Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀ ହତ୍ୟା ଅଭିଯୋଗରେ ଏତଲାକାରୀ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଗତ ଫେବୃଆରୀ ୧୬ ତାରିଖ ଦିନ ସୁପ୍ରଭା ଚୌଧୁରୀ ନାମକ ଜନୈକା ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ବାମୀ ରାଧାଶ୍ୟାମ ଚୌଧୁରୀ ଛତ୍ରପୁର ଥାନାରେ ନିଜ ସ୍ତ୍ରୀକୁ ଟଙ୍କା ଓ ସୁନା ଲୋଭରେ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇ ଥିଲେ।

ଏହି ପରିପ୍ରେକ୍ଷୀରେ ଗତ ଫେବୃଆରୀ ୨୮ ତାରିଖରେ ରାଧାଶ୍ୟାମର ସାନପୁଅ ଦେବାଶିଷ ଚୌଧୁରୀ କୀଟନାଶକ ଓାୖଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପୋଲିସ ପାଖରେ ପହଞ୍ଚିବା ପରେ ଉଭୟ ଘଟଣାର ତଦନ୍ତ ପୋଲିସ ଚଳାଇଥିଲେ। ଏହି ଭଳି ପରିସ୍ଥିତିରେ ଗତ ୩ ତାରିଖ ଦିନ ରାଧାଶ୍ୟାମର ମଝିଆ ପୁଅ ମାଁ କୁ ପିତା ହିଁ ହତ୍ୟା କରିଥିଲେ ଓ ଏହି ଘଟଣା ସାନ ଭାଇ ଦେବାଶିଷ ଜାଣିଥିବାରୁ ବାପା ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ।

ଯେହେତୁ ସାନ ଭାଇ ଦେବାଶିଷ ଆତ୍ମହତ୍ୟା କରିଥିବା ଅଭିଯୋଗ ଛତ୍ରପୁର ଥାନାରେ ଏତଲା ଦେଇଥିଲେ ଓ ପୋଲିସ ଏତଲା ଗ୍ରହଣ କରି ମାମଲା ନଂ ୭୫/୨୩ ଅନୁଯାୟୀ ତଦନ୍ତ ଚଳାଇ ଥିବା ବେଳେ ରାଧାଶ୍ୟାମ ହିଁ ପତ୍ନୀ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ତାକୁ କୋର୍ଟ ଚାଲାଣ କରିଛନ୍ତିି ଓ ଏହାର ଆହୁରି ଅଧିକ ତଦନ୍ତ ଜାରି ରହିଛି ବୋଲି ଛତ୍ରପୁର ଏସ୍ ଡି ପି ଓ ଗୌତମ କିଷାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଥାନା ବଡ଼ମାଧପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋବା ଗ୍ରାମର ସୋମନାଥ ସ୍ୱାଇଁ। ସେ ମାଧପୁର ଛକରେ ପନିପରିବା ବିକ୍ରି କରିବା ନିଜ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳର ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଏହିରାସ୍ତା ଦେଇ ପ୍ରତିଦିନ ଏଭଳି ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବାରୁ ରାସ୍ତାରେ ହମ୍ପସ୍ ଏବଂ ଟ୍ରାଫିକ୍ ପୋଷ୍ଟ ପାଇଁ ଲୋକେ ଦାବି ମଧ୍ୟ କରିଛନ୍ତି।