ ଯାଉଛି। ତାହା ହେଲା ସମାନ ପ୍ରକାର ଭେଦ ଜମିର କିସମ ସାରା ରାଜ୍ୟରେ ଗୋଟିଏ ନାମ କରଣ ଦିଆଯିବ। ଏ ନେଇ ରାଜସ୍ବ ବିଭାଗ ଏକ କମିଟ ଗଠନ ମଧ୍ୟ କରିଛନ୍ତି। ରାଜସ୍ବ ପର୍ଷଦ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ଏଥିରେ ସାତ ଜଣ ସଦସ୍ୟ ରହିଛନ୍ତି। ଏମାନେ ଏତେ ସଂଖ୍ୟକ କିସମ ଓ ସତ୍ବକୁ ସମୀକ୍ଷା କରି ହ୍ରାସ କରିବେ।

ନୂଆ ନିଷ୍ପତି ଅନୁସାରେ ବର୍ତ୍ତମାନ ୭୭୯୭ କିସମ ଏବଂ ୫୭୦ ପ୍ରକାରର ସତ୍ବକୁ ହ୍ରାସ କରିବେ। ସେହି ଅନୁସାରେ କମିଟ ମାତ୍ର ୨୨ ଟି କିସମ ଏବଂ ୪ ଟି ସତ୍ବ ରଖିବେ। ମୁଖ୍ୟତଃ ଆଞ୍ଚଳିକ ଭିତିରେ ସମାନ ପ୍ରକାରର ଜମିର କିସମ ଭିନ୍ନ ଭିନ୍ନକୁ ସମୀକ୍ଷା କରି ତାହା ଗୋଟିଏ କରିବେ। ବର୍ତ୍ତମାନ 22 ପ୍ରକାରର କିସମ କଲେ ତାହା ସବୁ ପ୍ରକାରର ସୁବିଧା ହେବ ବୋଲି ସରକାର ଚିନ୍ତା କରିଛନ୍ତି। ଏପରିକି ବେଞ୍ଚ ମାର୍କ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରିବାରେ ସୁବିଧା ହେବ।

ତେବେ ନୂଆ ନିଷ୍ପତି ଅନୁସାରେ ବର୍ତ୍ତମାନ ଯେଉଁ ୨୨ଟି କିସମ ରହିବ ସେଗୁଡିକ ମଧ୍ୟରେ ରହିଛି ତାହା ହେଲା ଜଳସେଚିତ, ଅଣ ଜଳସେଚିତ, ଦୋଫସଲି, ବଗାୟତ, ଗୋଚର, ଜଳାଶୟ, ଘରବାରୀ, ଆନୁଷ୍ଠାନିକ, ଜଙ୍ଗଲ, ରାସ୍ତା, ଶଶ୍ମାନ, ପତିତ, ନୟନଜୋରି, ରେଳଲାଇନ, ନଦୀ, ନାଳ, ସମୁଦ୍ର, ପାହଡ, କବରସ୍ଥାନ, ଖଣି ଖାଦନ, ବ୍ୟବସାୟିକ ପ୍ରଭୃତି ନାମ ରହିବ। ସେହିପରି ସତ୍ବରେ ବା ମାଲିକାନା ହିସାବରେ ଯେଉଁ ୪ ଟି ନାମ ରଖାଯିବ ତାହା ହେଲା ରୟତ ବା ସ୍ଥିତିବାନ, ପଟ୍ଟାଦାର, ଧର୍ମାନୁଷ୍ଠାନ ଏବଂ ସରକାରୀ।

ସେହିପରି ଏହି କିସମକୁ କୋଡିଂ କରି ରଖାଯିବ। ଫଳରେ ଗୋଟିଏ କୋଡ ମାରିଲେ ଓଡିଶାରେ ସେହି ଜମି କେଉଁଠାରେ କେତେ ଅଛ ତାହା ଜଣାପଡିଯିବ। ଏହି ନୂଆ ଆଇନ ଖୁବ ଶିଘ୍ର ଅଣାଯିବ ବୋଲି ଜଣାପଡିଛି।

land
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ: ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

September 1, 2026
Latest News

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ଚିନି ଦର ନିୟନ୍ତ୍ରଣ ଓ କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ମହଜୁଦ ସୀମା ହ୍ରାସ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.