Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶିତ ଖବରର ପ୍ରତିବାଦ: ଓମଫେଡ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଦୁଗ୍ଧ ଚାଷୀ ଖୁସି
ଆଜିର ଖବର

ପ୍ରକାଶିତ ଖବରର ପ୍ରତିବାଦ: ଓମଫେଡ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଦୁଗ୍ଧ ଚାଷୀ ଖୁସି

June 26, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଦେବାକୁ ଦାବି ଶୀର୍ଷକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଆମ ନଜରକୁ ଆସିଛି। ଯେଉଁ ଖବର ପ୍ରକାଶ ପାଇଛି, ତାହା ଭିତ୍ତି ହୀନ, କପୋଳକଳ୍ପିତ ଏବଂ କେତେକ ନ୍ୱେଷସ୍ୱାର୍ଥ ବ୍ୟକ୍ତି ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ବିଭ୍ରାନ୍ତି କରିବା ସହ ସରକାର ଏବଂ ଓମଫେଡକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ଚଳାଇଛନ୍ତି।

ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ କି ଯେଉଁମାନେ ଏହି ବୈଠକରେ ଯୋଗଦେଇଥିଲେ, ସେମାନେ କେହି ଓମଫେଡ୍ ଦୁଗ୍ଧ ଚାଷୀ ନୁହଁନ୍ତି କିମ୍ବା ଓମଫେଡକୁ ଦୁଗ୍ଧ ଦେଉ ନାହାଁନ୍ତ। ଓଡିଶା ଦୁଗ୍ଧଚାଷୀ ମହାସଂଘ ଓମଫେଡର ସ୍ୱୀକୃତି ପ୍ରାପ୍ତ ସମବାୟ ସମିତି କିମ୍ବା ସଂଗଠନ ମଧ୍ୟ ନୁହେଁ।

ବିଶ୍ୱ ଦୁଗ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଲିଟର ପିଛା ୩ ଟଙ୍କା ଲେଖାଏଁ ଦେବା ପାଇଁ ଯେଉଁ ଘୋଷଣା କରିଥିଲେ, ତାହା ଅବିଳମ୍ବେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ଅର୍ଥାତ୍ ଜୁନ୍ ୧ ତାରିଖରୁ ଏହି ବର୍ଦ୍ଧିତ ମୂଲ୍ୟ ଚାଷୀମାନଙ୍କୁ ଡିବିଡି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଛି। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ କିଛି ଭୁଲ ରହିଛି କିମ୍ବା ଲିଙ୍କ ନାହିଁ ସେମାନଙ୍କୁ, ଆକାଉଣ୍ଟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ପ୍ରତି ୧୦ ଦିନରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିଆସୁଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଓମଫେଡ୍ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରୁଛି।

ଅନ୍ୟ ଏକ କଥା ହେଲା ୧ ଟଙ୍କା ଲିଟର ପିଛା ବୃଦ୍ଧି କରାଯାଇଛି ଯାହା କୁହାଯାଇଛି, ତାହା ମଧ୍ୟ ମିଥ୍ୟା। ଚାଷୀମାନଙ୍କୁ ଲିଟର ପିଛା ୩ ଟଙ୍କା ପ୍ରଦାନ କରାଯାଉଛି। ସେଥିରୁ ରାଜ୍ୟ ସରକାର ୨ ଟଙ୍କା ଏବଂ ଓମଫେଡ୍ ୧ ଟଙ୍କା ଏପରି ତିନିଟଙ୍କା ପ୍ରଦାନ କରୁଛନ୍ତି। ରାଜ୍ୟ ସରକାର ଖାଉଟିଙ୍କ ଉପରେ ଦୁଗ୍ଧର ବର୍ଦ୍ଧିତ ଦର ଲିଟର ପିଛା ୪ ଟଙ୍କା ଲେଖାଏଁ ଲଦିଦେବାକୁ ଚାହୁଁ ନାହାଁନ୍ତି। ତେଣୁ ସେ ରାଜକୋଷରୁ ଲିଟର ପିଛା ୨ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେଉଛନ୍ତି।

