ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ

Published: Jun 25, 2025, 10:04 pm IST
Congress

ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ରାଜ୍ୟରେ ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଓଡ଼ିଆ ଅସ୍ମିତାର ଦୂରାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ।

ଯୁବ କଂଗ୍ରେସକର୍ମୀ ମାନେ ରାଜମହଲ ଛକରୁ ଏକ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନ ଯୋଗେ ଉଠାଇନେଇଥିଲା।

ଶ୍ରୀ ପାତ୍ର ଆଜି ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଲାଉ ନାହାନ୍ତି । ଦିଲ୍ଲୀରୁ ରିମୋଟ କ୍ରଣ୍ଟୋଲରେ ଏ ସରକାର ଚାଲିଛି। ଏଥିରୁ ସ୍ପଷ୍ଟ ଯେ ବିଜେପିର ଓଡ଼ିଆ ଅସ୍ମିତାର ଆହ୍ବାନ ଏକ ପ୍ରହସନରେ ପରିଣତ ହୋଇଛି। ଗୃହ ବିଭାଗକୁ ଚଳାଇବାପାଇଁ ଅକ୍ଷମ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଯୁବ କଂଗ୍ରେସ ଦାବି କରିଛି । ଯଦି ସେ ଇସ୍ତଫା ନଦିଅନ୍ତି ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ଵାଳ, ସୁଦିପ ସାମଲ, ଅଳୟ ସାହୁ, ମହମ୍ମଦ ପରଭେଜ, ମହମ୍ମଦ ଗୁଲଫାମ, ବଟକୃଷ୍ଣ ରାଉତରାୟ, ଗୋପନ ମାର୍ଥା, ଜାଭେଦ ଅକତର, କେଦାର ଦଳାଇ, ଆଲୋକ ଦାସ, ଅଜୟ ପଣ୍ଡା, ଦେବୀ ପ୍ରସାଦ ଜେନା, ବିଶ୍ବଭୂଷଣ ମହାପାତ୍ର, ବଳରାମ ନନ୍ଦ, ରଞ୍ଜିତ ସେନାପତି, ସୁରଜ ରାଉତ, ସନ୍ଦୀପ ରାଉତରାୟ, ଶିବ ରଞ୍ଜନ ସାହୁ, ପ୍ରଶାନ୍ତ ରାଉତ, ଜଗଦିଶ ରାଉତ, ସେକ ନିୟାଜୁଲ, ପବିତ୍ର ସେଠୀ, ଚର୍ଚ୍ଚିତ ମହାଲା ପ୍ରମୁଖ ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related posts