
ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ହେମାମୁରା ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ସେହି ଗ୍ରାମର ଜଣେ ଯୁବକ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।
ଖବରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ହେମାମୁରା ଗ୍ରାମର ସିପନ ବେହେରା (୧୯) ଗାଁ ଦେଇ ଯାଇଥିବା ରେଳଲାଇନ ପାର ହେଉଥିବା ବେଳେ ବନ୍ଦେ ଭାରତ ଟ୍ରେନରେ ଧକ୍କା ହୋଇଯାଇଥିଲେ। ଯା’ ଫଳରେ ସେ ଗୁରୁତର ହୋଇ ଯାଇଥିଲେ। ରେଲୱେ ପୋଲିସ ଓ ଲୋକ ପାଇଲଟ ତାଙ୍କୁ ଉଦ୍ଧାର କରି ବାମୁର ରେଲୱେ ଷ୍ଟେସନ ନେଇ ଯାଇଥିଲେ। ସେଠାରୁ ଆମ୍ବୁଲାନ୍ସ ସାହାଯ୍ୟରେ କିଶୋର ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା
କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।
Tags: ବନ୍ଦେ ଭାରତ ଟ୍ରେନ, ଯୁବକ ଗୁରୁତର