ଅନ୍ୟପକ୍ଷରେ ଓମଫେଡ୍ ଯେଉଁ ୨ ଟଙ୍କା ବୃଦ୍ଧି କରିଛି, ସେଥିରୁ ଚାଷୀଙ୍କୁ ୧ ଟଙ୍କା ଏବଂ ପରିଚାଳନା ଖର୍ଚ୍ଚ ବାବଦରେ ଏକ ଟଙ୍କା ବ୍ୟୟ କରୁଛି। ଏହାକୁ ସଠିକ ଭାବେ ନ ବୁଝି ତଥାକଥିତ ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାର ଆମେ ତୀବ୍ର ବିରୋଧ କରୁଛୁ। ଚାଷୀଙ୍କ ଖାତାକୁ ସିଧାସଳଖ ଲିଟର ପିଛା ୩ ଟଙ୍କା ଲେଖାଏଁ ଯାଉଛି। ଏଥିପାଇଁ ଓମଫେଡ୍ ଦୁଗ୍ଧଚାଷୀମାନେ ବେଶ ଖୁସି ଅଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଲକ୍ଷ ଲକ୍ଷ ଚାଷୀ ଓ ହଜାର ହଜାର ୟୁନିୟନର କର୍ମକର୍ତ୍ତା ଧନ୍ୟବାଦ ଜଣାଇଛନ୍ତି।

ଓମଫେଡ୍ ଏକ ସମବାୟ ସଂସ୍ଥା। ରାଜ୍ୟରେ ୧୧ ହଜାରରୁ ଅଧିକ ସମବାୟ ସମିତି ରହିଛି। ସମବାୟ ସମିତି ମାଧ୍ୟମରେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେଉଛି। ସେମାନଙ୍କର ଜିଲ୍ଲାସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ମଧ୍ୟ ରହିଛି। ଚାଷୀଙ୍କ ଉନ୍ନତି ପାଇଁ ତଥା ସେମାନଙ୍କର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାମଧେନୁ ଯୋଜନା, ମାଈ ବାଛୁରୀ ପାଳନ ଯୋଜନା, ଘାସ ଚାଷ ପାଇଁ ପ୍ରୋତ୍ସାହନ ଆଦି ବହୁ ଯୋଜନା ଓ ପ୍ରୋତ୍ସାହନ ବା ସବସିଡ୍ ଦେଉଥିବାରୁ ରାଜ୍ୟର ଚାଷୀମାନେ ବେଶ ଉତ୍ସାହିତ ହୋଇ ଗୋପାଳନ ଓ ଦୁଗ୍ଧ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏପରିକି ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରି ଗୋପାଳନକୁ ଏକ ଶିଳ୍ପରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଏପରିସ୍ଥିତିରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ତଥା ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଓ ଓମଫେଡକୁ ବଦନାମ କରିବା ପାଇଁ ହେଉଥିବା ହୀନ ଉଦ୍ୟମକୁ ଓମଫେଡ୍ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ସୂଚନା ଯୋଗ୍ୟକି, ରାଜ୍ୟ ସରକାର ଦେଉଥିବା ଦୁଇଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି।

ସାତ ଦିନ ଭିତରେ ଆନ୍ଦୋଳନ ପାଇଁ ଯେଉଁ ସଂଗଠନ ଧମକ ଦେଇଛି, ସେ ସଂଗଠନରେ ଓମଫେଡର କୌଣସି ଦୁଗ୍ଧଚାଷୀ ନାହାନ୍ତି। ଓମଫେଡ୍ ଓ ରାଜ୍ୟ ସରକାରଙ୍କ ନାମରେ ଏପରି ଅପପ୍ରଚାର କରି ଖବରର ଶିରୋନାମାରେ ରହିବା ସହ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଘରୋଇ କଂପାନୀଗୁଡିକୁ ଦୁଗ୍ଧ ଦେବାକୁ ଚାଷୀମାନଙ୍କୁ ବିଭ୍ରାନ୍ତି ତଥା ପ୍ରଲୋଭିତ କରାଯାଉଛି। ଦୁଗ୍ଧ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଓମଫେଡ୍ ଦୁଗ୍ଧ ଚାଷୀ ରାଜ୍ୟ ସରକାର ଓ ଓମଫେଡକୁ ବଧେଇ ଜଣାଇଛନ୍ତି।

omfed
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.