ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା

Published: Jun 30, 2025, 1:25 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୋଧୁରୀ): ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ପୁରା ବିପର୍ଯ୍ୟସ୍ତ। ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଭୀଷ୍ମଗିରି ବଡ଼ଗୋଲା ସାହିରେ ବି .ରାମଚନ୍ଦ୍ର (ଟୁଲୁ ପାତ୍ର) ନାମକ ଜଣେ ଯୁବକଙ୍କୁ ହତ୍ୟା ହୋଇଛି। ମୃତ ଟୁଲୁଙ୍କୁ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ଜଣାପଡିଛି।

ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts