ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ବ୍ରାହ୍ମଣିଆପଲ୍ଲୀ ଗାଁରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଏ. ଲାଚ୍ଛେୟା ପାତ୍ର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁ ନିକଟରେ ଥିବା ରେଳ ଫାଟକ ନିକଟରେ ୭ ରୁ ୮ ଜଣ ବ୍ୟକ୍ତି କୌଣସି ଏକ କାରଣକୁ ନେଇ ଲାଚ୍ଛେୟାଙ୍କୁ ମାଡ ମାରୁଥିଲେ। ଏ ନେଇ ସୂଚନା ପାଇ ବାପା ଏ. ଦିଲୁ ପାତ୍ର ଘଟଣା ସ୍ଥଳକୁ ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଲାଚ୍ଛେୟାଙ୍କର ମୃତ୍ୟୁ ଘଟିଛି।